ଜୟପୁରରେ ନକଲି ମସଲା କମ୍ପାନୀ ଠାବ ଘଟଣା ; ଫୁଡ୍ ସେଫ୍ଟି ଇନସ୍ପେକ୍ଟରଙ୍କ ନେତୃତ୍ବରେ ମସଲାର ମାନ ଯାଞ୍ଚ

Published By : Prameya-News7 Bureau | January 18, 2019 IST

ଜୟପୁର ୧୮|୧: ଗତକାଲି ଜୟପୁର ସହରରେ ନକଲି ମସଲା କମ୍ପାନୀ ଠାବ କରିବା ସହ ବିପୁଳ ପରିମାଣର ମସଲା ସିଜ୍ କରିଥିଲା ପୋଲିସ । ଆଜି ଘଟଣାସ୍ଥଳରେ ଫୁଡ୍ ସେଫ୍ଟି ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ମସଲାର ମାନ ଯାଞ୍ଚ କରୁଛି । ଜୟନଗରରେ ଚାଲିଥିଲା ନକଲି ମସଲା କାରଖାନା । ଏହାସହ ବିପୁଳ ପରିମାଣର ନକଲି ମସଲା ପ୍ରସାଦରାଓ ପେଟାରୁ ଜବତ କରାଯାଇଥିଲା । ଏଭେରେଷ୍ଟ ,ଏମ୍.ଡି.ଏଚ୍,ରୋଷେଇ ପରି ଜଣାଶୁଣା ନାମୀଦାମୀ ବ୍ରାଣ୍ଡର ରାପର ଜବତ ହୋଇଛି । ଜବତ ମସଲାର ଦାମ ୫ଲକ୍ଷ ଟଙ୍କା ହେବ । ଏହି କାରବାର ସହ ସଂପୃକ୍ତି ଅଭିଯୋଗରେ ହରିହର ପାତ୍ର ନାମରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ପୁରା ନେଟୱର୍କକୁ ଖୋଲିବାକୁ ଚେଷ୍ଟା ଚାଲିଛି । ନାମୀ ଦାମୀ ବ୍ରାଣ୍ଡ ନାଁରେ ମସଲାକୁ ପ୍ୟାକିଂ କରି ବିଭିନ୍ନ ସ୍ଥାନରେ ବିକ୍ରି କରା ଯାଉଥିଲା । ନକଲି ମସଲା ପ୍ରସ୍ତୁତିର ଚେର ବ୍ରହ୍ମପୁର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.