ଚାଇନିଜ ମହିଳାଙ୍କ ପରି ସୁନ୍ଦର ଏବଂ ଦାଗହୀନ ତ୍ବଚା ପାଇବା ପାଇଁ ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | March 28, 2019 IST

ନୂଆଦିଲ୍ଲୀ ୨୮/୩: ଚୀନରେ ରହୁଥିବା ମହିଳାଙ୍କ ତ୍ବଚା ଅତ୍ୟନ୍ତ ସୁନ୍ଦର ଏବଂ ଦାଗହୀନ ହୋଇଥାଏ। ତାଙ୍କ ତ୍ବଚାରେ ମଧ୍ୟ ବୟସର ଛାପ ଜଣାପଡ଼ିନଥାଏ। ପ୍ରତ୍ୟେକ ମହିଳାଙ୍କୁ ଚୀନ ମହିଳାଙ୍କ ସୈାନ୍ଦର୍ଯ୍ୟର ରହସ୍ୟ ବିଷୟରେ ଜାଣିବା ଉଚିତ୍। ଆସନ୍ତୁ ଜାଣିବା ଚୀନ ମହିଳାଙ୍କ ସୈାନ୍ଦର୍ଯ୍ୟର ରହସ୍ୟ ବିଷୟରେ

{"id":97822,"width":593,"height":395}

ଚୀନରେ ସ୍କିନ୍ ଟୋନ୍ କରିବା ପାଇଁ ଚାଉଳ ପାଣି ବ୍ୟବହାର କରାଯାଇଥାଏ। ଚାଉଳ ପାଣି ଦ୍ବାରା ତ୍ବଚା ମୁଲାୟମ ହୋଇଥାଏ। ଚାଉଳ ପାଣି ତ୍ବଚାରେ ହୋଇଥିବା ଚର୍ମ କୁଞ୍ଚନ ଏବଂ ବୟସର ଛାପକୁ କମ୍ କରିଥାଏ। ଏହା ତ୍ବଚାକୁ ସୂର୍ଯ୍ୟଙ୍କ କିରଣରୁ ମଧ୍ୟ ରକ୍ଷା କରିଥାଏ। ପଲିସ୍ କରାଯାଇନଥିବା ଚାଉଳକୁ ପାଣିରେ ବତୁରାଇ ଦିଅନ୍ତୁ। ଯେତେ ଯାଏଁ ପାଣି କ୍ଷୀର ଭଳି ଧଳା ନ ହୋଇଯାଇଛି ସେତେବେଳ ଯାଏଁ ଏହାକୁ ବତୁରାଇ ରଖନ୍ତୁ। ଏବେ ଏହି ଧଳା ପାଣିକୁ କନାରେ ବୁଡାଇ ମୁହଁ ଏବଂ ବେକରେ ଲଗାନ୍ତୁ। ଆପଣ ଏହି ପାଣିକୁ ୩-୪ଦିନ ଯାଏଁ ଫ୍ରିଜରେ ରଖି ପାରି​ବେ।

{"id":97823,"width":585,"height":436}

ଚାଇନିଜ ମହିଳାମାନେ ଶୀତ ଦିନରେ ମୁଗ ଡାଲିରୁ ପ୍ରସ୍ତୁତ ହୋଇଥିବା ଫେସ୍ ମାସ୍କ ଲଗାନ୍ତି। ଏହା ବ୍ରଣ ଦୂର କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ହୋଇଥାଏ। ଅଳ୍ପ ମୁଗ ଡାଲି ନିଅନ୍ତୁ ଏବଂ ଏହାକୁ ପେଶି ଦିଅନ୍ତୁ। ପେଶିବାବେଳେ ଏଥିରେ ଅଳ୍ପ ପାଣି ମିଶାନ୍ତୁ। ଏବେ ଏହି ପେଷ୍ଟକୁ ମୁହଁରେ ଏବଂ ବେକରେ ଲଗାନ୍ତୁ। ଅଧ ଘଣ୍ଟା ପରେ ମୁହଁକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ଆପଣ ମଧ୍ୟ ସୁନ୍ଦର ଏବଂ ଦାଗହୀନ ତ୍ବଚା ପାଇ ପାରି​ବେ।

{"id":97825,"width":595,"height":298}

ଚେରମୂଳି ସାହାଯ୍ୟରେ ଏଜିଙ୍ଗର ଚିକିତ୍ସା ହୋଇପାରିବ। ଚୀନରେ ମହିଳାମାନେ ଆଣ୍ଟି ଅକ୍ସିଡାଣ୍ଟ ଯୁକ୍ତ ଗ୍ରୀନ ଟି ପିଇଥାଆନ୍ତି। ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ। ଏହା ଶରୀରରେ ମେଟାବଲିଜିମ୍ ସ୍ତରକୁ ବଢ଼ାଇ ଓଜନ କମାଇବାରେ ସାହାଯ୍ୟ କରିଥାଏ।

{"id":97830,"width":600,"height":401}

ନିୟମିତ ମାଲିସ୍ କରିବା ଦ୍ବାରା ଶରୀର ପାଇଁ ଅନେକ ସ୍ବାସ୍ଥ୍ୟଦାୟକ ହୋଇଥାଏ। ଚାଇନିଜ ମହିଳାଙ୍କ ସୈାନ୍ଦର୍ଯ୍ୟର ଅନ୍ୟ ଏକ ରହସ୍ୟ ହେଉଛି ମାଲିସ୍। ପ୍ରତିଦିନ ଫେସିଆଲ ଏବଂ ବଡି ମସାଜ ଦ୍ବାରା ଶରୀରରେ ରକ୍ତ ପ୍ରବାହ ଠିକ୍ ଭାବେ ହୋଇଥାଏ।

{"id":97832,"width":591,"height":443}

ପୋଦିନା ପତ୍ର ସ୍ବାସ୍ଥ୍ୟ ବ୍ୟତୀତ ସୈାନ୍ଦର୍ଯ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଆମେ ଚମକଦାର ତ୍ବଚା ପାଇଥାଉ। ଯଦି ଆପଣ ମଧ୍ୟ ତ୍ବଚାରେ ଚମକ ଆଣିବାକୁ ଚାହୁଁଛନ୍ତି ତେବେ ପୋଦିନା ପତ୍ର ବ୍ୟବହାର କରନ୍ତୁ। ତୁରନ୍ତ ଗୋରା ତ୍ବଚା ପାଇବା ପାଇଁ କିଛି ପୋଦିନା ପତ୍ରକୁ ପେଷି ଦିଅନ୍ତୁ ଏବଂ ପେଷ୍ଟ ପ୍ରସ୍ତୁତ କରିବା ପାଇଁ ଏଥିରେ ପାଣି ବୁନ୍ଦ ପକାନ୍ତୁ। ଏବେ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ। ଗ୍ରୀଷ୍ମ ଦିନରେ ପେଷ୍ଟ ଥଣ୍ଡା କରିଥାଏ।

{"id":97834,"width":592,"height":395}

ଏବେ ମଧ୍ୟ ନିଜ ତ୍ବଚାରେ ଚମକ ଆଣିବା ପାଇଁ ଚାଇନିଜ ମହିଳାମାନେ ହଳଦୀ ବ୍ୟବହାର କରନ୍ତି। ଆପଣ ହଳଦୀର ମାସ୍କ ଲଗାଇ ସ୍କିନ୍ ଟୋନ୍ କରି ପାରିବେ। ହଳଦୀ ଚର୍ମ କୁଞ୍ଚନକୁ ଦୂରକ କରି ପିଗମେଣ୍ଟେସନ୍ ପାଇଁ ମଧ୍ୟ କାମ କରିଥାଏ।

{"id":97835,"width":591,"height":391}

ଚାଇନିଜ ମହିଳାଙ୍କ ତ୍ବଚା ମୁଲାୟମ ହେବା ସହ କୋମଳ ହୋଇଥାଏ। ଏହାର ରହସ୍ୟ ହେଉଛି ରୋଷେଇ ଘରେ ବ୍ୟବହୃତ ହେଉଥିବା ଅଣ୍ଡା। ଅଣ୍ଡାର ଧଳା ଅଂଶକୁ ଫେସ୍ ମାସ୍କ କରି ମୁହଁରେ ଲଗାନ୍ତୁ। ଅଣ୍ଡାର ଧଳା ଅଂଶରେ ଆଷ୍ଟ୍ରିନଜେଣ୍ଟ ଥାଏ ଯାହା ତ୍ବଚାର ଏଜିଙ୍ଗକୁ ଦୂର କରିଥାଏ।

ଯେକୈାଣସି ଜିନିଷକୁ ନିଜ ତ୍ବଚାରେ ଲଗାଇବା ପୂର୍ବରୁ ଥରେ ପରୀକ୍ଷଣ କରନ୍ତୁ। ଏହା ଦେଖିବା ନିହାତି ଜରୁରୀ ଯେ ଏହି ସବୁ ଜିନିଷ ପ୍ରତି ଆପଣଙ୍କ ଆଲର୍ଜି ନାହିଁ ତ। ସନ୍ତୁଳିତ ଆହାର ଦ୍ବାରା ଆପଣଙ୍କ ଶରୀର ଏବଂ ତ୍ବଚା ଉଭୟ ସୁସ୍ଥ ରହିବ।

ନିଜ ଖାଦ୍ୟରେ ଛତୁ ଏବଂ ସୋୟା ସାମିଲ କରନ୍ତୁ। ଗ୍ଲୋଇଙ୍ଗ୍ ସ୍କିନ୍ ପାଇବା ପାଇଁ ଜୁସ୍ ପିଅନ୍ତୁ। ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.