ଘର କରିବା ବେଳେ କିମ୍ବା ଜାଗା କିଣିବା ବେଳେ ଏହି ସବୁ କଥା ପ୍ରତି ଧ୍ୟାନ ରଖନ୍ତୁ : ନଚେତ୍ ପଡ଼ିବେ ଘୋର ଅସୁବିଧାରେ

Published By : Prameya-News7 Bureau | October 17, 2019 IST

ବେଳେବେଳେ କିଛି ଘଟଣା ଏପରି ଥାଏ ଯାହା ଆପଣଙ୍କୁ ଈଶାରା କରିଥାଏ କିନ୍ତୁ ଆମେ ତାହା ଜାଣିପାରିନଥାଉ। ଜାଗା କିଣିବା ଏବଂ ଘର କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଆନ୍ତି ଯେ ତାଙ୍କର ଏକ ଘର ହେଉ,କିନ୍ତୁ ଯେତେବେଳେ ବ୍ୟକ୍ତି ଜାଗା କିଣିବାକୁ ଯାଇଥାଆନ୍ତି ତାଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ ଯେପରିକି ଏହି ଘର ତାଙ୍କୁ ସୁହାଇବ କି ନାହିଁ…..

{"id":170863}

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘର କରିବା ସମୟରେ କିମ୍ବା ମାଟି ଖୋଳିବା ସମୟରେ ଏପରି ଅନେକ ଘଟଣା ଘଟିଥାଏ ଯାହା ଆପଣଙ୍କୁ ଶୁଭ ଅଶୁଭ ସଙ୍କେତ ଦେଇଥାଏ। ଜ୍ୟୋତିଷ ଏବଂ ବାସ୍ତୁ ଅନୁସାରେ ଏହାର ଭିନ୍ନ ଭିନ୍ନ ଅର୍ଥ ହୋଇଥାଏ। ଯଦି ଆପଣ ବି ନିଜ ଜାଗାରେ ଘର କରିବାକୁ ଚାହୁଁଛନ୍ତି ତେବେ ଏହା ବିଷୟରେ ଜାଣି ନିଅନ୍ତୁ।

{"id":170864}

୧.ଭୁଲରେ ବି ଚୟନ କରନ୍ତୁ ନାହିଁ ଏହି ଜାଗା : ବାସ୍ତୁଶାସ୍ତ୍ର ଅନୁସାରେ ଘର କରିବା ପାଇଁ ପଥୁରିଆ ଭୂମିର ଚୟନ କରନ୍ତୁ ନାହିଁ। କୁହାଯାଏ ଯେ ପଥୁରିଆ ଜମିରେ ଘର ହେବା ଦ୍ବାରା ଘରର ସଦସ୍ୟଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ। କାର୍ଯ୍ୟରେ ବିଭିନ୍ନ ପ୍ରକାରର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘର କରିବା ଜାଗାରେ ଭୂମିର ଆକାର ବର୍ଗ କିମ୍ବା ଆୟତାକାର ହୋଇଥିଲେ ଜାଗା ଶୁଭ ହୋଇଥାଏ। ଏହା ବ୍ୟତୀତ ଭୂମିର ଆକାର ତ୍ରିକୋଣାକାର କିମ୍ବା ସମତଳ ନ ହୋଇଥିଲେ ମଧ୍ୟ ପରିବାର ଲୋକଙ୍କୁ କଷ୍ଟ ହୋଇଥାଏ।

{"id":170865}

୨. ଖନନରେ ହାଡ଼,ଅସ୍ଥି କିମ୍ବା ସାପ ମିଳିଲେ : ଯଦି ଘର କରିବା ସମୟରେ ଯଦି ଆପଣଙ୍ଗ ଜାଗା​ରେ ଖନନ କରିବା ସମୟରେ ହାଡ଼,ଅସ୍ଥି ଏବଂ ଏପରି କୌଣସି ବସ୍ତୁ ବାହାରେ ତେବେ ନିଶ୍ଚୟ ଶାନ୍ତି ପାଠ କରିବା ଉଚିତ୍। ଘରର କାମ ଆଗକୁ ବଢ଼ାଇବା ପୂର୍ବରୁଏହା କରାଇଦେବା ଉଚିତ୍। ସେହି ସମୟରେ ମାଟି ଖୋଳିବା ସମୟରେ ଯଦି ସାପ ବାହାରେ ତେବେ ଏହା ଅଶୁଭ ହୋଇଥାଏ। ସାପ ବାହାରିବା ଦୁର୍ଘଟଣାର ସଙ୍କେତ ହୋଇଥାଏ। ଏଥିପାଇଁ ସେହି ସ୍ଥାନରେ ସର୍ପ ଶାନ୍ତି ଯଜ୍ଞ କରନ୍ତୁ। ନଚେତ୍ କ୍ଷତି ହେବ।

{"id":170868}

୩.ମୂଷା ,ପିମ୍ପୁଡ଼ି ଏବଂ ମହୁମାଛିଠୁ ସାବଧାନ ରୁହନ୍ତୁ : ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ବିରୁଡ଼ି କିମ୍ବା ମହୁମାଛି ବସା ଘରେ ରହିଥାଏ ତେବେ ଘର ମାଲିକଙ୍କୁ ଅସହନୀୟ କଷ୍ଟ ଭୋଗିବାକୁ ପଡ଼ିଥାଏ। ବହୁସଂଖ୍ୟାରେ ମୂଷା ଘରେ ରହିଲେ ବଡ଼ ବିପଦ ହେବାର ସମ୍ଭାବନା ଥାଏ। ଯଦି ଆପଣଙ୍କ ଘରେ ହଠାତ୍ ମୂଷା ଆସିଥାଏ ତେବେ ସତର୍କ ରୁହନ୍ତୁ। ନାଲି ପିମ୍ପୁଡ଼ି ମଧ୍ୟ ଅଶୁଭ ହୋଇଥାଏ। ଏହା ଆର୍ଥିକ ସମସ୍ୟାର ସଙ୍କେତ ଦେଇଥାଏ।

{"id":170872,"width":587,"height":456}

୪. ଘର ମଝିରେ ଗାତ କିମ୍ବା ଅପରିଚ୍ଛନ୍ନତା ରହିବା ଅନୁଚିତ୍ : ଘର ମଝିରେ କୌଣସି ବଡ଼ ଗାତ କିମ୍ବା ଅପରିଚ୍ଛନ୍ନତା ରହିବା ଅନୁଚିତ୍। ଯଦି ଏହି ସବୁ କଥା ପ୍ରତି ଧ୍ୟାନ ରଖାଯାଇନଥାଏ ତେବେ ଘରର ମୁଖିଆ ଅଧିକାଂଶ ସମୟରେ ରୋଗଗ୍ରସ୍ତ ରହିଥାଆନ୍ତି। ଏହା ବ୍ୟତୀତ ଘର କରିବା ସୟମରେ ଉତ୍ତର-ପୂର୍ବ ଦିଗ ଖୋଲା ରହିବା ଉଚିତ୍। ଫଳରେ ଘରେ ଶାନ୍ତି ବଜାୟ ରହିଥାଏ।

{"id":170873}

୫.ଘରେ ବଡ଼ କବାଟ ରଖନ୍ତୁ ନାହିଁ : ବାସ୍ତୁଶାସ୍ତ୍ରରେ ଅଧିକ ଉଚ୍ଚ କବାଟ ଅଶୁଭ ହୋଇଥାଏ। କୁହାଯାଏ ଯେ ଯେଉଁ ଘରର କବାଟ ଅଧିକ ଉଚ୍ଚ ଥାଏ ସେହି ଘରେ ପ୍ରଶାସନିକ ବାଧା ଦେଖାଯାଇଥାଏ। ଏଥିପାଇଁ ଘରର କବାଟ ସାମାନ୍ୟ ଉଚ୍ଚ ରହିବା ଉଚିତ୍। କାରଣ ଅଧିକ ଉଚ୍ଚତା ବିଶିଷ୍ଟ କବାଟ ରହିବା ଯୋଗୁଁ ଘରର ଲୋକଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.