Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ, ଗାଡି ଚଳାଚଳରେ ସାମାନ୍ୟ ଅସୁବିଧା

15/11/2021 at 9:06 AM

ଭୁବନେଶ୍ୱର ୧୫।୧୧: ଭୁବନେଶ୍ୱରରେ ଘନକୁହୁଡ଼ିର ଆସ୍ତରଣ । ଭୋର ୫ଟାରୁ ୭ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ଘନ କୁହୁଡ଼ିର ଆସ୍ତରଣ । ୨୦୦ ମିଟର ଭିଜିବିଲିଟି ରହିଥିବାରୁ ଯାତାୟତ କରିବାରେ ସାମାନ୍ୟ ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା । ତେବେ ୭ଟା ପରେ କୁହୁଡ଼ାର ଆସ୍ତରଣ ଟିକିଏ କମିଛି । କିନ୍ତୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି କୁହୁଡ଼ି ଜାରି ରହିବ ବୋଲି ସୂଚନା ମିଳିଛି ।

ସେହିପରି ଭୁବନେଶ୍ୱର ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆଜି ସକାଳୁ କୁହୁଡି ଦେଖିବାକୁ ମିଳିଛି। ସମଗ୍ର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୭ ତାରିଖରୁ ପୁଣି ବର୍ଷା ହେବାର ଅଛି। ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଟିକିଏ ଅଧିକ ହେବାର ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡମାନ ସଗାରରେ ଥିବା ଲଘୁଚାପ ଆଜି ଓ୍ୱେଲମାର୍କ ଲୋରେ ପରିଣତ ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

   Related Posts