୫୪ ଦିନ ହେଲା ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି ଉତ୍ସର୍ଗର ସଦସ୍ୟମାନେ

Published By : Prameya-News7 Bureau | May 17, 2020 IST


ଭଦ୍ରକ୧୭/୫: ଉସ୍ଵର୍ଗର ଉସ୍ଵର୍ଗୀକୃତ ମନୋଭାବ। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫୪ ଦିନ ହେଲାଣି ମାଗଣାରେ ଏକ ହଜାରରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟା ଯାଉଛି। ଆମେ କହୁଛି ଭଦ୍ରକ ଜିଲ୍ଲାର ଏକ ସ୍ଵେଚ୍ଛାସେବୀ ସଂଗଠନର କଥା ଯାହାର ନାମ ହେଉଛି ଉସ୍ଵର୍ଗ ।

{"id":271408,"sizeSlug":"large"}

ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଏହି ସଂଗଠନର ୩୦୦ରୁ ଅଧିକ ସଦସ୍ୟ ଅଛନ୍ତି । ଏବେ ୨୦ରୁ ଅଧିକ ସଦସ୍ୟ ସକ୍ରିୟ ଭାବେ ଖାଦ୍ୟ ବଣ୍ଟନ କରୁଛନ୍ତି। ବିଭିନ୍ନ ସହୃଦୟ ବ୍ୟକ୍ତି ମଧ୍ୟ ଏହି ସଂସ୍ଥାକୁ ସହାୟତାର ବଢ଼ାଉଛନ୍ତି। ବାକି ଟଙ୍କା ଖର୍ଚ୍ଚ କରୁଛନ୍ତି ସଂଗଠନର ସଭାପତି ଓ କେତେ ଜଣ ସଦସ୍ୟ ।

{"id":271409,"sizeSlug":"large"}

ଲକଡାଉନ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ରହିଛି। କେତେକ ଅନୁମତିପ୍ରାପ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ପାର୍ସଲ ପାଇଁ ଅନୁମତି ଦେଇଛି ପ୍ରଶାସନ । ଏତିକି ବେଳେ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଖାଇବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ରୋଗୀଙ୍କ ପାଇଁ ମେଡିକାଲ ଖାଦ୍ୟ ଯୋଗଉଥିବା ବେଳେ ପ୍ରଶାସନିକ କଟକଣା ପାଇଁ ସଂପର୍କୀୟମାନେ ବାହାରୁ ଖାଦ୍ୟ ଆଣିପାରନ୍ତି ନାହିଁ।

{"id":271411,"sizeSlug":"large"}

ଏତିକି ବେଳେ ଲକଡାଉନ୍ ଆରମ୍ଭରୁ ଉସ୍ଵର୍ଗ ଦୁଇ ଓଳି ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି । ସଦସ୍ୟମାନେ ରହି ଲୋକଙ୍କୁ ହାତ ମୁହଁ ଧୋଇବା ସହ ସାମାଜିକ ଦୂରତା ନିୟମ ଅନୁଯାୟୀ ଲାଇନ୍‌ରେ ରଖି ଖାଦ୍ୟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.