Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଭୟଙ୍କର ଖାଦ୍ୟ ସଙ୍କଟରେ ଉତ୍ତର କୋରିଆ, ଜାତିସଂଘକୁ ହାତ ପତାଇଲେ କିମ୍ ଜୋଙ୍ଗ ଉନ୍‌ : କହିଲେ,’ତୁରନ୍ତ ସାହାଯ୍ୟ କର’

15/07/2021 at 4:58 PM

ନୂଆଦିଲ୍ଲୀ ୧୫/୦୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ସ୍ୱୀକାର କରିଛନ୍ତି ଯେ, ଦେଶରେ ଖାଦ୍ୟର ଘୋର ଅଭାବ ରହିଛି । ମିଳିତ ଜାତିସଂଘକୁ ପଠାଯାଇଥିବା ଏକ ରିପୋର୍ଟରେ ଉତ୍ତର କୋରିଆ ସୂଚନା ଦେଇଛି ଯେ ଦେଶରେ ଖାଦ୍ୟଶସ୍ୟ ଦୋକାନଗୁଡ଼ିକ ପ୍ରାୟ ଖାଲି ହୋଇସାରିଛି ଏବଂ ସେମାନଙ୍କୁ ବିଶ୍ୱବ୍ୟାପୀ ସାହାଯ୍ୟ ଆବଶ୍ୟକ। ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଉତ୍ତର କୋରିଆରେ ଅନାହାରର ପରିସ୍ଥିତିକୁ ବାରମ୍ବାର ଦାବି କରିଆସୁଥିଲା। ଯାହାକୁ କି କିମ୍ ଜୋଙ୍ଗ ସରକାର ଅସ୍ୱୀକାର କରିଆସୁଥିଲେ । ତେବେ ଉତ୍ତର କୋରିଆ ପ୍ରଥମ ଥର ଏହାକୁ ସ୍ବୀକାର କରିଛି । କିମ ଜୋଙ୍ଗ କ୍ଷମତାକୁ ଆସିବା ପରେ ଉତ୍ତର କୋରିଆର ଲୋକମାନଙ୍କୁ ସବୁଠାରୁ ଖରାପ ସମୟ ଦେଖିବାକୁ ପଡିଛି ।

ତେବେ ମିଳିତ ଜାତିସଂଘକୁ ପଠାଯାଇଥିବା ଏକ ରିପୋର୍ଟରେ ଉତ୍ତର କୋରିଆ ସୂଚନା ଦେଇଛି କି ୨୦୧୮ରେ ଦେଶର ଖାଦ୍ୟ ଉତ୍ପାଦନର କ୍ଷମତା ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ଏହାର ମୁଖ୍ୟ କାରଣ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ଏବଂ ପର୍ଯ୍ୟାପ୍ତ କୃଷି ସାମଗ୍ରୀ ଅଭାବ ବୋଲି କୁହାଯାଇଛି । ଏହା ସହ ସେମାନଙ୍କ ପାଖରେ ଚାଷ ପାଇଁ ନିମ୍ନ ସ୍ତରର ମେସିନ୍ ରହିଛି । ଯେଉଁଥିପାଇଁ ସେମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ କରିପାରୁନାହାନ୍ତି । ଅନ୍ୟପଟେ ମିଳିତ ଜାତିସଂଘରେ ଦକ୍ଷିଣ କୋରିଆର ମିଶନ ଏକ ରିପୋର୍ଟରେ ସୂଚନା ଦେଇଛି, ପ୍ରଥମ ଥର ପାଇଁ ଉତ୍ତର କୋରିଆ ଖାଦ୍ୟ ଅଭାବକୁ ସାର୍ବଜନୀନ ଭାବେ ସ୍ବୀକାର କରିଛି।

ଅନ୍ୟପଟେ ଜାତିସଂଘ ଉପରେ ଲଗାଯାଇଥିବା ଅନେକ ପ୍ରତିବନ୍ଧକ ଯୋଗୁଁ ଉତ୍ତର କୋରିଆ ଏହି ରିପୋର୍ଟରେ କହିଛି ଯେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ବାଧାବିଘ୍ନର ସମ୍ମୁଖୀନ ହେଉଛି। ଫଳରେ ଆଣବିକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଉତ୍ତର କୋରିଆକୁ ଦଣ୍ଡିତ କରି ଜାତିସଂଘ ସୁରକ୍ଷା ପରିଷଦ ୨୦୧୭ରେ ଉତ୍ତର କୋରିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ଯେଉଁଥିରେ ସୀମିତ ସ୍ଥର ଉପରେ କଞ୍ଚା ତୈଳର ଆମଦାନୀ, ବୟନ ରପ୍ତାନି, ପ୍ରାକୃତିକ ଗ୍ୟାସ ଏବଂ ତରଳ ଆମଦାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହାସହ ଉତ୍ତର କୋରିଆର ନାଗରିକମାନଙ୍କୁ ଅନ୍ୟ ଦେଶରେ କାମ କରିବାକୁ ମଧ୍ୟ ପ୍ରତିବନ୍ଧକ ରହିଛି ।

ମିଳିତ ଜାତିସଂଘକୁ ଉତ୍ତର କୋରିଆ ପଠାଇଥିବା ରିପୋର୍ଟର ଦୁଇ ସପ୍ତାହ ପୂର୍ବରୁ ସେଠାରେ ଥିବା ସରକାରୀ ଗଣମାଧ୍ୟମରେ କିମ୍ ଜୋଙ୍ଗ ଉନ୍‌ଙ୍କ ଏକ ଫଟୋ ଆସିଥିଲା ଯେଉଁଥିରେ ସେ ପୂର୍ବାପେକ୍ଷା ପତଳା ଦେଖାଯାଉଥିଲେ। ଫଟୋଟି ପ୍ରକାଶ ପାଇବା ପରେ ସାଧାରଣ ନାଗରିକମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଅନାହାର ପରିସ୍ଥିତି ମଧ୍ୟରେ ଜନସାଧାରଣଙ୍କ ସମର୍ଥନ ପାଇବା ପାଇଁ ଏକଛତ୍ରବାଦୀ ଶାସକ କିମ୍ ଏହି ଫଟୋ ଛାଡିଥିଲେ। ମିଳିତ ଜାତିସଂଘର ଖାଦ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ଉତ୍ତର କୋରିଆ ଜନସଂଖ୍ୟାରେ ୪୦ ପ୍ରତିଶତ ପୁଷ୍ଟିହୀନ ଅଟନ୍ତି। ଅନ୍ୟପଟେ ଖାଦ୍ୟ ଶସ୍ୟର ଘୋର ଅଭାବ ହେତୁ ସରକାର ମାଂସ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ । ପରିସ୍ଥିତି ଏତେ ଖରାପ  ହେଲା ଯେ ଗତ ବର୍ଷ ଅଗଷ୍ଟ ମାସରେ ସରକାର ସାଧାରଣ ନାଗରିକମାନଙ୍କୁ କୁକୁର ପାଳିବା ଉପରେ ବାରଣ କରିଥିଲେ। ଚଳିତ ବର୍ଷ ଦେଶକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା, ଯାହା ପରେ ଏବେ ଖାଦ୍ୟ ସଙ୍କଟ ବଢିବାରେ ଲାଗିଛି ।

   Related Posts