Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଫୋଲ୍ଡେବଲ ଇଲେକ୍ଟ୍ରିକ୍‌ ସ୍କୁଟର ସମଗ୍ର ବିଶ୍ବରେ ହେଲା ଫେମସ, ଜାଣନ୍ତୁ

16/08/2019 at 10:49 AM

ଭାରତରେ ଇଲେକ୍ଟ୍ରିକ୍‌ ସ୍କୁଟରକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। କେନ୍ଦ୍ର ଇଲେକ୍ଟ୍ରିକ୍‌ ବାହନ ଉପରେ ଅଧିକ ଜୋର ଦେଇଥିବାରୁ ଇ-ସ୍କୁଟର, ଇ-ବାଇକ୍‌, ଇ-ମୋପେଡ ଓ ଇ- ସ୍କେଟ୍‌ବୋର୍ଡ ଭଳି ନୂଆ ପିଢିର ମାଇକ୍ରୋ-ମୋବିଲିଟି ବିକଳ୍ପ ଭବିଷ୍ୟତରେ ଲୋକପ୍ରିୟ ହେବାର ଅନେକ ସମ୍ଭାବନା ଅଛି। କିଛି ବିଷେଶଜ୍ଞଙ୍କ ଅନୁସାରେ ଇଲେକ୍ଟ୍ରିକ୍‌ ସ୍କୁଟର ଲୋକଙ୍କ ପାଇଁ ବେଶ ଲାଭଦାୟକ ହୋଇପାରେ ।  

ଅଧିକାଂଶ ସମୟରେ ବ୍ୟକ୍ତିଗତ ସ୍ଥାନରେ, ବଡ ପରିସର ଯେମିତିକି ସ୍କୁଲ ବା କଲେଜ ଓ ଟେକ୍‌ନିକାଲ ପାର୍କରେ ଲୋକେ ଇଲେକ୍ଟ୍ରିକ୍‌ କିକ୍‌ ସ୍କୁଟର ବ୍ୟବହାର କରନ୍ତି। କାର୍ଯ୍ୟସ୍ଥାନରେ ମୁଖ୍ୟ ଦ୍ବାରରୁ ଭିତରକୁ ଯିବା ପାଇଁ ୧୫-୨୦ ମିନଟ୍‌ ବଦଳରେ ଇ-ବାଇକ୍‌ରେ ଗଲେ ୫ ମିନିଟ୍‌ରେ ପହଞ୍ଚିହେବ।  

ହେଲେ ଫୁଟପାଥରେ ଅଧିକ ଭିଡ ଯୋଗୁଁ ଲୋକେ ସର୍ବଜାନିକ ସ୍ଥାନରେ ଏହି ବାଇକ୍‌ ବ୍ୟବହାର କରନ୍ତି ନାହିଁ। ଇଲେକ୍ଟ୍ରିକ ସ୍କୁଟରର ମଡେଲ ପାଖାପାଖି ୧୫୦ କିଲୋଗ୍ରାମ ଓ ୩୦ କିମି ପ୍ରତି ଘଣ୍ଟା ଚାଲେ। ଏହି ଇ-ବାଇକ୍‌ ୩୦,୦୦୦ରୁ ଆରମ୍ଭ କରି ୫୦,୦୦୦ ଟଙ୍କା ରେଞ୍ଜ ଯାଏଁ ଉପଲବ୍ଧ ଅଛି। ଥରେ ପୂରା ଚାର୍ଜ କଲେ ଏହି ଗାଡି ୨୦ କିମି ଯାଏଁ ଚାଲିବ। ଫୋଲ୍ଡେବଲ ଏକ୍ସେଲେରେସନ ପାଇଁ ହେଣ୍ଡବ୍ରେକ ଓ ଥମ୍ବ ଥ୍ରୋଟଲ ସହ ବଜାରକୁ ଆସେ। 

 

   Related Posts