ଜଣା-ଶୁଣା ଗାୟିକା ଶାରଦା ସିହ୍ନା କରୋନାରେ ସଂକ୍ରମିତ : ଭିଡିଓ ସେୟାର କରି ଦେଲେ ସୂଚନା

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨/୮: ଜଣାଶୁଣା ଲୋକ ଗାୟିକା ଶାରଦା ସିହ୍ନା କରୋନାରେ ସଂକ୍ରମିତ ହୋଇଛନ୍ତି। ଶାରଦା ସିହ୍ନା ଶୁକ୍ରବାର ଏକ ଭିଡିଓ ଜାରି କରି ଏହାର ସୂଚନା ଦେଇଛନ୍ତି। ସେ ଫେସବୁକ୍ ଭିଡିଓ ସେୟାର କରିଛନ୍ତି।

{"id":318394,"sizeSlug":"large"}

ଭିଡିଓରେ ଶାରଦା କହିଛନ୍ତି ଯେ ‘ ଆପଣ ସମସ୍ତଙ୍କୁ ଏହା ଜାଣି ଦୁଃଖ ହେବ ଯେ ସେ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି। ସେ ବାହାର ଲୋକଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ଏପରି ଲାଗୁଛି ଯେ କରୋନା ନିଜେ ଘରକୁ ଚାଲି ଆସିଛି। ଏତେ ସାବଧାନତା​‌ ଅବଲମ୍ବନ କରିବା ପରେ ମଧ୍ୟ କରୋନା ଆସିଛି।’

{"id":318395,"sizeSlug":"large"}

ଆଗକୁ ସେ କହିଛନ୍ତି ଯେ,‘ ସେ ବାସ୍ ଏତିକି କହିବାକୁ ଚାହୁଁଛନ୍ତି ଯେ ଆପଣ ସମସ୍ତେ ନିଜ ଧ୍ୟାନ ରଖନ୍ତୁ। ସବୁବେଳେ ନିଜ ହାତ ଧୋଉଥାନ୍ତୁ। ଯାହା ଫଳରେ ଆପଣ ଏସବୁଠୁ ଦୂରରେ ରହିବେ। ଆପଣଙ୍କ ପ୍ରାର୍ଥନା ତାଙ୍କ ପାଇଁ ବହୁତ ଜରୁରୀ। ସେ ଏବେ ଯାଉଛନ୍ତି। ଯେତେବେଳେ ସେ ଫେରିବେ ସମସ୍ତଙ୍କ ସାମନାକୁ ଆସିବେ। ବହୁତ ବହୁତ ଧନ୍ୟବାଦ। ଆପଣ ସମସ୍ତଙ୍କୁ ପ୍ରେମ,ଆପଣ ସମସ୍ତଙ୍କ ପ୍ରାର୍ଥନା ତାଙ୍କ ପାଇଁ ଅପେକ୍ଷିତ,ଧନ୍ୟବାଦ।’

wp:html /wp:html

ସେ ଭିଡିଓ ସେୟାର କରି ଲେଖିଛନ୍ତି,‘ ସେ ଶୀଘ୍ର ସମସ୍ତଙ୍କୁ ଦେଖା କରିବେ। ଈଶ୍ବର ସମସ୍ତଙ୍କ ରକ୍ଷା କରନ୍ତୁ। ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ କଳାକାର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

{"id":318397,"sizeSlug":"large"}

 ଶାରଦା ସିହ୍ନା ଜଣେ ଭାରତୀୟ ଲୋକ ଗାୟିକା। ବିହାରରେ ଜନ୍ମ ହୋଇଥିବା ଶାରଦା ସିହ୍ନା ମୈଥିଳି, ଭୋଜପୁରୀ ଏବଂ ମଗହୀ ଲୋକ ଗୀତ ଗାଆନ୍ତି। ତାଙ୍କ ଗୀତକୁ ଖୁବ୍ ପସନ୍ଦ କରାଯାଇଥାଏ। ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥାଏ।

{"id":318396,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.