ବାଣ ଫୁଟାଇବା ବେଳେ ଅବଲମ୍ବନ କରନ୍ତୁ ସତର୍କତା : ରାତି ୮ରୁ ୧୦ଟା ମଧ୍ୟରେ ଫୁଟାନ୍ତୁ ବାଣ

Published By : Prameya-News7 Bureau | October 27, 2019 IST

ଭୁବନେଶ୍ବର ୨୭।୧୦: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାଣ କେବଳ ରାତି ୮ରୁ ୧୦ଟା ମଧ୍ୟରେ ଫୁଟାନ୍ତୁ । ବାଣ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କଠାରୁ କିଣନ୍ତୁ । ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଛାଡ଼ନ୍ତୁ ନାହିଁ ପାଖରେ ତାଙ୍କର ରହିଥାନ୍ତୁ । ୧୨୫ ଡେସିବେଲରୁ ଅଧିକ ଆୱାଜ କରୁଥିବା ବାଣ ଫୁଟାନ୍ତୁ ନାହିଁ। ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାନ୍ତୁ ନାହିଁ । ମିଳିମିଶି ବାଣ ଫୁଟାଉଥିଲେ ଖୋଲା ସ୍ଥାନକୁ ଚାଲିଯାଆନ୍ତୁ ।

{"id":175446}

ବାଣ ଫୁଟାଇବା ପରେ ବଳକା ସାମଗ୍ରୀ ପାଣିରେ ବୁଡ଼ାଇ ଦିଅନ୍ତୁ । ବାଣ ହାତରେ ଧରି ଫୁଟାଇବା ଅପେକ୍ଷା ନିଆଁ ଲଗାଇ ଦୂରକୁ ଚାଲି ଆସନ୍ତୁ । ହସ୍ପିଟାଲ, ଧାର୍ମିକ ସ୍ଥାନ ଭଳି ନିଷିଧାଞ୍ଚଳରେ ବାଣ ଫୁଟାନ୍ତୁ ନାହଁ । ନୀରିହ ପଶୁଙ୍କ ଉପରେ ବାଣ ପକାନ୍ତୁ ନାହିଁ। ସେମାନେ ଯେମିତି ନ ଡରିବେ ସେ ପ୍ରତି ସତର୍କ ରୁହନ୍ତୁ । ପାଖରେ ସୁରକ୍ଷା ଓ ଆଶୁ ଚିକିତ୍ସା ସାମଗ୍ରୀ ପାଖରେ ରଖନ୍ତୁ।  । ବାଣ ଯୋଗୁଁ ଆହତ ହେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । 

{"id":175447}

ଦୀପାବଳିରେ ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲରେ ପ୍ରସ୍ତୁତି କରାଯାଇଛି।  ବାଣ ପ୍ରଭାବରେ ଆସି କାହା ଶରୀର ପୋଡ଼ି ହୋଇଯାଇଥାଏ, ତ ଆଉ କାହାର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ। ତେଣୁ ଏଥିପାଇଁ ମେଡିକାଲ୍ ର ଚକ୍ଷୁ ବିଭାଗ, ଇଏନ୍ ଟି, ସର୍ଜରି, ପ୍ଲାଷ୍ଟିକ ସର୍ଜରି, ନିଶ୍ଚେତକ ବିଭାଗ, ପଲ୍ ମୁନାରି ମେଡିସିନ୍ , ଅର୍ଥୋପେଡିକ୍ସ, ହ୍ୟାଣ୍ଡ ସର୍ଜରି, ଦନ୍ତ ବିଭାଗ ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ମୁଖ୍ୟଙ୍କ ସହିତ କାଜୁଆଲିଟି ଓ ଟ୍ରମା କେୟାର ଭାରପ୍ରାପ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

{"id":175448}

ଏହାବ୍ୟତିତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଦିପାବଳି ଅଘଟଣ ଚିକିତ୍ସା ଲାଗି ପ୍ରସ୍ତୁତି କରାଯାଇଛି । ଡାକ୍ତରଙ୍କ ସହ ସମସ୍ତ ବିଭାଗ ସଜାଗ ରହିବାକୁ କୁହାଯାଇଛି । ସେହିପରି ଅଗ୍ନିଶମ ବିଭାଗକୁ ମଧ୍ୟ ଆଲର୍ଟ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.