Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରବିବାର ଦିନ ଏହି ଉପାୟ କରିବା ଦ୍ୱାରା ବଢିଥାଏ ଧନ ଓ ବୈଭବ : ଜାଣନ୍ତୁ କ’ଣ

16/06/2019 at 5:45 PM

ଭୁବନେଶ୍ୱର ୧୬/୬ : ଜୀବନର ଦୌଡରେ ଦୁଇ ପଇସା ଆୟ କରିବା ପାଇଁ ମଣିଷ ଦିନ ରାତି ପରିଶ୍ରମ କରୁଛି । କିନ୍ତୁ ବେଳେବେଳେ ଏତେ ପରିଶ୍ରମ ସତ୍ୱେ ଉଚିତ ଧନ ମିଳିନଥାଏ କି ସଞ୍ଚୟ ମଧ୍ୟ କରିହୁଏ ନାହିଁ । ଜୀବନରେ ସୁଖ ସମୃଦ୍ଧି ବଢାଇବା ପାଇଁ ରବିବାର ଦିନ ଏହି ଉପାୟ କଲେ ଧନ, ବୈଭବ ଏବଂ ଯଶ ବଢିଥାଏ । ଆଶ୍ଚର୍ଯ୍ୟଜନକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏପରିକି ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ମିଳିଥାଏ ।

ଆସନ୍ତୁ ଜାଣିବା କିଛି ସରଳ ଉପାୟ :

ରବିବାର ସନ୍ଧ୍ୟାରେ ଅଶ୍ୱସ୍ଥ ବୃକ୍ଷ ମୂଳରେ ଚୌମୁଖି ଦୀପ ଲଗାଇବେ । ଯଦି ଦୀପ ଅଟାରେ ତିଆରି ହୋଇଥାଏ ତାହେଲେ ସର୍ବୋତ୍ତମ । ଏହି ଉପାୟ କରିବା ଦ୍ୱାରା ଧନର ଆଗମନ ହୋଇଥାଏ । ଧନର ଭଣ୍ଡାର ବଢିଥାଏ ।

ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରବିବାର ଦିନ ୩ଟି ନୂଆ ଝାଡୁ କିଣି ଘରକୁ ନେବେ । ପରଦିନ ଅର୍ଥାତ ସୋମବାର ଦିନ ଦେବୀ ମାଙ୍କ ମନ୍ଦିରରେ ଚୁପଚାପ ଯାଇ ରଖିଦେଇ ଆସିବେ । ଆପଣଙ୍କୁ ଏହି କାମ କଲାବେଳେ ଯେମିତି କିଏ ନ ଅଟକାନ୍ତି ସେଥିପ୍ରତି ଧ୍ୟାନ ଦେବେ ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ବାଧାବିଘ୍ନ ଦୂର କରିବା ପାଇଁ ରବିବାର ଦିନ କୌଣସି ସରୋବର କିମ୍ବା ନଦୀ କୂଳକୁ ଯାଇ ମାଛଙ୍କୁ ଅଟା ଲଡୁ ଖୁଆଇ ଆସିବେ ।

ରବିବାର ଦିନ ଏକ ବଡ ପତ୍ରରେ ନିଜ ମନୋସ୍କାମନା ଲେଖି ବୋହିଯାଉଥିଲା ଜଳରେ ପ୍ରବାହିତ କରିଦେବେ ।

ରବିବାର ରାତିରେ ଶୋଇବା ପୂର୍ବରୁ ନିଜ ମୁଣ୍ଡ ପାଖରେ ଏକ ଗ୍ଲାସରେ କ୍ଷୀର ଭର୍ତ୍ତି କରି ରଖିଦେବେ । ପରଦିନ ଅର୍ଥାତ ସୋମବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ଧ୍ୟାନ କରି ଏହି କ୍ଷୀରକୁ ବାବୁଲ ଗଛ ମୂଳରେ ଢ଼ାଲିଦେବେ । ଏହି ଉପାୟ ଲଗାତାର ୭ରୁ ୧୧ ସପ୍ତାହ କରିବା ପରେ ନିଶ୍ଚିତ ରୂପେ ଶୁଭ ଫଳ ମିଳିଥାଏ ଏବଂ ଧନର ଭଣ୍ଡାର ବଢିଥାଏ ।

ରବିବାର ଦିନ କୌଣସି କଳା କୁକୁର କିମ୍ବା କଳା ଗାଈକୁ ରୁଟି କିମ୍ବା କଳା ଚଢେଇକୁ ଦାନା ଖାଇବାକୁ ଦେଲେ ଜୀବନରେ ଆସୁଥିବା ତମାମ ବାଧା ବିଘ୍ନ ଦୂର ହୋଇଥାଏ ।

ରବିବାରକୁ ପ୍ରତ୍ୟେକ୍ଷ ଦେବତା ସୂର୍ଯ୍ୟ ଭଗବାନଙ୍କ ଦିନ ବୋଲି କୁହାଯାଏ । ଏହିଦିନ ବିଧି ବିଧାନର ସହ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କଲେ ବାଧା ବିଘ୍ନ ଦୂର ହୋଇଥାଏ । ଚାକିରୀ ଏବଂ ବ୍ୟବସାୟରେ ମଧ୍ୟ ଲାଭ ମିଳିଥାଏ ।

   Related Posts