ଶ୍ରାବଣ ମାସରେ ବାସ୍ତୁଶାସ୍ତ୍ର ସହ ଜଡିତ ଏହି ଛୋଟ ଛୋଟ ପରିବର୍ତ୍ତନ ବଦଳାଇଦେବ ଆପଣଙ୍କ ଭାଗ୍ୟ

Published By : Prameya-News7 Bureau | July 28, 2020 IST

ଭୁବନେଶ୍ୱର ୨୮/୦୭ : ଏବେ ପବିତ୍ର ଶ୍ରାବଣ ମାସ ଚାଲିଛି | ଭଗବାନ ଶିବଙ୍କ କୃପା ପାଇବା ପାଇଁ ଲୋକେ ଶ୍ରାବଣ ମାସରେ ଶିବଙ୍କୁ ପୂଜା କରିଥାନ୍ତି | ବାସ୍ତୁଶାସ୍ତ୍ର ଅନୁସାରେ, ଏହି ପବିତ୍ର ମାସରେ ଘରେ କିଛି କିଛି ପରିବର୍ତ୍ତନ ଆଣିବା କିମ୍ବା ଘରକୁ କିଛି ନୂଆ ଜିନିଷ ଆଣିବା ମଧ୍ୟ ଶୁଭ ଫଳଦାୟୀ ହୋଇଥାଏ | ଏହାଦ୍ୱାରା ଘର ସୁନ୍ଦର ଓ ଆକର୍ଷଣୀୟ ଲାଗିବା ସହ ବାତାବରଣ ମଧ୍ୟ ଶୁଦ୍ଧ ହୋଇଥାଏ | ଏହାସହ ଜୀବନରେ ଚାଲିଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ | ବାସ୍ତୁଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ଘରେ କଣ ପରିବର୍ତ୍ତନ କରିବା ଉଚିତ ଜାଣନ୍ତୁ :

{"id":306585,"sizeSlug":"large"}

ରୁଦ୍ରାକ୍ଷ - ରୁଦ୍ରାକ୍ଷ ଭଗବାନ ଶିବଙ୍କ ଅତି ପ୍ରିୟ | ପବିତ୍ର ଶ୍ରାବଣ ମାସରେ ରୁଦ୍ରାକ୍ଷ ଧାରଣ କରିବା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ | ଏହାଦ୍ୱାରା ମନକୁ ଶାନ୍ତି ମିଳିବ ସହ ଗ୍ରହର ନକାରାତ୍ମକ ପ୍ରଭାବ ମଧ୍ୟ ଦୂର ହୋଇଥାଏ | ଯେଉଁମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନଙ୍କୁ ପଞ୍ଚମୁଖୀ ରୁଦ୍ରାକ୍ଷ ନିଶ୍ଚୟ ଧାରଣ କରିବା ଉଚିତ |

{"id":306578,"sizeSlug":"large"}

ଜଳ ସ୍ରୋତ - ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ଵ ଦିଗର ବିଶେଷ ମହତ୍ୱ ରହିଛି | ଏହି ଦିଗରେ ଜଳ ସ୍ରୋତ କିମ୍ବା କୌଣସି ସୁନ୍ଦର ୱାଟର ଫାଇଣ୍ଟେନ ରଖିଲେ ଘରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ | ଏହାସହ ଘର ପରିବାରରେ ସୁଖ ଶାନ୍ତି ଓ ଏକତା ପରିବେଶ ବଜାୟ ରହେ |

{"id":306579,"sizeSlug":"large"}

ଅର୍ଦ୍ଧନାରେଶ୍ୱର ମୂର୍ତ୍ତି - ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଅର୍ଦ୍ଧନାରେଶ୍ୱର ରୂପ ମୂର୍ତ୍ତି କିମ୍ବା ପ୍ରତିମା ଘରେ ସ୍ଥାପନା କଲେ ସମ୍ପର୍କ ମଧୁର ରହେ | ଘରୁ କଳହ-କ୍ଳେଶ ଆଦି ଦୂର ହୋଇଥାଏ | ଘରର ପରିବେଶ ସୁଖ ଶାନ୍ତି ଭରା ହୋଇଥାଏ | ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ମଧୁରତା ବଢିଥାଏ |

{"id":306580,"sizeSlug":"large"}

ତୁଳସୀ ଗଛ - ଧାର୍ମିକ ଦୃଷ୍ଟିକୋଣରୁ ତୁଳସୀ ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ | ଶ୍ରାବଣ ମାସରେ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ | କୁମାରୀ ଯୁବତୀ ଶ୍ରାବଣ ମାସରେ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇଲେ ସେମାନଙ୍କ ବିବାହ ଶୀଘ୍ର ହୋଇଥାଏ ବୋଲି ବିଶ୍ୱାସ ରହିଛି | ତୁଳସୀ ଗଛ ଘରର ବାତାବରଣ ଶୁଦ୍ଧ କରିଥାଏ | ତୁଳସୀ ଗଛକୁ ପୂଜା କଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ | ପ୍ରତିଦିନ ସ୍ନାନ କରି ତୁଳସୀ ଗଛରେ ଜଳ ଅର୍ପଣ କଲେ ଓ ସନ୍ଧ୍ୟାରେ ଗଛ ମୂଳରେ ଦୀପ ଜାଳିଲେ ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ | 

{"id":306582,"sizeSlug":"large"}

ଦୁଦୁରା ଫୁଲ - ଦୁଦୁରା ଫୁଲ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ | ଶିବଲିଙ୍ଗରେ ବେଲପତ୍ର ସହ ଦୁଦୁରା ଫୁଲ ଅର୍ପଣ କଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ | ଘର ବାହାରେ ଦୁଦୁରା ଫୁଲ ଗଛ ଲଗାଇଲେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ |

{"id":306584,"sizeSlug":"large"}

(ବି:ଦ୍ର: ଉପର ଲିଖିତ ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ | କୌଣସି କାର୍ଯ୍ୟ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.