Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଉତ୍ତପ୍ରଦେଶର କାନପୁର ବଜାରରେ ଖାଦ୍ୟ ବିଭାଗର ଚଢାଉ ; ବିପୁଳ ପରିମାଣର ନକଲି ଖୁଆ ଜବତ

5/11/2018 at 12:06 PM

କାନପୁର ୫|୧୧: ଦୀପାବଳି ପାଇଁ ଜମୁଛି ମିଠା ବେପାର । ଭଳିକି ଭଳି ମିଠା ପସନ୍ଦ କରି ଘରକୁ ନେଇ ଯାଉଛନ୍ତି ଲୋକ । ହେଲେ ଏସବୁ ମିଠା ଯେଉଁ ଖୁଆରୁ ତିଆରି ହେଉଛି, ତାହା କେତେ ଖାଦ୍ୟପୋଯୋଗୀ, କେତେ ସୁରକ୍ଷିତ । ଏହି ସମୟରେ ମାତିଛନ୍ତି ଅସାଧୁ ବେପାରୀ, ଯେଉଁମାନେ ବଜାରରେ ନକଲି ଖୁଆ କାରବାର ଚଳାଇଛନ୍ତି । ଉତ୍ତପ୍ରଦେଶର କାନପୁର ବଜାରରେ ବିପୁଳ ପରିମାଣର ଖୁଆ ଜବତ କରିଛି ଖାଦ୍ୟ ବିଭାଗ । ଯାହାକୁ ଦେଖିଲେ ଯେକେହି ଚକିତ ହୋଇଯିବ । କେମିକାଲ ବ୍ୟବହାର କରି ସିନ୍ଥେଟିକ୍ ଖୁଆ ଏବଂ ପନିର ତିଆରି କରୁଛନ୍ତି ଅସାଧୁ ବେପାରୀ । ବଜାରରେ ଚାହିଦାକୁ ନଜରରେ ରଖି ଅସାଧୁ ବ୍ୟବସାୟୀ ମାତିଛନ୍ତି । ଦୀପାବଳିରେ ସମସ୍ତେ ମିଠା କିଣିଥାନ୍ତି । ସାଧାରଣ ସମୟଠାରୁ ଢେର ଅଧିକ ମିଠା ବେପାର ଜମେ । ଆଉ ଏତିକି ବେଳେ ହାନିକରକ ଦୁଗ୍ଧ ଜାତୀୟ ମିଠା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ତେଣୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକ । କେବଳ ସେତିକି ନୁହେଁ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିବାଗର ଅଧିକାରୀଙ୍କ ଦାୟିତ୍ବ ବି ବେଶ ଅଧିକ ।

   Related Posts