ଆପଣଙ୍କ ଗୋଡ଼ ସବୁବେଳେ ବିନ୍ଧୁଛି କି? ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | February 03, 2019 IST

ଶୀତଦିନେ ଅଧିକାଂଶ ସମୟରେ ଗୋଡ଼ ବିନ୍ଧି  ଥାଏ ଯାହା ଫଳରେ ଚଲାଚଲି କରିବାରେ ସମସ୍ୟା ଉତ୍ପନ୍ନ ହୋଇଥାଏ। କିନ୍ତୁ ଆଜି ଆମେ ଏପରି ଉପାୟଗୁଡ଼ିକ ବିଷୟରେ ଜାଣିବା ଯାହା ଅବଲମ୍ବନ କଲେ ଆମେ ଗୋଡ଼ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ଏହି ଉପାୟଗୁଡ଼ିକ ବିଷୟରେ

{"id":81315,"width":597,"height":597}

*ନଖ ଉଷୁମ ପାଣିରେ ୩ବଡ଼ ଚାମୁଚ ସୈନ୍ଧବ ଲବଣ ମିଶାଇ ଏହି ପାଣିରେ ନିଜ ଗୋଡ଼କୁ ବୁଡ଼ାଇ ରଖନ୍ତୁ।

{"id":81316,"width":595,"height":595}

*ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ବରଫ ବ୍ୟବହାର କରନ୍ତୁ। ବରଫକୁ ଗୋଡ଼ରେ ରଗଡ଼ନ୍ତୁ,ଏହା ଦ୍ବାରା ଗୋଡ଼ର ମାଂସପେଶୀରେ ସଙ୍କୁଚିତ ହେବ। ରକ୍ତପ୍ରବାହ ବୃଦ୍ଧି ହୋଇଯିବ। ଯାହା ଫଳରେ ଗୋଡ଼ବ୍ୟଥା ଭଲ ହୋଇଯିବ।

{"id":81317,"width":596,"height":447}

*ମେହେନ୍ଦୀ ପ୍ରାକୃତିକଭାବେ ମଧ୍ୟ ଗୋଡ଼ ପାଇଁ ଉପଯୋଗୀ ହୋଇଥାଏ। ମେହେନ୍ଦୀର ଗୁଣ ଥଣ୍ଡା ହୋଇଥାଏ ଯାହା ଗୋଡ଼ର ମାଂସପେଶୀ ପାଇଁ ଫଳପ୍ରଦ ହୋଇଥାଏ।

{"id":81318,"width":596,"height":336}

* ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ୨ଚାମଚ ସୋରିଷ ତେଲରେ ରସୁଣର ୩ଟି କୋଲା ମିଶାଇ ତେଲ ଗରମ କରି ନିଅନ୍ତୁ। ଏହି ନଖ ଉଷୁମ ତେଲକୁ ଗୋଡ଼ରେ ମାଲିସ୍ କରନ୍ତୁ । ଦେଖିବେ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.