ରାଜଗାଙ୍ଗପୁର: ବିବାହ ଉତ୍ସବରେ ଜଳଖିଆ ଖାଇ ୩୦ ଅସୁସ୍ଥ, ୨ ଶିଶୁ ଗୁରୁତର

Published By : Prameya-News7 Bureau | April 19, 2019 IST

ରାଜଗାଙ୍ଗପୁର, ୧୯।୪ : ବିବାହ ଉତ୍ସବରେ ସେଓ, ବୁନ୍ଦି ଓ ରସନା ପାଣି ପିଇ ପ୍ରାୟ ୩୦ରୁ ୪୦ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି । କୁଟନିଆ ପଞ୍ଚାୟତ ଲାଠୁପଡାର ସୋନାଖାନରେ ରହୁଥିବା ମଙ୍ଗଳ ଏକ୍କାଙ୍କ ଘରେ ଅନୁଷ୍ଠିତ ବିବାହ ଉତ୍ସବରେ ଏହି ଅଘଟଣ ଘଟିଛି।

{"id":105114}

ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ, ମହିଳା ଓ ପୁରୁଷ ଥିବାବେଳେ ୨ ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତ ଅସୁସ୍ଥଙ୍କୁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିବାହ ଉତ୍ସବକୁ ଆସିଥିବା ଅତିଥିଙ୍କୁ ସେଓ, ବୁନ୍ଦି ଓ ରସନା ପାଣି ପିଇବାକୁ ଦିଆଯାଇଥିଲା । ଜଳଖିଆ ଖାଇବା ପରେ ଅଚାନକ ଲୋକେ ଅସୁସ୍ଥ ହୋଇପଡିଥିଲେ। ଏଣୁ ଖାଦ୍ୟ ବିଷାକ୍ତ ହୋଇଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.