Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦାନ୍ତ ସମସ୍ୟା ପାଇଁ ଚିନ୍ତିତ କି ? ଏହି ଟିପ୍ସ ଆପଣାନ୍ତୁ ଏବଂ ସୁସ୍ଥ ରୁହନ୍ତୁ

7/08/2020 at 7:39 PM

ଭୁବନେଶ୍ୱର ୦୭/୦୮ : ଯଦି ଆପଣ ନିଜର ଡେଣ୍ଟାଲ ହେଲ୍ଥକୁ ନେଇ ଚିନ୍ତିତ ତାହେଲେ ଏହି ଖବର ଆପଣଙ୍କ ପାଇଁ | ଏମିତି କିଛି ଖାଦ୍ୟ ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ ଡେଣ୍ଟାଲ ହେଲ୍ଥକୁ ମେଣ୍ଟେନ କରନ୍ତି | ଏହି ଖାଦ୍ୟ ଡେଣ୍ଟାଲ ହେଲ୍ଥ ସହ ଆପଣଙ୍କ ମାଢିକୁ ମଧ୍ୟ ସୁସ୍ଥ ରଖିବେ | ଗୋଲାପ ଫୁଲ ପାଖୁଡାରା ଜୁସ ତିଆରି କରି କିମ୍ବା ତାର ରସ ବାହାର କରି ମାଢିରେ ଲଗାନ୍ତୁ | ଏହାଦ୍ୱାରା ମାଢି ସୁସ୍ଥ ରହିବା ସହ ଇନଫେକ୍ସନ ମଧ୍ୟ ହେବନାହିଁ |

  • ଯଦି ଆପଣ ଡେଣ୍ଟାଲ ହେଲ୍ଥ ମେଣ୍ଟେନ କରିବାକୁ ଚାହୁଁଛନ୍ତି ଏବଂ ତାଜା ଅନୁଭବ କରିବାକୁ ଚାହୁଁଛନ୍ତି ତାହେଲେ ଲବଙ୍ଗ, ପୁଦିନା ଓ ଅଳେଇଚ ଚୋବେଇ ଖାଆନ୍ତୁ | ଏହାଦ୍ୱାରା ଆପଣଙ୍କୁ ଫ୍ରେସ ଅନୁଭୂତ ହେବାସହ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହେବ |

  • ସେଓ, ଗାଜର, ମୂଳା, ସାଲାଡ଼ ଆଦି ଖାଇବା ଦ୍ଵାରା କ୍ୟାବିଟି କିମ୍ବା ଡେଣ୍ଟାଲ ପ୍ଲଗ ହେବନାହିଁ | 

  • ଗାର୍ଗିଲିଂ କରିବା ମଧ୍ୟ ବହୁତ ଆବଶ୍ୟକ | ନିୟମିତ ଗାର୍ଗିଲିଂ କରନ୍ତୁ | ନିମ୍ବ କିମ୍ବା ନିମ୍ବ ତେଲରେ ଲୁଣ ଓ ସୋରିଷ ତେଲ ମିଶାଇ ଗାର୍ଗିଲିଂ କରନ୍ତୁ | ଏହାଦ୍ୱାରା ଦାନ୍ତ ଓ ମାଢି ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ |

  • ଡେଣ୍ଟାଲ ହାଇଜିନ ମେଣ୍ଟେନ କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ | ଦିନକୁ ଦୁଇଥର ନିହାତି ଦାନ୍ତକୁ ବ୍ରସ କରନ୍ତୁ | ଏହାଦ୍ୱାରା ଦାନ୍ତ ସଫା ରହିବା ସହ ମଜବୁତ ମଧ୍ୟ ରହିବ |

   Related Posts