ସମ୍ବଲପୁର ରେଳ ଷ୍ଟେସନରେ ଜମ୍ମୁତଓ୍ବୀ ଏକ୍ସପ୍ରେସ ବଗିରୁ ଭୃଣ ଉଦ୍ଧାର

Published By : Prameya-News7 Bureau | November 15, 2019 IST

ସମ୍ବଲପୁର ୧୫।୧୧: ସମ୍ବଲପୁର ରେଳଷ୍ଟେସନରେ ଓ୍ଵାସିଙ୍ଗ ଲାଇନରେ ଛିଡା ହୋଇଥିବା ଜାମ୍ମୁତାଇ ଏକ୍ସପ୍ରେସର ଶେଷ ବଗିରୁ ଭୃଣ ଠାବ ହୋଇଛି । ଆଜି ସକାଳୁ ଟ୍ରେନଟି ଓ୍ଵାସିଙ୍ଗ ଲାଇନରେ ପହଁଚିବା ପରେ ସଫେଇ କର୍ମଚାରୀମାନେ ଭୃଣ ଦେଖିବାକୁ ପାଇଥିଲେ। ଭୃଣଟି ଟ୍ରେନ ଶୌଚାଳୟରେ ପଡିଥିଲା ।

{"id":184687,"sizeSlug":"large"}

ତେବେ ଟ୍ରେନ ଭିତରେ ଭୃଣ କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି । ସମ୍ବଲପୁର ଜିଆରପି ପୋଲିସ ଓ ଆରପିଏଫ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଘଟଣାସ୍ଥଳକୁ ରେଲବାଇର ଏକ ମେଡିକାଲ ଟିମ୍ ପହଁଚି ପରୀକ୍ଷା ନିରୀକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.