ପ୍ରସିଦ୍ଧ ଆମେରିକୀୟ ଲୋକଗୀତ ଗାୟକ ଜନ୍ ପ୍ରାଇନଙ୍କ କରୋନାରେ ମୃତ୍ୟୁ, ୨ ଥର କ୍ୟାନସରକୁ ଦେଇଥିଲେ ମାତ୍

Published By : Prameya-News7 Bureau | April 08, 2020 IST

ଲସ୍ ଏଞ୍ଜେଲସ୍ ୮।୪: ପ୍ରଶିଦ୍ଧ ଆମେରକୀୟ ଲୋକଗୀତ ଗାୟକ ଜନ୍ ପ୍ରାଇନଙ୍କର କରୋନାରେ ମୃତ୍ୟୁ ହୋଇଛି। ୭୩ବର୍ଷ ବୟସ୍କ ଏହି ଜନ୍ମଜାତ କଳାକାରଙ୍କୁ ଚଳିତବର୍ଷ ଗ୍ରାମୀ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା। ପ୍ରାଇନଙ୍କ ପରିବାର ପକ୍ଷରୁ ତାଙ୍କ ପ୍ରକାଶକ ଏହି ଶୋକବାର୍ତ୍ତା ଦେଇଥିବା ବେଳେ କୋଭିଡ-୧୯ ଜନିତ ଶାରୀରିକ ସମସ୍ୟାରେ ସେ ପ୍ରାଣ ହରାଇଥିବା କହିଛନ୍ତି।

wp:html /wp:html

ତାଙ୍କ ପରିବାର ପକ୍ଷରୁ ଟ୍ୱିଟର ହ୍ୟାଣ୍ଡଲରେ କରାଯାଇଥିବା ପୋଷ୍ଟରେ ଗତମାସରେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କୁ ଚିକିତ୍ସା ନିମନ୍ତେ ୱେଣ୍ଡରବିଲ୍ଟସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ପୋଷ୍ଟ କରାଯାଇଛି। ଜନ ଜଣେ ଲୋକଗୀତ କଳାକାର ଥିଲେ। ଏଣୁ ତାଙ୍କର କୌଣସି ଏକକ ହିଟ୍ ସଙ୍ଗୀତ ନଥିଲା। ହେଲେ ବି ସମଗ୍ର ବିଶ୍ୱରେ ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି।

{"id":250883,"sizeSlug":"large"}

ପ୍ରାଇନ ତାଙ୍କ ଜୀବଦ୍ଦଶାରେ ୨ ଥର କର୍କଟ ରୋଗାକ୍ରାନ୍ତ ହୋଇଥିଲେ। ତାଙ୍କ ପରିବାର ଏହି ସୂଚନା ଦେଇଥିବା ବେଳେ ସେ ୨ ଥର ଜାକ କର୍କଟକୁ ହରାଇ ଜୀବନର ବାଜି ଜିତିପାରିଥିଲେ। ହେଲେ କରୋନା ଆଗରେ ହାର ମାନିଛନ୍ତି ଏହି ମହାନ କଳାକାର। ତାଙ୍କ ଗୀତ ଲାଗି ସେ ଅନେକ ଗ୍ରାମୀ ପୁରସ୍କାର ପାଇଛନ୍ତି। ଏଣୁ ପ୍ରାଇନ୍‌ଙ୍କ ମୃତ୍ୟୁ ତାଙ୍କର ଅସଂଖ୍ୟ ସଂଗୀତ ପ୍ରେମୀଙ୍କୁ ସୋକସାଗରରେ ଭସାଇ ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.