Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

‘ଅର୍ଡର କ୍ୟାନସଲ୍‌’ କରି ଗ୍ରାହକଙ୍କ ଘର ବାହାରେ ଖାଦ୍ୟ ଖାଇଦେଲେ ଡେଲିଭରି ବୟ, ଭିଡିଓ ଭାଇରାଲ୍‌ ପରେ କମ୍ପାନୀ କରୁଛି ତଦନ୍ତ

19/01/2021 at 6:41 PM

ଲଣ୍ଡନ ୧୯/୦୧: ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ଅତି ସହଜ। ଗୋଟିଏ କ୍ଲିକ୍‌ରେ ଖାଦ୍ୟ ଆସି ଦୁଆରମୁହଁରେ ପହଞ୍ଚୁଛି। ଭୋକରେ ଥାଇ ଲୋକଟିଏ ଖାଦ୍ୟ ଅର୍ଡର କରିଦେଲେ କେଇ ମିନିଟ୍‌ରେ ଖାଦ୍ୟ ଘରେ ପହଞ୍ଚିଯାଉଛି। କିନ୍ତୁ ଥରେ ଚିନ୍ତା କଲେ ଆପଣ ଅର୍ଡର କରିଥିବା ଖାଦ୍ୟ ଯଦି ଠିକ ସମୟରେ ନପହଞ୍ଚେ ତେବେ ଆପଣଙ୍କୁ କିପରି ଲାଗିବ ? ନିଶ୍ଚିତ ଭାବେ ଆପଣ ଡେଲିଭରି ବୟକୁ ଫୋନ୍‌ କରି ଏହାର କାରଣ ପଚାରିବେ।

ଯଦି ଡେଲିଭରି ବୟ ଆପଣଙ୍କ ଅର୍ଡର କ୍ୟାନସଲ୍‌ କରି ନିଜେ ସେହି ଖାଦ୍ୟ ଖାଇଦିଏ ଏବଂ ଆପଣ ଦେଖି ବି କିଛି କରିପାରିବେନି, ତେବେ ଆପଣଙ୍କ ମନର ଅବସ୍ଥା କଣ ହେବ?  ଏମିତି ଅନେକ ଗ୍ରାହକଙ୍କ କ୍ଷେତ୍ରରେ ହୋଇଥିବା ବେଳେ ପୁଣି ଏକ ଭିଡିଓ ଲଣ୍ଡନରୁ ସାମ୍ନାକୁ ଆସିଛି।

ଲଣ୍ଡନର ଜଣେ ମହିଳା ମ୍ୟାକଡୋନାଲ୍ଡରୁ କିଛି ଖାଦ୍ୟ ‘ଜଷ୍ଟ ଇଟ୍‌’ ମାଧ୍ୟମରେ ମଗାଇଥିଲେ। ଖାଦ୍ୟ ଆସି ଘର ପାଖରେ ପହଞ୍ଚିଥିବା ନେଇ ମେସେଜ୍‌ ଆସିଲା। କିନ୍ତୁ କବାଟ ଖୋଲି ଦେଖିବା ବେଳକୁ କବାଟ ପାଖରେ କେହି ଡେଲିଭରି ବୟ ଆସିନଥିଲା। ଠିକ୍‌ ଏହାର କିଛି ସମୟରେ ପରେ ‘ଅର୍ଡର କ୍ୟାନସଲଡ୍‌’। ପରେ ମହିଳା ଓ ତାଙ୍କ ଭାଇ ଯାହା ଦେଖିଲେ ବିଶ୍ବାସ କରିପାରିଲେ ନାହିଁ। ଜଣେ ଡେଲିଭରି ବୟ ତାଙ୍କ ଗେଟ ସାମ୍ନାରେ ସେ ଅର୍ଡର କରୁଥିବା ଖାଦ୍ୟ ଖାଉଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ଏନେଇ ମହିଳାଙ୍କ ଭାଇ ଟ୍ବିଟ୍‌ କରି କମ୍ପାନୀକୁ ଜଣାଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳିଛି। କେହି କେହି ମହିଳାଙ୍କ ଦୁଃଖକୁ ବୁଝିଥିବା ବେଳେ ତାଙ୍କ ସହ ଏପରି ହୋଇଥିବା କହିଛନ୍ତି। ତ ଆଉ କିଛି ଡେଲିଭଳି ଡ୍ରାଇଭର ଆଉ କିଏ ବୋଲି କହିଛନ୍ତି।

   Related Posts