Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ପ୍ରତ୍ୟାହାର ହେବନି ଟୋକନ୍ ବ୍ୟବସ୍ଥା, ନୂଆ ପଦ୍ଧତି ଆପଣାଇବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ

20/11/2019 at 2:43 PM

ଭୁବନେଶ୍ବର ୨୦।୧୧:  ଟୋକନ ବ୍ୟବସ୍ଥା ପ୍ରତ୍ୟାହର ହେବନି, ଏହା ଅଛି ଓ ରହିବ। ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ କରୁଥିବା ଆନ୍ଦୋଳନ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଭଳି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏହା ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତି । ଚାଷୀଙ୍କୁ ଅନୁରୋଧ ଏହିକୁ ସମସ୍ତେ ଆପଣାନ୍ତୁ । ଏହାଦ୍ବାରା ଉଚିତ୍ ମୂଲ୍ୟ ଓ ଅଧିକାର ପାଇବେ ଚାଷୀ । ଯଦି ଏହାକୁ ଆହୁରି ଭଲ କରିବା ପାଇଁ କିଛି ନୂଆ ମତାମତ ଚାଷୀ ଦେବେ ତେବେ ତାକୁ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଧାନକିଣା ପାଇଁ ଟୋକନ ବ୍ୟବସ୍ଥାକୁ ପଶ୍ଚିମ ଓଡିଶାର ଚାଷୀ ବିରୋଧ କରିଥିଲେ । ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଥିଲେ ଚାଷୀ । ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ବିରୋଧ କରି ତିନି ଦିନ ହେଲା ଆନ୍ଦୋଳନ ଚଳାଇଥିଲେ ପଶ୍ଚିମ ଓଡିଶାର ଶହ ଶହ ଚାଷୀ । ଆଜି ବରଗଡ ଜିଲ୍ଲା ଅତାବିରା ବନ୍ଦ ଡାକରା ଦେଇଛନ୍ତି ଚାଷୀ ।

ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀମାନେ ଧାରଣା ଦେଇଥିଲେ । ସେପଟେ ବରଗଡର ଅତାବିରା ଓ ଭେଡେନ୍‌ ବ୍ଲକ୍‌ର ବିଭିନ୍ନ ସରକାରୀ ଅଫିସ ବନ୍ଦ କରିଥିଲେ ଚାଷୀ । ଗୃହରେ ଆଜି ପଶ୍ଚିମ ଓଡିଶାରେ ଚାଷୀଙ୍କୁ ଟୋକନ ବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଟୋକନ ବ୍ୟବସ୍ଥାକୁ ବିରୋଧ କରି ୧୨ଘଣ୍ଟିଆ ଅତବାରି ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ଡାକରା ଫଳରେ ସମସ୍ତ ସରକାରୀ ଓ ବେସରକାରୀ  ଅଫିସ ବନ୍ଦ ରହିଛି । ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଥିବା ବେଳେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି ।

ଗତକାଲି ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ, ଉପନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟକୁ ଧସେଇ ଚାଷୀ ପଶିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ତାଲା ପକାଇ ଦେଇଥିଲେ ଚାଷୀ । ସେହିଭଳି ଅତାବିରା ଓ ଭେଡେନ୍‌ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇବା ସହ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଗତକାଲି ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ । ଧାନ ବିକ୍ରି ବେଳେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲ୍ଲାର ଚାଷୀ ଆନ୍ଦୋଳନ କରୁଥିବା ବେଳେ ଜିଲ୍ଲାର ୪ ଜଣ ବିଧାୟକଙ୍କ ବାସଭବନ ସାମ୍ନାରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚାଷୀ । ଜିଲ୍ଲାର ନିର୍ବାଚିତ ୪ ଜଣ ବିଧାୟକ ଗୃହରେ ଟୋକନ୍ ବ୍ୟବସ୍ଥା ନେଇ ଗୃହରେ କୌଣସି ପ୍ରଶ୍ନ କରିନଥିଲେ । ଏହାର ପ୍ରତିବାଦରେ ବିଧାୟକଙ୍କ ଘର ଆଗରେ ଏମିତି ବିକ୍ଷୋଭ କରାଯାଇଥିଲା ।

ସମ୍ବଲପୁରରେ ଟୋକନ୍ ବ୍ୟବସ୍ଥା ବିରୋଧରେ ଚାଷୀ ଆନ୍ଦୋଳନ ତେଜିଥିବା ବେଳେ ବରଗଡ଼ରେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ । ୧୫ ତାରିଖରୁ ମାର୍କଟେ ୟାର୍ଡ ଖୋଲାଯିବା ସତ୍ତ୍ବେ ମଧ୍ୟ ହଜାର ହଜାର ବସ୍ତା ଧାନ ପଡିରହିଛି । ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ ଘେରିଥିଲେ ଉତ୍ତ୍ୟକ୍ତ ଚାଷୀ । ଅତାବିରା ଓ ଭେଡେନ୍ ବ୍ଲକ୍ର ବିଭିନ୍ନ ସରକାରୀ ଅଫିସ ବି ବନ୍ଦ କରିଦେଇଥିଲେ ।

   Related Posts