୨୪ ତାରିଖ ସକାଳ ଯାଏ ଲାଗିରହିବ କୁହୁଡ଼ି

Published By : Prameya-News7 Bureau | January 22, 2019 IST

ଭୁବନେଶ୍ବର ୨୨/୧: ୨୪ ତାରିଖ ସକାଳ ଯାଏ ଲାଗିରହିବ କୁହୁଡ଼ି। ଉପକୂଳ ଓ ଉତ୍ତର ଓଡ଼ିଶାର ୯ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ସନ୍ଧ୍ୟା ୭ଟାରୁ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ରହିବ। ମଧ୍ୟରାତି ବେଳକୁ କୁହୁଡ଼ିର ମାତ୍ରା ବଢ଼ିବ। ୧୦୦ ମିଟର ପର୍ଯ୍ୟନ୍ତ ବାଟ ଦୃଶ୍ୟମାନ ହେବ। ଏହାପରଠାରୁ ଅଧିକ ବାଟ ରାସ୍ତା ଦେଖାଯିବ ନାହିଁ। ପାଣିପାଗ କେନ୍ଦ୍ର ପକ୍ଷରୁ ଗତକାଲି ୭ଟି ଜିଲ୍ଲା ପାଇଁ ସତର୍କ ସୂଚନା  ଜାରି ହୋଇଥିଲା। ଆଜି ଆଉ ଦୁଇଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି।

{"id":76745}

ପୁରୀ, ଖୋର୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବାରୁ ଗାଡ଼ି ଚାଳକମାନେ ସତର୍କତା ନେବାକୁ କରିବାକୁ କୁହାଯାଇଛି। ଉପକୂଳ ଓଡ଼ିଶା ଉପରେ ଅଧିକ ପ୍ରଭାବ ପଡ଼ିବ। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବି ଘନ କୁହୁଡ଼ି ହେବ। ୨୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତନ ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ଉପକୂଳ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳବର୍ତୀ ଅଞ୍ଚଳରେ କୁହୁଡ଼ି ଲାଗିରହିବ। ସୂର୍ଯ୍ୟୋଦୟ ପରେ ମଧ୍ୟ ଘନ କୁହୁଡ଼ି ରହିବ। ୨୫ ତାରିଖ ପରେ କୁହୁଡ଼ିର ମାତ୍ରା ସାମାନ୍ୟ କମିବ।

{"id":76746}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.