ଏଣିକି ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ନେଇପାରିବେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ

Published By : Prameya-News7 Bureau | August 20, 2019 IST

ଭୁବନେଶ୍ବର ୨୦|୮:  ଏଣିକି ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ନେଇପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ହିତାଧିକାରୀ ଯେକୌଣସି ସ୍ଥାନରୁ ସାମଗ୍ରୀ ଉଠାଇ ପାରିବେ । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ପାଇଲଟ୍‌ ପ୍ରୋଜେକ୍ଟ ଭୁବନେଶ୍ବର ମହାନଗର ନିଗମରୁ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥା ରାଜ୍ୟର ସବୁ ସ୍ଥାନରେ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଏହା ମଧ୍ୟ ଲାଗୁ କରାଯିବ । କେନ୍ଦ୍ର ସରକାର ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ କାର୍ଡ ଲାଗୁ କରିବାକୁ ଯାଉଛନ୍ତି । ସେହି ବ୍ୟବସ୍ଥା ଅନୁସାରେ ରାଜ୍ୟ ଏହାକୁ ଲାଗୁ କରିବାକୁ ଯାଉଛି । ପୂର୍ବରୁ ରାଜ୍ୟରେ ଲକ୍ଷାଧିକ ଲୋକ ଏକାଧିକ ରାସନ କାର୍ଡ ରଖିଥିବା ନେଇ ସରକାର ସ୍ବୀକାର କରିଥିଲେ । ରାସନ କାର୍ଡକୁ ଆଧାର କାର୍ଡ ସହ ଯୋଡାଯିବା ପରେ ଏମାନଙ୍କୁ ଚିୁହ୍ନଟ କରାଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଭାସ ଦିଆଯାଇଥିଲା । ଏବେ ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇବା ଫଳରେ ହିତାଧିକାରୀ ଉପକୃତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.