Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଷ୍ଟୁରାଣ୍ଟ ବ୍ୟବସାୟକୁ କଣ୍ଟା ଫୁଡ୍ ହୋମ ଡେଲିଭରି ସଂସ୍ଥା, ଖାଦ୍ୟର ମାନ କମୁଛି, ପ୍ରସ୍ତୁତକାରୀ ବଦନାମ

30/07/2020 at 9:14 PM

ଭୁବନେଶ୍ଵର ୩୦।୦୭: କରୋନା ମହାମାରୀ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି। ସବୁ ସେକ୍ଟରକୁ ଏହା ପ୍ରଭାବିତ କରିଛି। ଏଥିରୁ ଖାଦ୍ୟ ଉତ୍ପାଦନକାରୀ ବା ରେସ୍ତୋରାଁ ବାଦ୍‌ ପଡନ୍ତେ ବା କେମିତି। ସଂପ୍ରତି ଓଡିଶାର ରେସ୍ତୋରାଁ ସମୁଦାୟ ସଂସ୍ଥା ଦୁର୍ଦ୍ଦିନରେ। ସେମାନଙ୍କୁ ମଧ୍ୟରୁ ଅନେକ କଠିନ ସମୟ ଦେଇ ଗତି କରୁଛନ୍ତି। ଅନ୍ୟ ରାଜ୍ୟ ପରି ଏଠାରେ ମାଲିକ ସେତେଟା ସଂଗଠିତ ନୁହନ୍ତି। ଏବେ କରୋନା ସଙ୍କଟ ସେମାନଙ୍କ ବେଉସାକୁ ବୁଡାଇବାରେ ଲାଗିଛି।

ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ରେ କିଛିଟା କୋହଳ ପରେ ରାଜ୍ୟରେ କିଛି ଗତିବିଧି ଚଳାଚଳକୁ ଅନୁମତି ମିଳିଥିଲା। ସେଥିରେ ରେସ୍ତୋରାଁ ମଧ୍ୟ ସାମିଲ। ରେସ୍ତୋରାଁକୁ କେବଳ ପାର୍ସଲ ମାଧ୍ୟମରେ ଖାଦ୍ୟ ଦେବାକୁ ଅନୁମତି ମିଳିଥିଲା। ମାତ୍ର ପରେ ରାଜ୍ୟ ସରକାର ଆଉ ଏକ ନୀତି ପ୍ରଣୟନ କଲେ। ଏହା ଅନୁଯାୟୀ ସମସ୍ତ ଖାଦ୍ୟ ସେବା ଏବେ ଫୁଡ ଏଗ୍ରିଗେଟର୍ସଙ୍କ ଜରିଆରେ ଯୋଗାଇ ଦିଆଯିବ। ଏଗ୍ରୀଗେଟର୍ସ ସଂସ୍ଥା ଡେଲିଭରି ବୟ ଜରିଆରେ ଅର୍ଡର ନେଇ ଗ୍ରାହକଙ୍କ ନିକଟକୁ ଖାଦ୍ୟ ପହଞ୍ଚାଇବେ। ଆଜି ଭୁବନେଶ୍ଵରରେ ଦୁଇଟି ପ୍ରମୁଖ ଏଗ୍ରିଗେଟର ସଂସ୍ଥା ରହିଛି। ସେମାନେ ଏବେ ରେସ୍ତୋରାଁ ପ୍ରତି ଭ୍ରମାତ୍ମକ ସ୍ଥିତି ଉତ୍ପନ କରିଛନ୍ତି। ମାଲିକଙ୍କ ପାଇଁ ଭିସ-ଏ-ଭିସ୍ କ୍ୟାଚ୍‌ ୨୨ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଯେବେ ଫୁଡ ଏଗ୍ରିଗେଟର୍ସ ଓଡିଶା ଆସିଲେ ସେମାନେ ଆରମ୍ଭରୁ ମାଗଣାରେ ଅନେକ ସେବା ଯୋଗାଇଲେ ଓ ବିକ୍ରି ମୂଲ୍ୟ ଉପରେ ୧୨ ପ୍ରତିଶତ ରିହାତି ଦେଲେ। କିନ୍ତୁ ରେସ୍ତୋରାଁଠୁ ଅର୍ଥ ଆଦାୟ କରି ନିଜର ଭରଣା କଲେ। ଏହି ପରି ୨୪ ମାସ ଭିତରେ ସେମାନେ ବର୍ତ୍ତମାନ ଅର୍ଡର ପିଛା ୩୦ ପ୍ରତିଶତ ଚାର୍ଜ କରୁଛନ୍ତି। ଏହି ୩୦ ପ୍ରତିଶତ ଖାଦ୍ୟ ସଞ୍ଚାଳନକାରୀଙ୍କ ଲାଭରୁ ଛଡାଇବା ପରି କାମ ହୋଇଛି। ଏହା ବ୍ୟତୀତ ସେମାନେ ପ୍ରତି ମିସ୍‌ କଲ୍ ପିଛା ୧୦ ଟଙ୍କା ଜୋରିମାନା ଲଗାଉଛନ୍ତି। ସେହି କ୍ଷେତ୍ରରେ ଏହି ଜୋରିମାନା ଲଗାଉଛନ୍ତି ଯଦି ଫୁଡ୍ ଅପରେଟର ବା ଖାଦ୍ୟ ସଞ୍ଚାଳକ ଫୋନର ଉତ୍ତର ନଦିଅନ୍ତି କିମ୍ବା ଫୁଡ୍ ଏଗ୍ରୀଗେଟର୍ସ ଡେଲିଭରି ବୟର କଲ୍ ରିସିଭ୍ କରନ୍ତି। ଏହା  ବୁଝିବା ମଧ୍ୟ ସମସ୍ତଙ୍କ ପାଇଁ ଦୁରୁହବ୍ୟାପାର।

ଫୁଡ ଏଗ୍ରୀଗେଟର୍ସଙ୍କ ମଧ୍ୟରେ ଏମିତି ଶବ୍ଦ ପ୍ରୟୋଗ ହେଉଛି ଯାହା ରେସ୍ତୋରାଁ ମାଲିକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ। କାରଣ ରେସ୍ତୋରାଁରେ କର୍ମଚାରୀ ସଂଖ୍ୟା ଅଧିକ ନୁହେଁ। ଉପରୁ ଅଧିକ ଅର୍ଡର, ପୁଣି ସେଥିରେ ଖାଦ୍ୟ ଗୁଣବତ୍ତା ମଧ୍ୟ ରହିଛି। ଏହି ସବୁ ଚକ୍କରରେ ବିକ୍ରି କମ ହୋଇଥାଏ କାରଣ ଖାଦ୍ୟ ଗୁଣବତ୍ତା କମ ରହିଲେ ଗ୍ରାହକ ଉକ୍ତ ରେସ୍ତୋରାଁକୁ ଆଉ ଅନଲାଇନ୍‌ରେ ସର୍ଚ୍ଚ କରନ୍ତି ନାହିଁ। ଏହି ପରି ଫୁଡ ଏଗ୍ରୀଗେଟର୍ସଙ୍କ ଚକ୍କକରେ ବିଚରା ରେସ୍ତୋରାଁ ମାଲିକ ହନ୍ତସନ୍ତ ହୁଅନ୍ତି।

ମାତ୍ର ଯେବେ ଗୁଣବତ୍ତାର କଥା ଆସେ  ଏବଂ ଅଧିକ କ୍ଲିକ୍ ଓ ଅର୍ଡର ଉପରେ ନଜର ପକାଯାଏ ତେବେ ୟୁନିଟ୍-୪ ସ୍ଥିତ ଏକ ରେସ୍ତୋରାଁ  ରହିଛି ଯାହା ବହୁତ ଲୋକପ୍ରିୟ। ଏହା ଆଉଟ୍‌ଲେଟ୍ ଲେବଲର ବିରିୟାନୀ ପରଷିଥାଏ। ଏଠାକୁ ବହୁ ସଂଖ୍ୟାରେ ଅର୍ଡର ଆସିଥାଏ। ଡେଲିଭରି ନେବା ପାଇଁ ଫୁଡ ଏଗ୍ରୀଗେଟର୍ସର ଲୋକଙ୍କ ଲମ୍ବା ଧାଡି ଲାଗି ରହିଥାଏ। ବିରିୟାନି ମୂଲ୍ୟ ୧୦୦ ଟଙ୍କା ରହିଛି। ଏହା ପ୍ରଯୁଜ୍ୟ FSSAI ଦ୍ଵାର ନିର୍ଦ୍ଧାରିତ ମାନଦଣ୍ଡର ଉଲ୍ଲଂଘନ ମଧ୍ୟ କରୁଛି। ଏଠାରେ ସ୍ଵାଦ ପାଇଁ ରାସାୟନିକ ପଦାର୍ଥର ଉପଯୋଗ କରାଯାଉଛି, ଯାହା ବିଶେଷ କରି ଏହି ମହାମାରୀ ସ୍ଥିତିରେ ଶରୀର ପାଇଁ ହାନୀକାରକ ଅଟେ।

ଏହା ଶରୀରର ମେଦ ବହୁଳତା ବୃଦ୍ଧି କରିବା ସହିତ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। କେଉଁ ପ୍ରକାରେ ଏଠାରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ଦର ନିର୍ଦ୍ଧାରଣ କେମିତି କରୁଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି। ଏମିତି ଆଉଟଲେଟ୍‌ ପ୍ରତି ଲୋକଙ୍କ ଆକର୍ଷଣ କେମିତି ବଢୁଛି ତାହା ଅନୁମାନ କରିବା ବି ମୁସ୍କିଲ। ଯେଉଁ ଆଉଟ୍‌ଲେଟ୍‌ ଗୁଣବତ୍ତା ପ୍ରତି ସଚେତନ ସେମାନେ ଏହି ପ୍ରକାରର ଖାଦ୍ୟ ପ୍ରସ୍ତୁତ କଦାପି କରିନ୍ତି ନାହିଁ। ଫଳରେ ସେମାନଙ୍କ  ବେପାର ଦୀର୍ଘ ଦିନ ଧରି ମାନ୍ଦାବସ୍ଥାରେ ଚାଲିଛି। ଅନ୍ୟ ଆଉଟଲେଟ୍‌ ବେପାର ଚକ୍କରରେ ରସାୟନ ପଦାର୍ଥ ମିଶ୍ରଣ କରି ଖାଦ୍ୟକୁ ସ୍ଵାଦିଷ୍ଟ କରୁଛନ୍ତି। ଆଉ ଏହି ଆଉଟ୍‌ଲେଟ୍‌ ସାମ୍ନାରେ ଏଗ୍ରୀଗେଟର୍ସଙ୍କ ଡେଲିଭରି ବୟଙ୍କ ଅର୍ଡର ନେବା ପାଇଁ ଭିଡ ଜମୁଛି।

ସେମାନଙ୍କ ମଧ୍ୟରୁ କିଛି ନିମ୍ନ ଶ୍ରେଣୀର ଆଉଟ୍‌ଲେଟ୍  ରହିଛି ଯାହାକୁ ଏଗ୍ରୀଗେଟର୍ସ ପ୍ରୋତ୍ସାହନ ଦେଉଛନ୍ତି। ସେମାନଙ୍କୁ ଅର୍ଥ ନେଇ ଆପ୍ସରେ ଖାଦ୍ୟ ଏବଂ ଏହାର ମୂଲ୍ୟକୁ ଶୀର୍ଷରେ ରଖୁଛନ୍ତି। କେହି ମଧ୍ୟ ଅନୁମାନ ଲଗାଇ ପାରିବେ ଯେ ଆମକୁ ନିମ୍ନମାନର ଭୋଜନ ସହତି ଆଉଟ୍‌ଲେଟ୍‌ କଣ ପାଇଁ ମିଳୁଛି। ସେ ପୁଣି ଆପ୍ସରେ ଏହି ସବୁ ଆଉଟ୍‌ଲେଟ୍‌ ଖାଦ୍ୟ ଚାର୍ଟ ଉପରେ ରହୁଛି।

ଫୁଡ ଏଗ୍ରୀଗେଟର୍ସ ସ୍ପଷ୍ଟ ଭାବେ କୁହନ୍ତି ଯେ,  ଆପଣ ଆମକୁ ପଇସା ଦେଉଛନ୍ତି ଏବଂ ଆମେ ଆପଣଙ୍କ ଆଉଟ୍‌ଲେଟ୍‌କୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାର କାମ କରୁଛୁ। ଏହି ସବୁ ମଧ୍ୟରେ ଭଲ ଭୋଜନ ପ୍ରସ୍ତୁତ କରୁଥିବା ଆଉଟ୍‌ଲେଟ୍‌ ଉପରେ ହାନିକାରକ ପ୍ରଭାବ ପଡିଥାଏ। ଏମିତି ବି ଅନେକ ଆଉଟ୍‌ଲେଟ୍ ରହିଛି ଯେଉଁମାନେ  ବିଳମ୍ବରେ ଖାଦ୍ୟ ଦିଅନ୍ତି ତା ପୁଣି କମ ଗୁଣବତ୍ତାର ଖାଦ୍ୟ। ଏବେ କରୋନା ସ୍ଥିତିରେ ଫୁଡ୍ ଏଗ୍ରୀଗେଟର୍ସ ରେସ୍ତୋରାଁକୁ ବୁଡାଇବାର କାମ କରୁଛି। ମୋଟ୍ ଉପରେ ରେସ୍ତୋରାଁ ବର୍ତ୍ତମାନ ଦେବାଳିଆ ସ୍ଥିତି ଦେଇ ଗତି କରୁଛନ୍ତି।

   Related Posts