Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାହାରିଲା କରୋନାର ରକ୍ଷା କବଚ : ପାଳନ କରନ୍ତୁ ଏହି ୧୦ ନିୟମ, ଆପଣଙ୍କୁ ଛୁଇଁ ପାରିବନି କରୋନା ଭାଇରସ୍

23/03/2020 at 5:57 PM

 ନୂଆଦିଲ୍ଲୀ ୨୩/୩: କରୋନା ଭାଇରସ୍ ଯୋଗୁଁ ଏବେ ସୁଦ୍ଧା ସମଗ୍ର ବିଶ୍ବରେ ୩ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଛି। ଭାରତରେ କରୋନା ଭାଇରସର ସଂଖ୍ୟା ବଢ଼ି ୪୦୦ରୁ ଅଧିକ ହୋଇ ଯାଇଛି। ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଦେଶରେ ୮ଜଣଙ୍କ ମୃତ୍ୟୁ ହୋଇ ସାରିଛି। ସିଡିସିଠୁ ଆରମ୍ଭ କରି ଡବ୍ଳ୍ୟୁଏଚଓ ଯାଏଁ କରୋନାଠୁ ବର୍ତ୍ତିବାର ସମାନ ଉପାୟ ଅବଲମ୍ବନ କରୁଛନ୍ତି। ଆସନ୍ତୁ ଜାଣିବା କେଉଁ ୧୦ଟି କଥା ମାନି ଆପଣ କରୋନାଠୁ ବର୍ତ୍ତି ପାରିବେ।

୧. ହାତକୁ ସଫା ରଖିବା ପାଇଁ ସାନିଟାଇଜର କିମ୍ବା ସାବୁନ ବ୍ୟବହାର କରନ୍ତୁ। ହାତକୁ ୨୦ସେକେଣ୍ଡ ଯାଏଁ ସାବୁନରେ ଭଲଭାବେ ଧୁଅନ୍ତୁ।

୨. କାଶିବା ବେଳେ ଟିସୁ ମୁହଁ ଉପରେ ରଖନ୍ତୁ ଏବଂ ଏହାକୁ କଭରଡ ଡଷ୍ଟବିନରେ ପକାନ୍ତୁ। କୌଣସି ଅନ୍ୟ ବ୍ୟକ୍ତି ଛିଙ୍କିଲେ କିମ୍ବା କାଶିଲେ ନିଜ ସୁରକ୍ଷା ପାଇଁ ଟିସୁ ବ୍ୟବହାର କରନ୍ତୁ।

୩. କୌଣସି ବାହାର ବ୍ୟକ୍ତିଙ୍କ ସହ ହାତ ମିଳାନ୍ତୁ ନାହିଁ। ଯଦି ଏପରି କରୁଛନ୍ତି ତେବେ ତୁରନ୍ତ ହାତ ଧୁଅନ୍ତୁ।

୪. ଫଳ ଏବଂ ପରିବାକୁ ଖାଇବା ପୂର୍ବରୁ ପ୍ରଥମେ ଏହାକୁ ଭଲ ଭାବେ ଧୁଅନ୍ତୁ। ବଜାରରୁ ଆଣି ସିଧା ଖାଇବାର ଭୁଲ୍ କରନ୍ତୁ ନାହିଁ।

୫. ରୋଷେି କରିବାବେଳେ ମଧ୍ୟ ସାବଧାନତା ଅବଲମ୍ବନ କରନ୍ତୁ। ପରିବାକୁ ପ୍ରଥମେ ଭଲ ଭାବେ ସିଝାନ୍ତୁ। ଖାଦ୍ୟ ପ୍ରସ୍ତୁତ କରିବାବେଳେ ବ୍ୟବହାର ହେଉଥିବା ପାଣିକୁ ମଧ୍ୟ ସିଝାଇ ପ୍ରୟୋଗ କରନ୍ତୁ।

୬. ମାଂସ କିମ୍ବା ଅଣ୍ଡା ବିଲକୁଲ କଞ୍ଚା ଖାଆନ୍ତୁ ନାହିଁ। ଯଦି ଏଭଳି ଜିନିଷ ଖାଉଥାଆନ୍ତି ତେବେ ଏହାକୁ ଭଲ ଭାବେ ସିଝାଇ ଖାଆନ୍ତୁ।

୭. ନିଜ ଘର ଆଖପାଖରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।  ବାରମ୍ବାର ମୁହଁ,ଆଖିରେ ହାତ ଲଗାନ୍ତୁ ନାହିଁ। ଯଦି ଏପରି କରୁଛନ୍ତି ତେବେ ସାନିଟାଇଜର କିମ୍ବା ସାବୁନରେ ହାତକୁ ଭଲଭାବେ ଧୁଅନ୍ତୁ।

୮.କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଯାଆନ୍ତୁ ନାହିଁ। ବାହାର ବ୍ୟକ୍ତିଙ୍କଠାରୁ ୬ଫୁଟ ଦୂରରେ ରୁହନ୍ତୁ।

୯. ଘରୁ ବାହାରିବାବେଳେ ମୁହଁକୁ ଭଲଭାବେ କଭର କରନ୍ତୁ। ଏଥିପାଇଁ ଏନ୯୫ ମାସ୍କ କିମ୍ବା ସର୍ଜରି ମାସ୍କ ପିନ୍ଧିବା ଭୁଲନ୍ତୁ ନାହିଁ।

୧୦. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଆନ୍ତୁ।

   Related Posts