ଶଯ୍ୟା ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | June 16, 2021 IST

ଆଠଗଡ଼, ୧୬।୬: ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୩୦ ଶଯ୍ୟା ବିଶିଷ୍ଟ ପ୍ରସୂତୀକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

୩୦ ଶଯ୍ୟା ବିଶିଷ୍ଟ ଏହି ଗୃହ ନିର୍ମାଣ ହେଲେ ଆଗାମୀ ଦିନରେ ରୋଗୀମାନେ ଉପକୃତ ହେବେ l ଉଭୟ ଅନ୍ତଃ ଏବଂ ବାହ୍ୟ ରୋଗୀଙ୍କ ପାଇଁ ତିଗିରିଆ ଡ଼ାକ୍ତରଖାନାରେ ରୋଗୀ ସେବା ଯୋଗାଇ ଦିଆଯି l ଏଥିସହିତ ସମଉପଯୋଗୀ ଅତ୍ୟାଧୁନିକ ନିର୍ମିତ ଏହି ୩୦ ଶଯ୍ୟା ବିଶିଷ୍ଟ ଗୃହ କାର୍ଯ୍ୟକ୍ଷମ ହେଲେ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.