ନୀଳଗିରି: ଭୋଜି ଖାଇ ଗାଁରେ ଝାଡାବାନ୍ତି, ୯୦ରୁ ଅଧିକ ଅସୁସ୍ଥ

Published By : Prameya-News7 Bureau | August 16, 2020 IST

ନୀଳଗିରି ୧୬/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଂଚାୟତରେ ଭୋଜି ଖାଇବା ପରେ ଝାଡ଼ାବାନ୍ତି ବ୍ୟାପିଛି ।  ମୋଟ ୯୦ ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ନୀଳଗିରି ହସ୍ପିଟାଲରେ ୨୯ ଜଣ ଭର୍ତି ହୋଇଥିବା ବେଳେ ଗାଁରେ ୬୦ ରୁ ଅଧିକ ରୋଗୀଙ୍କୁ ମେଡ଼ିକାଲ ଟିମ ଚିକିତ୍ସା ଯୋଗାଇ ଦେଇଛନ୍ତି।

ସୂଚନା ଯୋଗ୍ୟ ବେଗୁନିଆ ପଂଚାୟତ ତୋଟାପଡା ଗ୍ରାମର ସୁଦାମ ପ୍ରଧାନଙ୍କ ଘରେ ଗତ ଶୁକ୍ରବାର ଗ୍ରାମବାସୀ ଭୋଜି ଖାଇବାକୁ ଯାଇଥିଲେ। ଗତକାଲି ରାତ୍ରରେ ଗ୍ରାମବାସୀ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ଶତାଧିକ ଲୋକ ଭୋଜିଖାଇଥିବା ଜଣାପଡିଛି। ପାଖାପାଖି ୯୦ ରୁ ଅଧିକ ଲୋକେ ଅସୁସ୍ଥ ହୋଇପଡିଥିଲେ। ୧୦୮ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ିରେ ୨୪ ଜଣଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଗୁରୁତର ମଧ୍ୟରୁ ଅନେକ ଶିଶୁ ମଧ୍ୟ ଅଛନ୍ତି।  ଖବର ପାଇ ତୁରନ୍ତ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ହସ୍ପିଟାଲରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଚିକିତ୍ସା ନେଇ ହସ୍ପିଟାଲ ଅଧିକାରୀଙ୍କ ସହ କଥା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.