ପିଲାଙ୍କୁ ହେବ ନାହିଁ କରୋନା, ଯଦି ଆଜିଠୁ ଆପଣ ପାଳନ କରିବେ ଏହି ୬ଟି ନିୟମ..
21/03/2020 at 5:24 PM

ନୂଆଦିଲ୍ଲୀ ୨୧/୩: ଅଧିକାଂଶ ସହରରେ ଅଫିସଗୁଡ଼ିକ ଓ୍ବାର୍କ-ଫ୍ରମ୍ ହୋମ୍ ଯୋଜନା ଅବଲମ୍ବନ କରୁଛନ୍ତି। ସ୍କୁଲ୍ ବନ୍ଦ ହୋଇସାରିଛି। ସିନେମା ହଲ୍ ମଧ୍ୟ ବନ୍ଦ ହୋଇଯାଇଛି। ସାର୍ବଜନିକ ସ୍ଥାନରେ ଜନ୍ମଦିନ ଏବଂ ପାର୍ଟିକୁ ରଦ୍ଦ କରାଯାଉଛି। ଆମେ ଡିନର ଟେବଲରେ କାଜୁଆଲଟି ବଢ଼ୁଥିବା ସଂଖ୍ୟା ବିଷୟରେ ଚର୍ଚ୍ଚା କରୁଛୁ। କିନ୍ତୁ ବାପା ମାଆ ହିସାବରେ ଆପଣ ଚିନ୍ତା କରିଛନ୍ତି କି ଆପଣଙ୍କ ପିଲାମାନେ ଏହା ବିଷୟରେ ବୁଝୁଛନ୍ତି କି ନାହିଁ। ତେବେ ଆସନ୍ତୁ ଜାଣିବା
- ପିଲାଙ୍କୁ COVID-19 ର ରାସାୟନିକ ସଂରଚନା ବିଷୟରେ ବୁଝାଇ ତାଙ୍କୁ ବିଦ୍ବାନ୍ କରିବାର ଆବଶ୍ୟକତା ନାହିଁ। ତାଙ୍କୁ ଏହି ଭାଇରସ୍ ବିଷୟରେ ଜରୁରୀ ସୂଚନା ପ୍ରଦାନ କରନ୍ତୁ।
- ତାଙ୍କୁ ବୁଝାନ୍ତୁ ଏହାର ଉତ୍ପତ୍ତି କିପରି ହୋଇଛି ଏବଂ କାହିଁକି ,କିପରି ଏହା ଏତେ ଦ୍ରୃତ ଗତିରେ ମାଡ଼ି ଚାଲିଛି।
- ସୁନିଶ୍ଚିତ କରନ୍ତୁ ଯେ ଆପଣ ନିଜ ପିଲାଙ୍କୁ ଜୀବାଣୁଠାରୁ କିପରି ମୁକ୍ତ ରଖି ପାରିବେ। ପିଲାଙ୍କୁ ଛିଙ୍କିବାର,ହାତ ଧୋଇବାର ଏବଂ ସଫା ସୁତୁରା ରହିବାର ଉଚିତ୍ ଉପାୟ ଶିଖାନ୍ତୁ।
- ଏହା ସବୁ ଜାଣି ପିଲାମାନେ ଚିନ୍ତିତ ଏବଂ ଅବସାଦଗ୍ରସ୍ତ ରହିପାରନ୍ତି। ତାଙ୍କ ଚିନ୍ତାକୁ ଦୂର କରି ତାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ। ପିଲାମାନେ କିପରି ଗୁଜବଠୁ ଦୂରେି ରହିବେ ଏଥିପ୍ରତି ମଧ୍ୟ ଧ୍ୟାନ ରଖିବେ।
- ଆପଣ ପିଲାଙ୍କୁ Spotify, Sound Cloud, Apple Podcast, Alexa, Saavn ଆଦି ଆପ୍ ଉପରେ ବିଭିନ୍ନ ପ୍ରକାରର ଡିଜିଟାଲ୍ ଅଡିଓର ଏପିସୋଡ୍ ଶୁଣାଇ ପାରିବେ। ଯେପରିକି କାହାଣୀ,ଲୋକ କଥା,ବିଖ୍ୟିତ ଲୋକଙ୍କ ଅଡିଓ,ଖେଳ ଏବଂ ଅନ୍ୟ ସୂଚନା। ପିଲାଙ୍କ ବୟସ ହିସାବରେ ବହି ହୋମ୍ ଡେଲିଭର କରାନ୍ତୁ ଏବଂ ତାଙ୍କୁ ପଢ଼ାନ୍ତୁ। ଆପଣ ତାଙ୍କୁ ନୂଆ ଇନଡୋର-ଗେମ୍ସ୍ ଶିଖାଇ ପାରିବେ।
- ଘରେ ଥିବା ଜିନିଷ ଏବଂ DIY ଏବଂ ଭିଡିଓ ଦେଖାଇ ତାଙ୍କୁ ନୂଆ ଜିନିଷ ପ୍ରସ୍ତୁତ କରିବାକୁ ଶିଖାଇବେ। ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ,ଶୁଣ୍ଠି ଲଡ଼ୁ ଏବଂ ହଳଦୀ କ୍ଷୀର ପ୍ରସ୍ତୁତ କରି ଦେଇ ପାରିବେ।