ଆହୁରି ବଢିବ ପିଆଜ ଦର : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | November 05, 2019 IST

ଭୁବନେଶ୍ବର ୫।୧୧: ଆହୁରି ବଢିବ ପିଆଜ ଦର । ଓଡିଶାରେ ପିଆଜ ଦର ଆହୁରି ୬ରୁ ୧୦ ଟଙ୍କା ବଢିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରରେ ଅଣଋତୁ ବର୍ଷା ପାଇଁ ଅସୁବିଧା ସୃଷ୍ଟି ହୋଇଛି । ଦକ୍ଷିଣ ଭାରତରେ ପିଆଜ ଦର ବଢିଥିବାରୁ ଏଠି ମଧ୍ୟ ଦର ବଢିବ । ଖାଉଟିଙ୍କୁ ରିହାତି ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଚିନ୍ତା କରୁଛନ୍ତି । ବ୍ୟବସାୟୀ ସଂଘ ଗୁଡିକ ସହିତ ବୈଠକ ପରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହେବ ।

ସେହିଭଳି ଡାଲି ଦର ବୃଦ୍ଧି ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସର୍ବଭାରତୀୟ ସ୍ତରରେ ଡାଲି ଦର ବଢିଛି । ସେହି ଦୃଷ୍ଟି କୋଣରୁ ଓଡିଶାରେ ମଧ୍ୟ ଡାଲି ଦର ବଢିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଦେଖି ବିଭିନ୍ନ ଜିନିଷ ବିକ୍ରି କଳାବଜାରୀ ହେଉଥିବା ଅଭିଯୋଗ ହେଉଛି । କଳାବଜାରୀ ରୋକିବାକୁ ସମସ୍ତ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି । ଜିନିଷ ମହଜୁଦ ରଖି ଯେଉଁ ବ୍ୟବସାୟୀ ଦର ବଢାଇବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ଭାବ୍ୟ ବର୍ଷାକୁ ଦେଖି ଧାନ ସଂଗ୍ରହରେ ସତର୍କତା ଅବଲମ୍ବନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.