ରାଜଧାନୀରେ ଘନ କୁହୁଡି
24/01/2021 at 5:30 PM

ଭୁବନେଶ୍ବର୨୪/୧: ରାଜଧାନୀରେ ଘନ କୁହୁଡି। ଧଳା ଚାଦରରେ ଘୋଡେଇ ରହିଥିଲା ପୁରା ରାଜଧାନୀ। କିଛି ଦିନର ବ୍ୟବଧାନ ପରେ ବଢିଛି ଶୀତ। ପାହାନ୍ତିଆ ଲାଗି ରହୁଛି ଘନ କୁହୁଡି। ରାସ୍ତାରେ ଗାଡି ମୋଟର ଲାଇଟ୍ ଲଗାଇ ଯାତୟାତ କରୁଛନ୍ତି ଯାତ୍ରୀ। ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଦୃଶ୍ୟମାନ ଦୂରତା ୧୦ରୁ ୧୫ ମିଟର ରହିଛି। ଫଳରେ ଯାନବାହାନ ଯାତାୟତରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି।
ରାତିରୁ ସମଗ୍ର ରାଜ୍ୟକୁ ଘୋଡେଇ ରଖିଛି କୁହୁଡ଼ି। ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁପର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଅନୁଗୁଳ କଟକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡ଼ି। ଏହାସହ ଆଜି ରାତିରୁ ଆସନ୍ତାକାଲି ସକାଳ ଯାଏଁ କଟକ, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଦା, କନ୍ଧମାଳ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଦେବ। ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।