କରୋନା ଭ୍ୟାକସିନ ନେବାପରେ ଡାଏବେଟିସ୍ ରୋଗୀ କଣ ଖାଇବା ଉଚିତ ଓ କଣ ଖାଇବା ଅନୁଚିତ

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ ୧୦/୦୭ : ଦେଶରେ କରୋନା ଟୀକାକରଣ ଅଭିଯାନ ଜାରି ରହିଛି। ଟୀକାକରଣର ହାଲୁକା ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି କିନ୍ତୁ ରହ ସମସ୍ତଙ୍କ ମଧ୍ୟରେ ନଜର ଆସୁନାହିଁ। କାହା କାହା ଉପରେ ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସୁଛି। ଏଥିପାଇଁ ଆରାମ, ଡାଏଟ ଓ ନିଜର ସଠିକ ଯତ୍ନ ନେବାଦ୍ବାରା ଏହି ପାର୍ଶ୍ୱ ପ୍ରତିକ୍ରିୟାକୁ କାବୁ କରାଯାଇପାରିବ। ଯଦି ଆପଣ ବି କରୋନା ଭ୍ୟାକସିନ ନେଇସାରିଛନ୍ତି ତାହେଲେ କଣ ଖାଇବେ ଏବଂ କଣ ଖାଇବେନି ଜାଣନ୍ତୁ। ବିଶେଷ କରି ଯଦି ଆପଣ ମଧୁମେହରେ ପୀଡିତ ତାହେଲେ ନିଜ ଖାଇବା ପିଇବା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ। କାରଣ ମଧୁମେହ ରୋଗୀଙ୍କ ପାଇଁ ଅଧିକ ବିପଦ ରହିଛି। ସେଥିପାଇଁ ଭ୍ୟାକସିନ ନେବାପରେ ସଠିକ ଆହାର ବହୁତ ମହତ୍ତ୍ୱପୂର୍ଣ୍ଣ।

ଟୀକାକରଣ ପରେ ମଧୁମେହ ରୋଗୀ କଣ ଖାଇବେ -
ଚିକେନ - ଚିକେନ ସୁପରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି। ଚିକେନ ଡାଏବେଟିସ ଓ ହାଇପରଟେନ୍ସନ ଲୋକଙ୍କ ପାଇଁ ଉପଯୁକ୍ତ। ଚିକେନରେ ପ୍ରୋଟିନ ରହିଛି ଓ ଟୀକାକରଣ ପରେ ସପ୍ତାହକୁ ଦୁଇ-ତିନି ଥର ଚିକେନ ସେବନ କରିପାରିବେ।
ଅଣ୍ଡା - ଅଣ୍ଡା ପ୍ରୋଟିନର ଏକ ଭଲ ଉତ୍ସ। ଏଥିରେ ଆବଶ୍ୟକୀୟ ଏମିନୋ ଏସିଡ ରହିଛି ଏବଂ ଏହା ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଟୀକା ନେଇସାରିଥିବା ଡାଏବେଟିସ ରୋଗୀଙ୍କୁ ନିଜ ଡାଏଟରେ ଅଣ୍ଡା ନିଶ୍ଚୟ ସାମିଲ କରିବା ଉଚିତ।
ଫଳ ଓ ପରିବା - ଫଳ ଓ ପରିବାରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଭିଟାମିନ୍ ରହିଛି ଯାହା ପ୍ରତିରୋଧକ କ୍ଷମତା ମଜବୁତ କରିବାରେ ସାହାଯ୍ୟ କରିଥାଏ। ଡାଏବେଟିସ ରୋଗୀ ଟୀକାକରଣ ପରେ ନିଜ ଡାଏଟରେ ଫଳ ଓ ପରିବା ନିଶ୍ଚୟ ସାମିଲ କରିବା ଉଚିତ।
ମାଛ - ମାଛରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଏବଂ ଓମେଗା-୩ ଫ୍ୟାଟି ଏସିଡ ମଧ୍ୟ ରହିଛି ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।
ହଳଦୀ - ହଳଦୀ କରକ୍ୟୁମିନ ରହିଛି ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକର ଏବଂ ଏହା ଅବସାଦ ରୋକିବାରେ ସାହାଯ୍ୟ କରେ। ଟୀକାକରଣ ପରେ ସାଧାରଣତଃ ଲୋକେ ଅବସାଦ ଗ୍ରସ୍ତ ହୋଇଯାଉଛନ୍ତି। ସେଥିପାଇଁ ହଳଦୀ ପକାଇ କ୍ଷୀର ସେବନ କରିବା ଉଚିତ। ଡାଏବେଟିସ ରୋଗୀ ଟୀକାକରଣ ପରେ ଅବସାଦ ଦୂର କରିବାକୁ ସପ୍ତାହେ ଯାଏଁ କ୍ଷୀରରେ ହଳଦୀ ପକାଇ ସେବନ କରିବା ଉଚିତ। ଅବସାଦ ବ୍ଲଡ୍ ଗ୍ଲୁକୋଜ୍ ଲେଭଲ୍ ବଢ଼ାଇ ଦେଇଥାଏ।
ଭ୍ୟାକସିନ ନେଇଥିବା ଡାଏବେଟିସ ରୋଗୀ ନିଜକୁ ହାଇଡ୍ରେଟେଡ ରଖିବା ଉଚିତ ଯେପରି ଭ୍ୟାକସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା, ଜ୍ୱର, ଥଣ୍ଡା, ହାତ ବିନ୍ଧା, ଦୁର୍ବଳ ଲାଗିବ, ଗଣ୍ଠି ଯନ୍ତ୍ରଣା ଆଦି ଦୂର କରାଯାଇପାରିବ। ଗମ୍ଭୀର ଜ୍ୱର କିମ୍ବା ଯନ୍ତ୍ରଣା ହେଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ।
ଟୀକାକରଣ ପରେ ଡାଏବେଟିସ ରୋଗୀ କଣ ଖାଇବା ଉଚିତ ନୁହେଁ
ଡାଏବେଟିସ ରୋଗୀ କରୋନା ଟୀକା ନେବାପରେ ୧୫ ଦିନ ଯାଏଁ ସିଗାରେଟ ଟାଣିବା ଉଚିତ ନୁହେଁ। ଟୀକାକରଣ ପରେ ୧୫ ଦିନ ଯାଏଁ ମାଦକ ଦ୍ରବ୍ୟ, ଆଲକହଲ, ଖାଲି ପେଟରେ ଔଷଧ ସେବନ, ଅଧିକ ଚା'-କଫି କିମ୍ବା କ୍ୟାଫିନ ଯୁକ୍ତ ଡ୍ରିଙ୍କ ସେବନ କରିବା ଅନୁଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.