Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଅନ୍‌ଲକ୍‌-୨ : ଯଦି ଘରକୁ କାମବାଲୀ ଆସୁଛି ତାହେଲେ ଏହିସବୁ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ

7/07/2020 at 12:29 PM

ନୂଆଦିଲ୍ଲୀ ୦୭/୦୭ : ଅନ୍‌ଲକ୍-୨ ସମୟରେ ଯଦି ଆପଣଙ୍କ କାମବାଲୀ ପୁଣି ଘରକୁ ଆସି କାମ କରିବା ଆରମ୍ଭ କରିଛି ତାହେଲେ ନିଜ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ | କାମବାଲୀକୁ ନେଇ ନିୟମ ପାଳନ କରିବା ନିହାତି ଆବଶ୍ୟକ | ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ ସମସ୍ତେ ସଚେତନ କିନ୍ତୁ ତଥାପି ବେଳେବେଳେ ମଣିଷ ଭୁଲ କରିବସେ | କିଛି ଲୋକ ଶିକ୍ଷା ଅଭାବରୁ ମଧ୍ୟ ସଚେତନ ହୋଇପାରିନଥାନ୍ତି | ସେଥିପାଇଁ ନିଜେ ଏବଂ କାମବାଲୀ ଉଭୟ ସୁରକ୍ଷା ନିୟମ ପ୍ରତି ଦୃଷ୍ଟି ଦେଇ ତାକୁ ପାଳନ କରିବା ଉଚିତ |

  • କାମବାଲୀ ଯେଉଁ ଜାଗାରୁ ଆସୁଛି ସେହି ଜାଗାରେ ଯେଭଳି କୌଣସି କରୋନା ରୋଗୀ ନଥିବେ ତା ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ | ଭଲ ଭାବେ ଯାଞ୍ଚ କରି କାମବାଲୀକୁ କାମରେ ଲଗାନ୍ତୁ ନଚେତ ଆପଣଙ୍କ ଅନେକ କ୍ଷତି ହୋଇପାରେ |
  • ଯେତେବେଳେ କାମବାଲୀ ଘରକୁ ଆସେ ତାକୁ ପ୍ରଥମେ ଭଲ ଭାବେ ହାତ ଗୋଡ ଧୋଇବାକୁ କୁହନ୍ତୁ | ହାତକୁ ହ୍ୟାଣ୍ଡୱାସ ଅତିକମରେ ୨୦ ସେକେଣ୍ଡ ଯାଏଁ ଧୋଇବାକୁ କୁହନ୍ତୁ | କାମବାଲୀ ପାଇଁ ମୁଖ୍ୟ ଦ୍ୱାରା କିମ୍ବା ଫାଟକରେ ହିଁ ପାଣି ଓ ହ୍ୟାଣ୍ଡୱାସ ରଖି ଦିଅନ୍ତୁ ଯେପରି ସେ ଧୋଇହେଇ ଘରକୁ ପ୍ରବେଶ କରିବ | ହାତ ଧୋଇବା ପରେ ସାନିଟାଇଜର ଲଗାଇବାକୁ ଦିଅନ୍ତୁ |
  • ଚପଲ ଘର ବାହାରେ ଖୋଲିବାକୁ କୁହନ୍ତୁ | ସେ ଯିବା ପରେ ଚପଲ ରଖିଥିବା ଜାଗାକୁ ଡିସଇନଫେକ୍ଟ କରନ୍ତୁ | 
  • କାମବାଲୀ ଯଦି ନିୟମ ପାଳନ ନ କରେ ତାହେଲେ ତାଙ୍କୁ କଡାକଡି ଭାବେ ନିୟମ ପାଳନ କରିବାକୁ କୁହନ୍ତୁ ଏବଂ ମାସ୍କ ଲଗାଇବାକୁ କୁହନ୍ତୁ | ଯଦି ସମ୍ଭବ ତାହେଲେ ଘରକୁ ଆସିଲାପରେ ତାଙ୍କୁ ନୂଆ ମାସ୍କ ଓ ଗ୍ଳୋବ୍ସ ଦିଅନ୍ତୁ |
  • କାମବାଲୀ ଘରେ ଉପସ୍ଥିତ ସମୟରେ ଆପଣ ନିଜେ ଏବଂ ଘରର ସମସ୍ତ ସଦସ୍ୟଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ | ଏହାଦ୍ୱାରା ସଂକ୍ରମଣ ଆଶଙ୍କା କମିଯିବ |
  • ଯଦି ଆପଣଙ୍କ ଘରେ ଶିଶୁ କିମ୍ବା ବୟସ୍କ ବ୍ୟକ୍ତି ଅଛନ୍ତି ତାହେଲେ ତାଙ୍କୁ କାମବାଲୀ କିମ୍ବା ଯେକୌଣସି ବାହାରିଆ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ | କାମବାଲୀ ଆସିଲେ ତାଙ୍କୁ ଶିଶୁ ଓ ବୟସ୍କଙ୍କ ଠାରୁ ଦୁରେଇ ରଖନ୍ତୁ |
  • କାମବାଲୀକୁ ଘରର ସବୁ ଜିନିଷକୁ ହାତ ଲଗାଇବାକୁ ଦିଆନ୍ତୁନି | ଯେଉଁଠାରେ ସଫାସଫି କରିବା ଆବଶ୍ୟକ କେବଳ ସେହି ଜାଗାକୁ ସଫା କରିବାକୁ ଦିଅନ୍ତୁ | ଅନ୍ୟ ଜିନିଷରେ ହାତ ମାରିବାକୁ ମନାକରନ୍ତୁ |
  • କାମବାଲୀ ସଫା କରିଥିବା ବାସନକୁ ବ୍ୟବହାର ପୂର୍ବରୁ ନିଜେ ପୁଣିଥରେ ଧୁଅନ୍ତୁ | ଏହାସହ ବ୍ୟକ୍ତିଗତ ହାଇଜିନ ଉପରେ ପୁରା ଧ୍ୟାନ ଦିଅନ୍ତୁ |

   Related Posts