କୁହୁଡି ଚାଦରରେ ସୂର୍ଯ୍ୟ ମନ୍ଦିର, ଦର୍ଶନ କରିନପାରି ପର୍ଯ୍ୟଟକ ନିରାଶ

Published By : Prameya-News7 Bureau | December 01, 2019 IST

କୋଣାର୍କ ୦୧।୧୨: କୁହୁଡି ଚାଦରରେ ଢାଙ୍କି ହୋଇଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର l ବ୍ଲାକ ପାଗୋଡାକୁ ପୁରା ଘୋଡାଇ ଦେଇଛି କୁହୁଡିର ଧଳା ଚାଦର ।  ପର୍ଯ୍ୟଟକ ମାନେ  କୁହୁଡି ର ପ୍ରଭାବରୁ ମନ୍ଦିରକୁ ସ୍ପଷ୍ଟ ଦେଖିନପାରି ନିରାଶରେ ଫେରୁଛନ୍ତି l

{"id":192348,"sizeSlug":"large"}

କୁହୁଡିର ପ୍ରଭାବରେ ଚନ୍ଦ୍ରଭାଗା ଠାରୁ  ସୂର୍ଯ୍ୟଦୟ ଦର୍ଶନ ନପାଇବା ନିରାଶ ହୋଇଛନ୍ତି ଲୋକେ  ।  ତେବେ ଆଜିଛାରୁ କୋଣାର୍କ ଫେଷ୍ଟିଭାଲ ଆରମ୍ଭ ହୋଇଥିବାରୁ  ସୂର୍ଯ୍ୟ ମନ୍ଦିରର  ପରିସରରେ  ନାହିଁନଥିବା ଭିଡ ଦେଖିବାକୁ ମିଳିଛି  ।   ଏପଟେ ଘନ କୁହୁଡି ପ୍ରଭାବରୁ କୋଣାର୍କ ରୁ ପୁରୀ କୋଣାର୍କ ରୁ କାକଟପୁର ଏବଂ କୋଣାର୍କ ରୁ ପିପିଲି ରାସ୍ତାରେ ଯାତାୟାତ କରିବାକୁ ମଧ୍ୟ୍ୟ  ପର୍ଯ୍ୟଟକ ଙ୍କୁ  ନାହିଁନଥିବା ଅସୁବିଧାର ସମୁଖୀନ ହେବାକୁ ପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.