ମାରଓ୍ବାଡି ମହିଳା ସମିତିର ମହାନତା: ଗାଁରେ ବୁଲି ବାଣ୍ଟିଲେ ଖାଦ୍ୟ ସାମଗ୍ରୀ ସହ ଶୀତ ବସ୍ତ୍ର
20/01/2021 at 5:14 PM

ଗଞ୍ଜାମ୨୦/୧: ମହିଳା ସମିତି ପକ୍ଷରୁ ଶୀତ ବସ୍ତ୍ର ଏବଂ ଖାଦ୍ୟ ବସ୍ତ୍ର ବଣ୍ଟନ କରାଯାଇଛି। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଆଦିବାସୀ ଅଧ୍ୟୁଷିତ ୩ଟି ଗାଁରେ ମାରୱାଡି ମହିଳା ସମିତି ପକ୍ଷରୁ ବଣ୍ଟନ କରାଯାଇଛି।

ମହିଳା ସମିତିର ସଭାପତି ରୁବି ଖେମନୀ, ସମ୍ପାଦକ ସୀମା ଚୌଧୁରୀ ଏବଂ ଜନ ଜାଗରଣ ମୁଖ୍ୟ ସୁମମ ସରଫ ପ୍ରମୁଖ କୁକୁଡ଼ାଖଣ୍ଡି ବ୍ଲକ ବେଲପାଡ, ରାମଗୁଡା, ଢେପୋଗୁଡା ଗାଁରେ ପହଞ୍ଚି ସେଠାକାର ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପରିବାରକୁ ଏକତ୍ରିତ କରି ଗାଁ ମଣ୍ଡପରେ ଶୀତ ବସ୍ତ୍ର ବ୍ଲଙ୍କକେଟ, ମଫଲର, ଟୋପି ଏବଂ ଛୋଟ ବଡ଼ ପିଲାଙ୍କୁ ଚକଲେଟ୍ ବିସ୍କେଟ ମିଠା ଆଦି ବଣ୍ଟନ କରିଥିଲେ।

ଏଥିସହ ପିଲାମାନେ ପାଠ ପଢାରେ କେତେ ଆଗ୍ରହ କେମିତି ପାଠ ପଢୁଛନ୍ତି, ସେ ସବୁ ପଚାରି ବୁଝିଥିଲେ। ଏଭଳି ଭାବେ ଆଗାମୀ ଦିନରେ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଜନ ସାଧାରଣଙ୍କୁ ସଚେତନତା କରିବା ସହ ସାହାଯ୍ୟ ସହଯୋଗ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି। ଯାହାକୁ ବୁଦ୍ଧିଜୀବୀ ସମାଜସେବୀମାନେ ବେଶ ପ୍ରଶଂସା କରିଛନ୍ତି।