Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କରୋନା ଠାରୁ ବି ବଡ ସଙ୍କଟ : ନେଇପାରେ କୋଟି କୋଟି ଜୀବନ !

28/05/2020 at 3:31 PM

ନୂଆଦିଲ୍ଲୀ ୨୮/୦୫ : ସାରା ଦୁନିଆରେ କରୋନା ତାର ତାଣ୍ଡବ ଲୀଳା ରଚି ଚାଲିଛି | କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି | ବିଶ୍ୱର ଅନେକ ଦେଶର ବୈଜ୍ଞାନିକ ଏହାର ଟୀକା ଏବଂ ଔଷଧ ବାହାର କରିବା ପାଇଁ ଗବେଷଣା କରୁଛନ୍ତି | କରୋନା ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି | କିନ୍ତୁ କରୋନା ଯୋଗୁଁ ଏବେ ଆଉ ଏକ ସଙ୍କଟ ମୁଣ୍ଡ ଟକିଲାଣି | ଏହି ସଙ୍କଟ କରୋନା ଠାରୁ ମଧ୍ୟ ଅଧିକ ଭୟଙ୍କର ଯାହା କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିବ |

କରୋନା ଭାଇରସ ପ୍ରଭାବରେ ଦୁନିଆର ପ୍ରାଥମିକ ସ୍ଥରରେ ୧୩.୫ କୋଟି ଲୋକ ବର୍ତ୍ତମାନ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି | ଖାଇବାକୁ ନ ପାଇ ଭୋକ ଓପାସରେ ଅନେକ ଲୋକ ପ୍ରାଣ ହରାଉଛନ୍ତି | ଏହି ସଂଖ୍ୟା ବର୍ତ୍ତମାନ ୨୬.୫ କୋଟିରେ ପହଞ୍ଚିଲାଣି | ଦୁନିଆରେ ୧.୭ କୋଟି ଶିଶୁ ଅପପୃଷ୍ଟିର ଶିକାର ହୋଇ ଅଛନ୍ତି | ଏମାନଙ୍କ ମଧ୍ୟରୁ ୫ ବର୍ଷରୁ କମ ବୟସର ଶିଶୁ ଅଛନ୍ତି | 

ଖାଦ୍ୟ ସମସ୍ୟାର ଅନେକ କାରଣ ଥାଏ | ଦୁନିଆର ଅନେକ ଦେଶ ଏହିସବୁ କାରଣ ଯୋଗୁଁ ସଂଘର୍ଷ କରୁଛନ୍ତି | ଏମାନଙ୍କ ମଧ୍ୟରେ ଖାଦ୍ୟ ଅସୁରକ୍ଷିତତା ଓ ସଂଘର୍ଷ, ଆର୍ଥିକ ସଙ୍କଟ, ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଖରାପ ପାଗ ଏବଂ ରୋଗପୋକ ରହିଛି |

ଖାଦ୍ୟ ସଙ୍କଟ ଯୋଗୁଁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ଦ୍ବୀପ ହେଲା ଆଫ୍ରିକା | ଏହାପରେ ରହିଛି ମଧ୍ୟ ପୂର୍ବ ଏବଂ ଏସିଆ | ଉଭୟ ମହାଦ୍ଵୀପରେ ପାଖାପାଖି ୧୨ କୋଟି ଲୋକ ଖାଦ୍ୟ ସଙ୍କଟ ସମସ୍ୟା ଭୋଗୁଛନ୍ତି | 

ଖାଦ୍ୟ ସଙ୍କଟ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ଦେଶ ହେଲା ଦକ୍ଷିଣ ସୁଦାନ, ସିରିଆ ଆରବ ରିପବ୍ଲିକ, ୟମାନ ଏବଂ ହେତି | ଦୁନିଆର ସବୁ ମହାଦ୍ଵୀପ ମଧ୍ୟରୁ ଆଫ୍ରିକାର ସ୍ଥିତି ସବୁଠାରୁ ଦୟନୀୟ | କେବଳ ଉତ୍ତର ନାଇଜେରିଆରେ ୭୦ ଲକ୍ଷ ଲୋକ ଖାଦ୍ୟ ଅଭାବ ଦେଇ ଗତି କରୁଛନ୍ତି |

ଭୋକ ଏବଂ ଖାଦ୍ୟାଭାବ ସହ ସଂଗ୍ରାମ କରୁଥିବା ଦେଶ ମଧ୍ୟରେ ପଡୋଶୀ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟ ରହିଛି | ଅର୍ଥନୈତିକ ଅସ୍ଥିରତା ଏବଂ ସଶସ୍ତ୍ର ବିବାଦ ଯୋଗୁଁ ଏହି ଦୁଇ ଦେଶ ସବୁବେଳେ ଅସ୍ଥିର |

   Related Posts