Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଧାନ କିଣାକୁ ନେଇ ଆନ୍ଦୋଳନ ଏକ ପଲିଟିକାଲ ଷ୍ଟଣ୍ଟ, ବିଜେପିକୁ ଆକ୍ଷେପ କରି କହିଲେ ଯୋଗାଣ ମନ୍ତ୍ରୀ

3/07/2021 at 6:37 PM

ଭୁବନେଶ୍ବର, ୦୩/୦୭;  ଧାନ କିଣା ଅବଧି ବଢିବ ନାହିଁ । ଅବଧି ବଢାଇବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବେ ନାହିଁ । ଏନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି ।

ଗତ ଥର ଅପେକ୍ଷା ଏଥର ୮ ପ୍ରତିଶତ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି ।ଗତ ବର୍ଷ ୮୩ ଲକ୍ଷ ଚାଷୀ ଧାନ ବିକିଥିଲେ । ଏଥର ୯୧ ପ୍ରତିଶତ ଚାଷୀଙ୍କଠାରୁ ଧାନ କିଣିଛନ୍ତି ରାଜ୍ୟ ସରକାର । ବରଗଡ ଜିଲ୍ଲାରେ ୯୯ ପ୍ରତିଶତ ଚାଷୀଙ୍କଠାରୁ ଧାନ କିଣାଯାଇଛି ।ରାଜ୍ୟରେ ମୋଟ୍ ୧୧ ଲକ୍ଷ ୯୨ ହଜାର ଚାଷୀଙ୍କଠାରୁ ଧାନ କିଣାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଧାନ କିଣାରେ ଟେକ୍ନୋଲୋଜି ପ୍ରୟୋଗ ହୋଇଥିବାରୁ ମିଡିଲ ମ୍ୟାନମାନେ ପଶି ଧାନ ବିକି ପାରୁନାହାନ୍ତି । ପଡୋଶୀ ରାଜ୍ୟରେ ରବି ଧାନ କିଣାଯାଏ ନାହିଁ । ପଡୋଶୀ ରାଜ୍ୟର ଧାନ ଆମ ରାଜ୍ୟକୁ ପଶି ଆସିଛି । ତାକୁ ବିକ୍ରି ପାଇଁ ଉଦ୍ୟମ ଚାଲିଛି । ଯେହେତୁ ପେଟ୍ରୋଲ ଦର ବୃଦ୍ଧି, ଦରଦାମ ବୃଦ୍ଧି ଏବଂ ଟିକା ଯୋଗାଇ ପାରୁନି ସେଥିପାଇଁ ବିଜେପି ଧାନ କିଣାକୁ ନେଇ ଇସ୍ୟୁ କରୁଛି । ଧାନ କିଣାକୁ ନେଇ ଆନ୍ଦୋଳନ ଏକ ପଲିଟିକାଲ ଷ୍ଟଣ୍ଟ ।

   Related Posts