ବ୍ରିଜ୍ ତଳେ ପଡିଛି କୁଢ଼ କୁଢ଼ ଖାଦ୍ୟ ପୁଡ଼ିଆ... ବି.ଡି.ଓ କହିଲେ ଅନୁଧ୍ୟାନ କରାଯିବ

Published By : Prameya-News7 Bureau | June 09, 2020 IST

ମୋହନା୯/୬: ଗଜପତି ଜିଲ୍ଲା ମୋହନା ବ୍ଲକ କମଳାପୁର ନାକା ପଏଣ୍ଟ ନିକଟସ୍ତ ଏକ ବ୍ରିଜ ତଳେ କୁଢ଼ କୁଢ଼ ଖାଦ୍ୟ ପୁଡ଼ିଆ ପଡିଥିବା ଦେଖିବାକୁ ମିଳିଛି । ଏହି ଖାଦ୍ୟ ପୁଡ଼ିଆଗୁଡିକୁ ପ୍ରବାସୀ  ଓଡ଼ିଆଙ୍କ ପାଇଁ ପ୍ରସ୍ତୁତ ହେଉଥିବା ବେଳେ  ଏହାକୁ କାହିଁକି ଫିଙ୍ଗା ଯାଇଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତିଦିନ ଗଜପତି ଜିଲ୍ଲାକୁ ଶହ ଶହ ପ୍ରବାସୀ ଓଡ଼ିଆ ବସ ଯୋଗେ ଆସୁଥିବା ଯୋଗୁଁ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ କମଳାପୁର ନାକା ପଏଣ୍ଟରେ ପ୍ରଶାସନ ପକ୍ଷରୁ ଦିଆଯାଉଛି । ଏସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ବିଡ଼ିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.