Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜୀବନକୁ କିଭଳି ପ୍ରଭାବିତ କରେ ବୁଧ ଦୋଷ: ବୁଧବାର ଦିନ କରନ୍ତୁ ଏହି ଉପାୟ, ଫେରିବ ସୁଖ-ସମୃଦ୍ଧି

14/09/2021 at 8:27 PM

ଭୁବନେଶ୍ୱର ୧୪/୦୯ : ବୁଧବାର ଭଗବାନ ଗଣେଶଙ୍କୁ ଅର୍ପିତ। ବୁଧବାର ଦିନ ଗଣେଶଙ୍କୁ ପୂଜା କଲେ ବୁଧ ଗ୍ରହ ଦୋଷର ପ୍ରଭାବ ଦୂର କରାଯାଇପାରିବ। କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ଥିଲେ ଅନେକ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଠିକ ସେହିଭଳି କୁଣ୍ଡଳୀରେ ବୁଧ ବଳବାନ ଥିଲେ ବ୍ୟକ୍ତିଙ୍କୁ ଅନେକ ଶୁଭ ସୁବିଧା ପ୍ରାପ୍ତ ହୋଇଥାଏ। ଆସନ୍ତୁ ଜାଣିବା ବୁଧ ଗ୍ରହ ଆମ ଜୀବନକୁ କିଭଳି ପ୍ରଭାବିତ କରନ୍ତି ଓ ଏହାର ଉପାୟ କଣ।

କୁଣ୍ଡଳୀରେ ବୁଧ ଦୋଷ ଥିଲେ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ। ଆର୍ଥିକ ସ୍ଥିତି ଦେଖାଦେଇଥାଏ। ଯାହାଫଳରେ ବ୍ୟକ୍ତି ଋଣ ଭାରରେ ବୁଡ଼ିଯାଏ। ମାନସମ୍ମାନ ହ୍ରାସ ପାଇଥାଏ। ବୁଧ ଗ୍ରହ ଦୁର୍ବଳ ଥିଲେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟକ୍ତି ଦୁର୍ବଳ ହୋଇଯାଏ। ଘ୍ରାଣ ଶକ୍ତି ଚାଲିଯାଏ। ବୁଧ ଦୋଷ ପ୍ରଭାବ କମ କରିବାକୁ ବୁଧବାର ଦିନ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଉଚିତ। ଏହାଦ୍ୱାରା ବୁଧ ଦୋଷର ପ୍ରଭାବ କମ ହୋଇଥାଏ ଓ ଜୀବନରେ ସୁଖ ସମୃଦ୍ଧି ଫେରି ଆସିଥାଏ।

କୁଣ୍ଡଳୀରେ ବୁଧ ଦୋଷ ଥିଲେ ବ୍ୟକ୍ତିଙ୍କୁ ବୁଧବାର ଦିନ କିନ୍ନରଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ। ବୁଧବାର ଦିନ ଅଭାବୀ ଓ ଆବଶ୍ୟକୀୟ ଲୋକଙ୍କୁ ମୁଗ ଡାଲି ମଧ୍ୟ ଦାନ କରିପାରିବେ। ଏହାଦ୍ୱାରା ବୁଧ ଦୋଷ ପ୍ରଭାବ କମ ହୋଇଥାଏ ଓ ଗ୍ରହ ମଜବୁତ ହୋଇଥାଏ। ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ବୁଧବାର ଦିନ ଏସବୁ ଜିନିଷ ଦାନ କରିବା ଶୁଭ ବୋଲି କୁହାଯାଏ।

ଯଦି ଆପଣ ନିଜ କ୍ୟାରିଅରରେ ଆଗକୁ ବଢିବାକୁ ଚାହୁଁଛନ୍ତି, ଉନ୍ନତି ଚାହୁଁଛନ୍ତି ତାହାଲେ ବୁଧବାର ଦିନ ଗାଈକୁ ଚାରା ଖାଇବାକୁ ଦିଅନ୍ତୁ। ତାସହ ବୁଧବାର ଦିନ ୧୧ ଥର ଗଣେଶ ସ୍ତୋତ୍ର ପାଠ କଲେ ପରିବାରର ସବୁ ସମସ୍ୟା ଦୂର ହୋଇଥାଏ।

   Related Posts