ସିନ୍ଦୁର ଲଗାଇବାବେଳେ କରୁଛନ୍ତି କି ଏହି ଛୋଟ ଭୁଲ୍? ସାବଧାନ! ସ୍ବାମୀ ପଡ଼ିବେ ଅସୁବିଧାରେ
3/07/2019 at 1:28 PM

ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କ ଜୀବନରେ ସିନ୍ଦୁରର ଏକ ଖାସ୍ ମହତ୍ତ୍ବ ରହିଥାଏ। ଆପଣ ହିନ୍ଦୁ ଧର୍ମର ସମସ୍ତ ମହିଳାଙ୍କୁ ସିନ୍ଦୁର ଲଗାଇଥିବାର ନିଶ୍ଚୟ ଦେଖିଥିବେ। ହିନ୍ଦୁ ଧର୍ମର ବିଶ୍ବାସ ଅନୁସାରେ ସିନ୍ଦୂରକୁ ବିବାହିତା ମହିଳାଙ୍କ ସୁହାଗର ପ୍ରତୀକ ବୋଲି କୁହାଯାଇଥାଏ। ବିବାହ ସମୟରେ ବି ସିନ୍ଦୁରଦାନର ବିଧିର ଏକ ଖାସ୍ ମହତ୍ତ୍ବ ରହିଥାଏ,ଏହାପରେ ହିଁ ବିବାହର ବିଧିକୁ ପୂର୍ଣ୍ଣ ବୋଲି କୁହାଯାଇଥାଏ। ଥରେ ବିବାହ ହୋଇଯିବା ପରେ ସମସ୍ତ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇବା ଅନିବାର୍ଯ୍ୟ ହୋଇଥାଏ।

କିନ୍ତୁ ପରିବର୍ତ୍ତିତ ସମାଜରେ ଅନେକ ଲୋକ ଏହାକୁ ରୂଢ଼ିବାଦ ବୋଲି କହିଥାଆନ୍ତି। ଆଜିକାଲି ମଧ୍ୟ ଅନେକ ଝିଅମାନଙ୍କୁ ବିବାହ ପରେ ସିନ୍ଦୁର ନ ଲଗାଉଥିବା ଦେଖାଯାଉଛି।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହିନ୍ଦୁ ଧର୍ମରେ କରାଯାଇଥିବା ଏହି ପରମ୍ପରାର କେବଳ ଧାର୍ମିକ ମହତ୍ତ୍ବ ରହିନଥାଏ ବରଂ ବୈଜ୍ଞାନିକ ମହତ୍ତ୍ବ ମଧ୍ୟ ରହିଥାଏ।

ଧାର୍ମିକ ବିଶ୍ବାସ ଅନୁସାରେ ସିନ୍ଦୁର ଲଗାଇବାର ଅନେକ ନିୟମ ରହିଥାଏ ଯାହା ପାଳନ କରିବା ଅନିବାର୍ଯ୍ୟ ହୋଇଥାଏ। ଏହି ନିୟମକୁ ସମସ୍ତ ବିବାହିତା ମହିଳା ବିଧି ପୂର୍ବକ ପାଳନ କରିବା ଉଚିତ୍। ନଚେତ୍ ତାଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ମହିଳାମାନେ ସିନ୍ଦୂର ଲଗାଇବାର ନିୟମ ପାଳନ କରନ୍ତି ନାହିଁ ,ଏପରି ମହିଳାଙ୍କ ସ୍ବାମୀଙ୍କୁ ଧନ ତଥା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ସିନ୍ଦୁର ଲଗାଇବାର ଏହି ନିୟମଗୁଡ଼ିକ ବିଷୟରେ ଯାହା ପ୍ରତ୍ୟେକ ମହିଳାଙ୍କୁ ପାଳନ କରିବା ଉଚିତ୍।

- ବିବାହିତା ମହିଳାଙ୍କୁ ସବୁବେଳେ ନିଜ ଟଙ୍କାରେ ସିନ୍ଦୁର କିଣି ଲଗାଇବା ଉଚିତ୍।
- ଯାହା କିଛି ହୋଇଥାଉନା କାହିଁକି ବିବାହିତା ମହିଳାଙ୍କୁ ଅନ୍ୟ ମହିଳାଙ୍କ ସିନ୍ଦୁରକୁ ନିଜ ମଥାରେ ଭରିବା ଅନୁଚିତ୍। କୈାଣସି ଅନ୍ୟ ମହିଳାଙ୍କ ସିନ୍ଦୁର ନିଜ ମଥାରେ ଭରିବା ଅଶୁଭ ହୋଇଥାଏ। ଏପରି କରୁଥିବା ମହିଳାଙ୍କ ସ୍ବାମୀଙ୍କୁ ଧନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ।
- ବିବାହିତା ମହିଳାଙ୍କୁ ଉପହାର ସ୍ବରୂପ ମିଳିଥିବା ସିନ୍ଦୁର ଉପଯୋଗ କରିବା ଅନୁଚିତ୍। କାରଣ ଶାସ୍ତ୍ରରେ ଉପଯୋଗ କରାଯାଇଥିବା ସିନ୍ଦୁର ଅଶୁଭ ହୋଇଥାଏ।