ମୋବାଇଲରେ ବାରମ୍ବାର ନେଟୱାର୍କ ସମସ୍ୟା ହେଉଥିଲେ ଆପଣାନ୍ତୁ ଏହି ସରଳ ଟ୍ରିକ୍

Published By : Prameya-News7 Bureau | February 18, 2021 IST

ଭୁବନେଶ୍ୱର ୧୮/୦୨ : ଆଜିକାଲି ମୋବାଇଲ ଲୋକଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଜିନିଷ। ମୋବାଇଲ ବିନା ଚଳିବା କଷ୍ଟସାଧ୍ୟ ହୋଇଗଲାଣି। ମୋବାଇଲ ଫୋନ ଯେ କେବଳ କଥାବାର୍ତ୍ତା ପାଇଁ ବ୍ୟବହାର ହେଉଛି ତା ନୁହେଁ। ପାଠ ପଢିବାଠୁ ଆରମ୍ଭ କରି ଫଟୋ ଉଠାଇବା, ସବୁ କାମ ପାଇଁ ବ୍ୟବହୃତ ହେଉଛି ମୋବାଇଲ। ସେଥିପାଇଁ ଫୋନରେ ସିଗ୍ନାଲ ସମସ୍ୟା ଦେଖାଦେଲେ ସମସ୍ୟା ବଢି ଯାଇଥାଏ, ଲୋକେ ଚିନ୍ତିତ ହୋଇପଡନ୍ତି। ବେଳେବେଳେ ନେଟୱାର୍କ ସମସ୍ୟା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ମୋବାଇଲ ନେଟୱାର୍କ ନ ଆସିଲେ କିଛି ଟ୍ରିକ୍ ଆପଣେଇ ନେଟୱାର୍କ ପାଇପାରିବେ। ଏହାଦ୍ଵାରା ଆପଣଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବ।

. ମୋବାଇଲ ରିଷ୍ଟାର୍ଟ କରନ୍ତୁ -  ଯଦି ମୋବାଇଲରେ ନେଟୱାର୍କ ସମସ୍ୟା ହେଉଛି ତାହେଲେ କିଛି ନ ଚିନ୍ତା ନ କରି ମୋବାଇଲ ରିଷ୍ଟାର୍ଟ କରିଦିଅନ୍ତୁ। ବେଳେବେଳେ ସର୍ଚ୍ଚ କଲାପରେ ବି ନେଟୱାର୍କ ଆସେନି। ଏହିଭଳି ସ୍ଥିତିରେ ରିଷ୍ଟାର୍ଟ କରିଦେଲେ ମୋବାଇଲ ମନକୁ ନେଟୱାର୍କ ସର୍ଚ୍ଚ କରେ।

. ଏରେପ୍ଲେନ୍ ମୋଡ୍ - ମୋବାଇଲରେ ନେଟୱାର୍କ ନ ଆସିଲେ ଆଉ ଏକ ଟ୍ରିକ ବି ଅଛି। ଫୋନରେ ଦିଆଯାଇଥିବା ଏରେପ୍ଲେନ ମୋଡ଼ ବ୍ୟବହାର କରିପାରିବେ। ଏରେପ୍ଲେନ ମୋଡ୍ ଅନ୍ କରି ଅଫ୍ କରିଦିଅନ୍ତି ନେଟୱାର୍କ ପଳେଇ ଆସିବ।

. ମାନୁଆଲ୍ ସର୍ଚ୍ଚ - ରିଷ୍ଟାର୍ଟ ଓ ଏରେପ୍ଲେନ୍ ମୋଡ୍ ପରେ ବି ଯଦି ନେଟୱାର୍କ ନ ଆସେ ତାହେଲେ ଫୋନରେ ମାନୁଆଲି ନେଟୱାର୍କ ସର୍ଚ୍ଚ କରିପାରିବେ। ଏଥିପାଇଁ ମୋବାଇଲ ସେଟିଙ୍ଗ ଯିବାକୁ ହେବ। ସେଠାରେ ମୋବାଇଲ ନେଟୱାର୍କ ଅପ୍ସନକୁ ଯାଇ ନେଟୱାର୍କ ମାନୁଆଲି ସର୍ଚ୍ଚ କରିପାରିବେ।

. ସଫ୍ଟୱେୟାର୍ ଅପଡେଟ୍ - ମୋବାଇଲରେ ବାରମ୍ବାର ନେଟୱାର୍କ ସମସ୍ୟା ଆସୁଥିଲେ ଥରେ ସଫ୍ଟୱେୟାର୍ ନିଶ୍ଚୟ ଚେକ୍ କରିଦିଅନ୍ତୁ। ସଫ୍ଟୱେୟାର୍ ଅପଡେଟ୍ କରିନଥିଲେ ନେଟୱାର୍କ ସମସ୍ୟା ହୋଇଥାଏ। ଏମିତି ସମସ୍ୟା ହେଉଥିଲେ ଲେଟେଷ୍ଟ ଭର୍ସନ୍ ଅପଡେଟ୍ କରିଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.