ମନସୁନରେ ଅଏଲ ଫ୍ରି ଲୁକ୍ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ...

Published By : Prameya-News7 Bureau | July 14, 2021 IST

ମୁମ୍ବାଇ ୧୪/୭ : ମନସୁନରେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ ନାରୀ । ଏହି ଋତୁରେ ଅତ୍ୟଧିକ ଆର୍ଦ୍ରତା ହେତୁ ଚର୍ମ ଚିପଚିପ ହେବା ସହ ତେଲିଆ ମଧ୍ୟ ଦେଖାଯାଏ । ଏହା ବ୍ୟତୀତ ମୁହଁରେ ପିମ୍ପଲ୍, ଦାଗ, କୁଞ୍ଚନ, ଡାର୍କ ସର୍କଲ୍ ଇତ୍ୟାଦି ସମସ୍ୟା ଦେଖାଯାଏ । ଏହି କାରଣରୁ ଚେହେରା ଦୁର୍ବଳ ଏବଂ ବୟସ୍କା ଦେଖାଯାଏ । କିନ୍ତୁ ଏହାକୁ ଏଡାଇବା ପାଇଁ, କିଛି ଖାସ୍ ଟିପ୍ସ ଗ୍ରହଣ କରିପାରିବେ । ଅଏଲି ଫ୍ରି ଲୁକ୍ ପାଇବା ପାଇଁ ଚର୍ମର ଯତ୍ନ ସହ ଜଡିତ କିଛି ଖାସ୍ ଟିପ୍ସ ଜାଣନ୍ତୁ

wp:gallery {"ids":[480443],"linkTo":"none"} /wp:gallery

ୱାଟର ବେଷ୍ଟ ମସ୍ଚରାଇଜର ଓ ସେରମ୍ :

ମନସୁନରେ ସ୍ୱାସ୍ଥ୍ୟ ସହ ଚର୍ମକୁ ବି ମସ୍ଚରାଇଜର କରିବା ନିହାତି ଆବଶ୍ୟକ । ଏହିପରି ପରିସ୍ଥିତିରେ ପ୍ରତିଦିନ ମସ୍ଚରାଇଜର ଏବଂ ୱାଟର ଆଧାରିତ ଫେସ୍ ସେରମ ଲଗାଇ ପାରିବେ । ଏହା ବ୍ୟତୀତ ଭିଟାମିନ ସି , ରେଟିନୋଲ ଓ ହାୟଲୁରୋନିକ ଏସିଡର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରି ପାରିବେ । ଏହା ତ୍ୱଚା ଉପରେ ଜମା ହୋଇଥିବା ତେଲକୁ ସଫା କରିବାରେ ସାହାଯ୍ୟ କରିବ । ଏହା ସହ ସ୍କିନ୍ ଡ୍ରାଏ ଏବଂ ଗ୍ଲୋଇଂ କରିଥାଏ । ଏହା ଫଳରେ ମନସୁନରେ ମୁହଁର ଚିପଚିପରୁ ମୁକ୍ତି ପାଇବେ ।

wp:gallery {"ids":[480444],"linkTo":"none"} /wp:gallery

ଫେସ୍ ମିଷ୍ଟ

ସ୍କିନ୍ କୁ ସଫା ଓ ହାଇଡ୍ରେଟେଡ୍ ଏବଂ ସତେଜ ରଖିବା ପାଇଁ ମୁହଁ ମିଷ୍ଟ ଲଗାନ୍ତୁ । ଏହା ଚର୍ମ ଉପରେ ଜମା ହୋଇଥିବା ଅତିରିକ୍ତ ତେଲକୁ ସଫା କରିବା ସହ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିବ । ଏମିତିରେ ଚେହେରା ସଫା, କୋମଳ ଏବଂ ଉଜ୍ଜଳ ଗ୍ଲୋଇଂ ଦେଖାଯିବ।

ଫେସ୍ ପ୍ୟାକ୍ ଏବଂ ମାସ୍କ ଆବଶ୍ୟକ

ଏହି ମନସୁନରେ ସ୍କିନରେ ଅଧିକ ତେଲ ଜମା ହେବା ହେତୁ ଚର୍ମ, ଦାଗ , ଚର୍ମ ସମସ୍ୟା ଦେଖାଯାଏ । ଏହାକୁ ଏଡାଇବା ପାଇଁ ଫେସ୍ ମାସ୍କ କିମ୍ବା ଫେସ୍ ପ୍ୟାକ୍ ବ୍ୟବହାର କରିବା ଉଚିତ୍ । ଏଥିପାଇଁ ଆପଣ ହାଇଡ୍ରେଟିଂ ମାସ୍କ କିମ୍ବା ହୋମ ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ । ଅନ୍ୟପଟେ, ଚର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇବା ଦ୍ୱାରା ଚେହେରା ସଫା, ଉଜ୍ଜଳ, ନରମ, ଦେଖାଯିବ । ଏହା ବ୍ୟବହାର କରିବା ଦ୍ବାରା ଆପଣ ଥଣ୍ଡା ଅନୁଭବ କରିବେ ।

ମାଇଲ୍ଡ କ୍ଲିନଜର

ମନସୁନରେ ଦିନକୁ ୨ରୁ୩ ଥର ମୁହଁକୁ ଧୋଇ ଦିଅନ୍ତୁ । ଏହା ସ୍କିନରେ ଜମା ହୋଇଥିବା ଅତିରିକ୍ତ ତେଲ, ମଇଳା ଏବଂ ଡେଡ୍ ସ୍କିନ ସେଲରୁ ମୁକ୍ତି ପାଇବାରେ ସାହାଯ୍ୟ କରେ । ଏଥିପାଇଁ ମାଇଲ୍ଡ କ୍ଲିନଜର ବ୍ୟବହାର କରନ୍ତୁ ।

ହାଇଡ୍ରେଟେଡ୍ ରଖନ୍ତୁ

ସୁସ୍ଥ, ଉଜ୍ଜ୍ୱଳ ଏବଂ ଅଏଲ ଫ୍ରି ସ୍କିନ ପାଇବା ପାଇଁ ଚର୍ମକୁ ହାଇଡ୍ରେଟ୍ ରଖନ୍ତୁ । ଏଥି ପାଇଁ ପ୍ରତିଦିନ ୭ରୁ୮ ଗ୍ଲାସ୍ ପାଣି ନିୟମିତ ପିଅନ୍ତୁ  । ତେବେ ଦୈନିକ ଖାଦ୍ୟରେ ଫଳ ଏବଂ ଜୁସ୍  ମଧ୍ୟ  ସାମିଲ କରିପାରିବେ । ଏହା ସହ ଚର୍ମ ସମସ୍ତ ଆବଶ୍ୟକୀୟ ଉପାଦାନ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । ଏଥିରେ ମୁହଁ ପରିଷ୍କାର, ଉଜ୍ଜଳ, ନରମ ଏବଂ ଗ୍ଲୋଇଂ ଦେଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.