Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ପ୍ରସିଦ୍ଧ ଲୋକଗୀତ ଗାୟକ ଦେଶରାଜ ପଟେରିଆଙ୍କ ହୃଦଘାତରେ ପରଲୋକ

5/09/2020 at 1:13 PM

ବୁଦେଲେଖଣ୍ଡ ୦୫/୦୯: ବୁଦେଲଖଣ୍ହର ପ୍ରସିଦ୍ଧ ଲୋକଗୀତ ଗାୟକ ଦେଶରାଜ ପଟେରିଆଙ୍କ ହୃଦଘାତରେ ପରଲୋକ ଘଟିଛି। ଗତକାଲି (ଶୁକ୍ରବାର) ରାତି ପ୍ରାୟ ୩.୧୫ରେ ଛତପୁର ମିଶନ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କେବଳ ଛତପୁର ଜିଲ୍ଳା କି ବୁଦେଲଖଣ୍ଡର ଲୋକପ୍ରିୟ କଳାକାର ନ ଥିଲେ ବରଂ ଦେଶ ବିଦେଶରେ ତାଙ୍କର ପ୍ରସିଦ୍ଧି ଥିଲା। ତାଙ୍କ ଅକାଳ ବିୟୋଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକ ବ୍ୟକ୍ତ କରିଛନ୍ତି। ସେ ଦେଶରାଜଙ୍କ ପରଲୋକକୁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି।


ନିଜ ସ୍ବରର ଯାଦୁରେ ସେ ବହୁ ଲୋକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛନ୍ତି। ସେ ତାଙ୍କ ଗାୟନରେ ଶୃଙ୍ଗାର, ଭକ୍ତି ଓ ବୀର ରସର ଅଦ୍ଭୂତ ସମ୍ମେଳନ କରିବାରେ ମାହିର ଥିଲେ। ମୁକେଶ କୁମାରଙ୍କୁ ଆଦର୍ଶ ବୋଲି ମାନୁଥିବା ଦେଶରାଜଙ୍କ ବିୟୋଗ ପୂରା ମଧ୍ୟପ୍ରଦେଶ ପାଇଁ ହୋଇଛି ଅପୂରଣୀୟ କ୍ଷତି।


ଦେଶରାଜ ଛତରପୁର ଜିଲ୍ଳା ତିଟାନି ଗାଁରେ ରହୁଥିଲେ। ପିଲାଟି ବେଳୁ ତାଙ୍କର ସଙ୍ଗୀତରେ ରୁଚି ଥିଲା। ୧୮ ବର୍ଷ ବୟସରୁ କୀର୍ତ୍ତନ ମଣ୍ହଳି ସହ ଭାଗ ନେଇ ଗାଁ ଗାଁ ବୁଲି ଗୀତ ଗାଉଥିଲେ। ୧୯୭୬ରେ ସେ ଲୋକଗୀତ ଗାୟନ ଯାତ୍ରା ଆରମ୍ଭ କରିଥିଲେ। ଗୁରୁ ଅମରଦାନଙ୍କଠାରୁ ସେ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ।

   Related Posts