କୁହୁଡିର ଚାଦରରେ ଭଦ୍ରକ ସହର, ଗାଡିମଟର ଚଳାଚଳ ପ୍ରଭାବିତ

Published By : Prameya-News7 Bureau | January 10, 2021 IST

ଭଦ୍ରକ, ୧୦|୦୧ : ଭଦ୍ରକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ସକାଳ ସମୟରେ ପ୍ରବଳ କୁହୁଡିର ଆସ୍ତରଣ ଜନଜୀବନକୁ ପ୍ରଭାବିତ କରୁଛି । କୁହୁଡି ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଗୁଡିକ ଲାଇଟ ଦେଇ  ଧୀରେ ଧୀରେ ଯାଉଥିବାର ଚିତ୍ର ଦେଖିବାକୁ ମିଳିଛି ।

ସକାଳ ସମୟରେ ଲୋକମାନେ ଘରୁ ବାହାରି ଯିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । କୁହୁଡି ଯୋଗୁଁ, ଗାଡି ଗୁଡିକ ଦିନରେ ଲାଇଟ ଦେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି କୁହୁଡିର ଆସ୍ତରଣ ଯୋଗୁଁ ଦୂରରୁ କୌଣସି ବସ୍ତୁ କିମ୍ବା ଲୋକଙ୍କୁ ଦେଖିବା କଷ୍ଟକର ହୋଇପଡିଛି । ଏପରିକି ଗୋଟିଏ ଫୁଟ ଦୂରରେ ମନୁଷ୍ୟ କି କୌଣସି ବସ୍ତୁ ନଜରରେ ଆସୁନଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.