‘ମୋ ପରିବାର’ ପକ୍ଷରୁ ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ

Published By : Prameya-News7 Bureau | June 02, 2020 IST

ଭଦ୍ରକ ୨।୬: ରାଜ୍ୟ ସରକାରଙ୍କ ‘ମୋ ପରିବାର’ ପକ୍ଷରୁ ପ୍ରବାସୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ଭଦ୍ରକ ଜିଲ୍ଲା ନୂଆ ବସଷ୍ଟାଣ୍ଡ ନିକଟରେ ‘ମୋ ପରିବାର’ର ସଦସ୍ୟ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ବିଭିନ୍ନ ରାଜ୍ୟକୁ ଯାଉଥିବା ପ୍ରବାସୀମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି । ଏହି ଅବସରରେ ରାଜ୍ୟ ‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଉପସ୍ଥିତ ରହି ଜାତୀୟ ରାଜପଥରେ ଯାଉଥିବା ବିଭିନ୍ନ ପ୍ରବାସୀ ଗାଡିକୁ ଅଟକାଇ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ । ରାଜ୍ୟ ସରକାରଙ୍କ ‘ମୋ ପରିବାର’ ସମସ୍ତଙ୍କ ହିତ ଉଦ୍ଦେଶ୍ୟରେ କରାଯାଇଛି ।

ରାଜ୍ୟର ୧୫ଟି କ୍ୟାମ୍ପ କରାଯାଇ ପ୍ରବାସୀଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି । ପୂର୍ବରୁ ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ଯାଇଥିବା ବହୁ ପ୍ରବାସୀ ଓଡିଆଙ୍କୁ ‘ମୋ ପରିବାର’ ପକ୍ଷରୁ ଉଦ୍ଧାର କରାଯାଇଥିଲା । ଆହୁରି ମଧ୍ୟ ଯେଉଁମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ‘ମୋ ପରିବାର’ ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ‘ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ କହିଥିଲେ । ଭଦ୍ରକ ବିଧାୟକ ତଥା ‘ମୋ ପରିବାର’ର ସଦସ୍ୟ ସଞ୍ଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ  ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.