ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍
  • ||

ଆରମ୍ଭ ହେଲା ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା : ଉପକୃତ ହେବେ ୩୪ଲକ୍ଷ ହିତାଧିକାରୀ, ବିରୋଧୀଙ୍କ ସମାଲୋଚନା

2/10/2018 at 5:57 PM

ଭୁବନେଶ୍ବର୨|୧୦: ଆଜିଠାରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା । ଗାନ୍ଧି ଜୟନ୍ତିଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ ନବୀନ । ସେହି ଅନୁଯାଇ ଆଜିଠୁ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡିଥିବା ୩୪ ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ସାମିଲ କରାଯିବ । ପ୍ରଥମେ ୬ ମାସ ଭିତରେ ୨୫ ଲକ୍ଷ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଁଚାଇବାକୁ ଲକ୍ଷ ଧାର୍ଯ୍ୟ ହୋଇଛି । ଏଥିପାଇଁ ମଧ୍ୟ ଗାଇଡ ଲାଇନ୍ ଜାରି ହୋଇ ସାରିଛି । ବର୍ଷକୁ ଏଥିପାଇଂ ୪୪୨ କୋଟି ଟଙ୍କା ଖର୍ଚ ହେବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ୨୨୧ କୋଟି ଟଙ୍କା ଖର୍ଚ କରିବାକୁ ବ୍ୟବସ୍ଥା ହୋଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୪ ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ଯୋଗ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ରାଜ୍ୟ ଯୁକ୍ତି ବାଢିଥିଲା, ଯେହେତୁ ୨୦୧୧ ରୁ ୨୦୧୮ ଭିତରେ ଲୋକସଂଖ୍ୟା ବଢିଗଲେଣି ସେଥିପାଇଁ ଏବର ଜନସଂଖ୍ୟାକୁ ଭିତ୍ତି କରି ଏହି ଯୋଜନାର ହିତାଧିକାରୀ ବୃଦ୍ଧି କରାଯାଉ । କିନ୍ତୁ ୨୦୧୧ ଜନଗଣନା ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେଉଥିବାରୁ ରାଜ୍ୟ ଦାବିକୁ ଗ୍ରହଣ କରିନଥିଲା କେନ୍ଦ୍ର । ଏହାକୁ ନେଇ କେନ୍ଦ୍ର ରାଜ୍ୟ ଭିତରେ ବିବାଦ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କୁ ବି ଚିଠି ଲେଖିଥିଲେ ନବୀନ । କିନ୍ତୁ କେନ୍ଦ୍ର ନିଜ ଜିଦ୍ ରେ ଅଟଳ ରହିଲା । ତେଣୁ ନିଜ ଅର୍ଥରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ଦେବାକୁ ଘୋଷଣା କରିଥିଲେ ନବୀନ । କିନ୍ତୁ ଏହି ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହିତାଧିକାରୀ ଉପକୃତ ନହୋଇ ଅନେକ ଦଳୀୟ ଲୋକ ସୁବିଧା ନେଇଛନ୍ତି । ଏହା ସହିତ ଏହି ଯୋଜନା ପାଇଁ ଅର୍ଥ ବରାଦ ନାହିଁ କି ରାଜ୍ୟର ଋଣ ଭାର ବି କମ୍ ନାହିଁ । ତେଣୁ କିଭଳି ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ବିରୋଧି ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସଚିବାଳୟରୁ ଏହି ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାର ହିତାଧିକାରୀଙ୍କ ସହ ମଧ୍ୟ ନବୀନ ଏନେଇ ସିଧା ସଳଖ ଭିଡିୋ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ।

   Related Posts