ମୋଟର ଯାନ ଆଇନ କଡାକଡି ପରେ ଏବେ ସାବଧାନ ବାସି ଓ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ, ଆରମ୍ଭ ହେଲା ଚଢଉ…

Published By : Prameya-News7 Bureau | September 14, 2019 IST

କେନ୍ଦ୍ରାପଡା୧୪|୯: ବାସିଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ ସାବଧାନ ।  କାରଣ ଆକ୍ସନ ମୋଡରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ବିଶେଷ କରି ସହରାଞ୍ଚଳରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟିକ ଅନୁଷ୍ଠାନ ଉପରେ ଏବେ ଚଢାଉ କରୁଛି ସ୍ବତନ୍ତ୍ର ସ୍କ୍ବାଡ । ବାସି ଖାଦ୍ୟ, ମସଲା, ନିମ୍ନମାନର ତେଲ ଜବତ କରାଯିବା ସହିତ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି ।

{"id":157638}

ରେଷ୍ଟୁରାଣ୍ଟ ଉପରେ ଚାଲିଛି ଚଢାଉ। ଜବତ ହେଉଛି ବାସି ଖାଦ୍ୟ, ଖରାପ ମସଲା ଓ ବ୍ୟବହାର ଅନୁପଯୋଗୀ ଖାଦ୍ୟ ସାମଗ୍ରୀ । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ମିଳିତ ଭାବେ ଚାଲିଛି ରେଡ୍ । ଚଢାଉ ବଳେ ଏହି ସବୁ ନିମ୍ନମାନର ଖାଦ୍ୟ ବିକ୍ରି ପାଇଁ ରଖାଯାଇଥିବା ନଜରକୁ ଆସିଛି ।

{"id":157639}

କେନ୍ଦ୍ରାପଡା ପୌରାଞ୍ଚଳରେ ଥିବା ଢାବା, ରେଷ୍ଟୁରାଣ୍ଟ, ରାସ୍ତା ପାର୍ଶ୍ବ ହୋଟେଲରୁ ଜବତ ହେଉଛି ଶହଶହ ଟନ୍ ନଷ୍ଟ ହୋଇ ଯାଇଥିବା ଖାଦ୍ୟ ପଦାର୍ଥ । ବାସି ଖାଦ୍ୟରେ ପୁଣି ଥରେ ମସଲା ବ୍ୟବହାର କରି ବିକ୍ରି କରିବା, ଖାଦ୍ୟ ସାମଗ୍ରୀରେ କୃତ୍ରିମ ରଂଗ ମିଶେଇବା, ନିମ୍ନମାନର ତଥା ଶସ୍ତା ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ନେଇ ପ୍ରମାଣ ପାଇଛି ସ୍ବତନ୍ତ୍ର ସ୍କ୍ବାର୍ଡ। ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଆଦାୟ ହୋଇଛି  ଜରିମାନା ।  

{"id":157640}

ପ୍ରଥମ ପର୍ଯ୍ୟାୟରେ ବଡବଡ ହୋଟେଲ, ରେଷ୍ଟୁରାଣ୍ଟରେ ଖାଦ୍ୟ ଯାଞ୍ଚ କରାଯାଉଥିବା ବେଳେ ଖୁବ୍ ଶୀଘ୍ର ରାସ୍ତାକଡ ଖାଦ୍ୟ ଷ୍ଟଲ ମଧ୍ୟ ଯାଞ୍ଚ କରାଯିବାର ଯୋଜନା କରିଛି ପ୍ରଶାସନ । ଜିଲ୍ଲା ଯୋଗାଣ ବିଭାଗ, ଶ୍ରମ ବିଭାଗ ଏବଂ ଅନ୍ୟ କତେକ ବିଭାଗର ମିଳିତ ଉଦ୍ୟମରେ ଜାରି ରହିଛି ଚଢାଉ ।

{"id":157641}

ଅନ୍ୟପକ୍ଷରେ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ କେବଳ ଜରିମାନା ଆଦାୟ କରି ଛାଡି ଦେବାକୁ ଗ୍ରହଣ କରିପାରିନାହାନ୍ତି ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକ । ବରଂ ଏହି ମୁନାଫାଖୋର୍ ବ୍ୟବସାୟୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି ହୋଇଛି ।

{"id":157642}

କେବଳ କେନ୍ଦ୍ରାପଡା ପୌରାଚଂଳ ନୁହେଁ ବରଂ ଗ୍ରାମାଚଂଳମାନଙ୍କରେ ଗଢି ଉଠିଥିବା ହାଟ ବଜାରରେ ମଧ୍ୟ ଅବସ୍ଥା ଅତି ସାଘାଂତିକ । ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ସବୁ ସ୍ଥାନରେ ଖୁଲମଖୁଲା ନିମ୍ନମାନର ଖାଦ୍ୟ ବିକ୍ରି କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.