ପକେଟ କେବେ ଖାଲି ନହେଉ ବୋଲି ଚାହୁଁଛନ୍ତି କି : ତେବେ ଅବଲମ୍ବନ କରନ୍ତୁ ଏହି ୫ଟି ଟିପ୍ସ

Published By : Prameya-News7 Bureau | July 18, 2019 IST

ଆମେ ଅତ୍ୟନ୍ତ କଷ୍ଟକର ଆପ୍ ବ୍ୟବହାର କରି ଦେଇଥାଉ କିନ୍ତୁ ନିଜ ଖର୍ଚ୍ଚକୁ ମ୍ୟାନେଜ କରିବାକୁ ଶିଖିବା ସବୁବେ​ଳେ ଆମକୁ କଷ୍ଟ ଲାଗିଥାଏ। ଆଜିର ପୀଢ଼ି ପାଖରେ ଯେତେ ସୁବିଧା ଏବଂ ଯେତେ ଉପାୟ ରହିଛି ଯାହା ଫଳରେ ସେମାନେ ନିଜ ଟଙ୍କା ଭିନ୍ନ ଭିନ୍ନ ସ୍ଥାନରେ ଖର୍ଚ୍ଚ କରି ପାରିବେ। ଏହି ଅଭ୍ୟାସ ଫଳରେ ସବୁବେଳେ ମାସ ଶେଷରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାସ ଶେଷରେ ଆପଣଙ୍କୁ ଯେପରି କାହାଠାରୁ ଟଙ୍କା ମାଗିବାକୁ ନପଡ଼ିବ ସେଥିପାଇଁ କିଛି ଟିପ୍ସ ବିଷୟରେ ଆଜି ଆମେ ଆପଣଙ୍କୁ କହିବା

୧.ମହଙ୍ଗା କାଫେ ଯାଆନ୍ତୁ ନାହିଁ : ସାଙ୍ଗମାନଙ୍କ ସହ ବାହାରକୁ ଗଲେ ଅଧିକାଂଶ ସମୟରେ ଖର୍ଚ୍ଚ କରିବାବେଳେ ଆମେ କିଛି ଭାବିନଥାଉ। କେତେକ କାଫେ ଏବଂ ରେଷ୍ଟୁରାଣ୍ଟ ଆବଶ୍ୟକତାଠାରୁ ଅଧିକ ମହଙ୍ଗା ହୋଇଥାଏ। ଏପରି କାଫେ ଯିବାଠାରୁ ଭଲ ହେବ ଆପଣ ନିଜ ଘରେ କଫି ପିଅନ୍ତୁ ଏବଂ ନିଜ ଟଙ୍କାକୁ କୈାଣସି ଜରୁରୀ କାମରେ ବ୍ୟବହାର କରନ୍ତୁ।

୨.ନିଜ ଖର୍ଚ୍ଚକୁ ଟ୍ରାକ୍ କରନ୍ତୁ : ଆମ ପୀଢ଼ି ଡିଜିଟାଲି କାମ କରିବା ପସନ୍ଦ କରନ୍ତି। ଏପରି କ୍ଷେତ୍ରରେ ସମସ୍ତଙ୍କ ପାଖରେ କିଛି ନା କିଛି ଗ୍ୟାଜେଟ୍ କିମ୍ବା ସ୍ମାର୍ଟଫୋନ ଥାଏ। ଏହି ଗ୍ୟାଜେଟ୍ ଆପଣଙ୍କୁ ଟଙ୍କା ବଞ୍ଚାଇବାରେ ସାହାଯ୍ୟ କରିବ। ଆଜିକାଲି ଏପରି ଅନେକ ଆପ୍ ଆସିଗଲାଣି ଯାହା ଆପଣଙ୍କ ଖର୍ଚ୍ଚ ଏବଂ ଅଭ୍ୟାସ ବିଷୟରେ କହିଥାଏ। ନିଜ ସ୍ମାର୍ଟଫୋନରେ ଏପରି ଆପକୁ ଡାଉନଲୋଡ କରି ନିଜ ଖର୍ଚ୍ଚକୁ ଟ୍ରାକ୍ କରନ୍ତୁ।

୩. ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତୁ : କ୍ୟାବରେ ଯିବା ଆରାମଦାୟକ ହୋଇଥାଏ। ସେଥିପାଇଁ ପ୍ରତିଦିନ କ୍ୟାବରେ ଯିବା ଆସିବା କରିଲେ କିଛି ଅସୁବିଧା ହେବ ନାହିଁ। କିନ୍ତୁ ଏହା ମଧ୍ୟ ସତ ଯେ ଏହାର ଅଭ୍ୟାସ ଛାଡ଼ିବା ଅତ୍ୟନ୍ତ କଷ୍ଟକର। ଏହା ସହିତ ଅଲଗା ଅଲଗା କ୍ୟାଶବ୍ୟାକ୍ ଏବଂ ଡିସକାଉଣ୍ଟ ବ୍ୟବହାର କରିବା ପରେ ମଧ୍ୟ ଏହା ସବୁ ଆବଶ୍ୟକତାଠାରୁ ଅଧିକ ମହଙ୍ଗା ହୋଇଥାଏ। ବସ୍ କିମ୍ବା ମେଟ୍ରୋର ପାସ୍ କିଣନ୍ତୁ ଏବଂ ପବ୍ଲିକ୍ ଟ୍ରାନ୍ସପୋର୍ଟର ସାହାଯ୍ୟ ନିଅନ୍ତୁ।

୪. ଏସଆଇପିରେ ବିନିଯୋଗ କରନ୍ତୁ : ଆଜିଠାରୁ ଏସଆଇପିରେ ବିନିଯୋଗ କରିବା ଆରମ୍ଭ କରନ୍ତୁ। ଏପରି ଅନେକ ଆପ ରହିଛି ଯାହା କୈାଣସି ଏଜେଣ୍ଟଙ୍କ ଖର୍ଚ୍ଚ ବିନା ଆପଣଙ୍କୁ ବିନିଯୋଗ କରିବାରେ ସାହାଯ୍ୟ କରିଥାଏ। ଆପଣ ମାତ୍ର ୫୦୦ଟଙ୍କାରୁ ମଧ୍ୟ ଏସଆଇପିରେ ନିବେଶ କରି ପାରିବେ। ପରେ ଆପଣ ଏହି ରାଶିକୁ କମ୍ ବେଶି କରି ପାରିବେ। ସବୁ ଛୋଟ ଜିନିଷ ପାଇଁ ଲୋନ୍ କିମ୍ବା ବ୍ୟାଙ୍କର ସାହାଯ୍ୟ ନେବାଠାରୁ ଭଲ ହେବ ଆପଣଙ୍କ ଦ୍ବାରା କରାଯାଇଥିବା ବିନିଯୋଗ ଆପଣଙ୍କ କାମରେ ଆସିବ।

୫.କ୍ରେଡିଟ୍ କାର୍ଡ଼ କରନ୍ତୁ : କ୍ରେଡିଟ୍ କାର୍ଡ଼ କରିବାର ଏକ ଫାଇଦା ହେଉଛି ଯେ ଏଥିରେ ଟଙ୍କା ସବୁବେଳେ ରିଜର୍ଭ ରହିଥାଏ ଯାହା ଆପଣ ଦରକାର ସମୟରେ ଖର୍ଚ୍ଚ କରିପାରିବେ। ଏବେ କ୍ରେଡିଟ୍ କାର୍ଡ଼ ଆଣିବା ପାଇଁ ବ୍ୟାଙ୍କ ଯିବାର ଆବଶ୍ୟକତା ନାହିଁଆପଣ ଅନଲାଇନରେ ନିଜ ଆବଶ୍ୟକତା ହିସାବରେ କ୍ରେଡିଟ କାର୍ଡ଼ କିଣି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.