Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଫୋନି ଉଜାଡି ଦେଲା ଫୁଲ ବଗିଚା, ଦୟଣା ଓ ତୁଳସୀ ବଣ: ଶ୍ରୀଜୀଉଙ୍କ ନୀତି ପାଇଁ ପଡୁଛି ଅଭାବ

10/05/2019 at 9:27 PM

ପୁରୀ(କିଶନ ବାରାଇ) ୧୦|୫: ତାଙ୍କ ପୂଜାରେ ତୁଳସୀ । ମସ୍ତକରେ ତୁଳସୀ । ମହାପ୍ରସାଦରେ ତୁଳସୀ । ତୁଳସୀ ପ୍ରିୟ ଠାକୁର ସିଏ । ହେଲେ ତାଙ୍କ ସୁଳସୀବନକୁ ଖିନ୍‌ଭିନ୍‌ କରିଦେଲା ବାତ୍ୟା ଫୋନି । ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜାଉପଚାର ପାଇଁ ତୁଳସୀର ଅଭାବକୁ ଅନୁଭବ କରୁଛନ୍ତି ସେବାୟତ । ….

ବାଡ଼ିରେ ତୁଳସୀ ପତ୍ରଟିଏ ଛିଣ୍ଡେଇଲା ବେଳକୁ ଓଡ଼ିଆ ମନପ୍ରାଣ ସ୍ମରଣ କରେ ଜଗନ୍ନାଥଙ୍କୁ । ଦେବବୃକ୍ଷ ତୁଳସୀ ବିଷ୍ଣୁଭୋଗ୍ୟା । ସ୍ବୟଂ ବିଷ୍ଣୁ ଯାହାକୁ ଭୋଗ କରନ୍ତି ତାହା ହେଉଛି ତୁଳସୀ । ତାଙ୍କ ପୂଜାରେ ତୁଳସୀ । ମସ୍ତକରେ ତୁଳସୀ । ମହାପ୍ରସାଦରେ ତୁଳସୀ । ତୁଳସୀ ପ୍ରିୟ ଠାକୁର ସିଏ । ସେଇଥିପାଇଁ ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ, ଟୋପର, ଚିତା, ଗୁଣା, ନାଶି, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଧରମାଳା, ପୟରମାଳା, ପ୍ରତିଟି ପୁଷ୍ପାଳଙ୍କାରରେ ତୁଳସୀ ବ୍ୟବହାର ହୋଇଥାଏ ।

 ତାଙ୍କ ଝଡ଼ା ତୁଳସୀ ଟିକିଏ ପାଇଗଲେ ଭକ୍ତଟିଏ କୃତ୍ୟ କୃତ୍ୟ ହୋଇଯାଏ । ତୁଳସୀରେ ପୂଜା, ତୁଳସୀରେ ଉପଚାର, ତୁଳସୀରେ ଆଜ୍ଞା, ତୁଳସୀରେ ଅନୁରାଗ । ମହାପ୍ରଭୁଙ୍କର ଏମିତି ନୀତି ନାହିଁ, ଯେଉଁଠି ତୁଳସୀ ନଥାଏ । ଆଜି କିନ୍ତୁ ମହାପ୍ରଭୁଙ୍କ ଉପଚାର ପାଇଁ ତୁଳସୀର ଅଭାବ ଦେଖାଦେଇଛି । ବାତ୍ୟା ଫୋନି ଉଜାଡି ଦେଇଛି ଶ୍ରୀଜଗନ୍ନାଥଙ୍କ ବିହାର ବାଟିକା ନୀଳାଦ୍ରି ଉପବନକୁ । ଯେଉଁଠୁ ନିତ୍ୟ ତୁଳସୀ ଦୟଣା ଆସି ଶ୍ରୀଅଙ୍ଗରେ ଲାଗି ହୋଇଥାଏ ।  

ବିଶେଷ କରି ପୁଷ୍ପାଳଙ୍କାର ଗୁଡ଼ିକୁ ପ୍ରସ୍ତୁତ କଲାବେଳେ ଫୁଲ ଗୁନ୍ଥାଳିମାନେ ପ୍ରଚୁର ପଣସ ପତ୍ର, ତୁଳସୀ, ଦୟଣା ଓ ନାନାବିଧ ଫୁଲ ଆବଶ୍ୟକ କରିଥାଆନ୍ତି । ଆଜି କିନ୍ତୁ ସେମାନଙ୍କ ହାତବାନ୍ଧି ହୋଇଯାଇଛି । ଶ୍ରୀମନ୍ଦିରରେ ପହଞ୍ଚି ପାରୁନି ଶ୍ରୀଜିଉଙ୍କ ପ୍ରିୟ ତୁଳସୀ  । ସତେ ଯେମିତି ଠାକୁରଙ୍କ ପାଖରୁ ତାଙ୍କର ପ୍ରିୟ ତୁଳସୀକୁ ଛଡ଼ାଇ ନେଇଛି ବାତ୍ୟା ଫୋନି । ଫୋନିର ପ୍ରକୋପରେ ଆକ୍ରାନ୍ତ ଉପକୂଳବର୍ତ୍ତୀ ଅଂଚଳଗୁଡ଼ିକରେ ଭକ୍ତମାନଙ୍କର

ଫୁଲବଗିଚା, ତୁଳସୀ ଦୟଣା ବଣ ନଷ୍ଟ ହୋଇଯାଇଛି । ଭକ୍ତମାନେ ନିତିଦିନ ଠାକୁରଙ୍କ ପାଇଁ ପଠାଉଥିବା ତୁଳସୀ ଦୟଣା ଓ ଫୁଲ ଆଉ ଶ୍ରୀମନ୍ଦିରକୁ ଆସି ପାରୁନାହିଁ । ଗଞ୍ଜାମ ଜିଲ୍ଲାରୁ ପ୍ରତିଦିନ ଆସି ପହଞ୍ଚୁଥିବା ବସ୍ତା ବସ୍ତା ପଣସ ପତ୍ର ମଧ୍ୟ ଆସୁନାହିଁ । କାରଣ ବାତ୍ୟା ଫୋନି ନଷ୍ଟ କରିଦେଇଛି ଗଞ୍ଜାମ ଜିଲ୍ଲାର ପଣସଗଛ ଗୁଡିକୁ ।

ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ଫୁଲରେ ସଜେଇ ହେଉଥିବା ମହାପ୍ରଭୁଙ୍କର ବଡ଼ସିଂହାର ବେଶ ଏବେ ନିରସ ଲାଗୁଛି । ପୁଷ୍ପଅଳଙ୍କାର ଆଢୁଆଳରେ ଲୁଚି ଯାଉଥିବା ଠାକୁର ଏବେ ଖାଲି ଖାଲି ଲାଗୁଛନ୍ତି । କେବଳ ନାମକୁ ମାତ୍ର ଅଳଙ୍କାର ପ୍ରସ୍ତୁତ କରି ନୀତି ଚଳାଉଛନ୍ତି ସେବକମାନେ ।

ଏମିତି ଅଧା ଅଧା, ଶୁଖିଲା ଶୁଖିଲା ବେଶରେ ବଡ଼ସିଂହାର ବେଶ ବଢିବା ଦେଖିଲେ ଭକ୍ତଙ୍କ ଅନ୍ତର କାନ୍ଦୁଛି । ସେପଟେ ପରିସ୍ଥିତି ଦେଖି ଭକ୍ତମାନଙ୍କୁ ଫୁଲ ତୁଳସୀ ପଠାଇବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ ।

   Related Posts