Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କଳାହାଣ୍ଡି ଜିଲ୍ଲାରେ ମାଓ ଦମନ ପାଇଁ ସରକାରଙ୍କ ନୂଆ ରଣନୀତି : ଆରମ୍ଭ ହେଲା ‘ଫୋକସ୍ କନଷ୍ଟିଚ୍ୟୁଏନସି’

9/11/2019 at 3:09 PM

କଳାହାଣ୍ଡି ୯।୧୧: କଳାହାଣ୍ଡି ଜିଲ୍ଲାରେ ମାଓ ଦମନ ପାଇଁ ସରକାରଙ୍କ ନୂଆ ରଣନୀତି । ନକ୍ସଲ ସମସ୍ୟା ଦୂର କରିବାକୁ ମିଲିଟାରୀ ସଲ୍ୟୁସନ ନୁହେଁ, ବରଂ ଅନଗ୍ରସରତାକୁ ଦୂର କରି ସାମଗ୍ରିକ ବିକାଶ ଦ୍ବାରା ସମାଧାନ କରାଯାଇପାରିବ । ନିକଟରେ କଳାହାଣ୍ଡି ଗସ୍ତ କରି ଏହା କହିଛନ୍ତି ପେ।ଲିସ ଡିଜିପି ଆର.ପି. ଶର୍ମା । ନକ୍ସଲ ସମସ୍ୟା ଦୂର କରିବାକୁ ଜିଲ୍ଲାରେ ଆରମ୍ଭ ହେ।ଇଛି ‘ଫୋକସ କନଷ୍ଟିଚ୍ୟୁଏନସି’ ।

କଳାହାଣ୍ଡି ଜିଲ୍ଲାରେ କାୟା ବିସ୍ତାର କରୁଛନ୍ତି ମାଓବାଦୀ । ଜିଲ୍ଲାର ୧୩ଟି ବ୍ଲକରୁ ୮ଟି ବ୍ଲକ୍ ପାଲଟିଛି ମାଓବାଦୀଙ୍କ ଚରାଭୂଇଁ । ବିଶେଷକରି ଥୁଆମୁଳ-ରାମପୁର, ଲାଞ୍ଜିଗଡ, ମଦନପୁର-ରାମପୁର, ଗୋଲାମୁଣ୍ଡା, ନର୍ଲା, କୋକସରା ପ୍ରମୁଖ ବ୍ଲକରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନରୁ ବଚିଂତ ଲୋକଙ୍କ ନିକଟତର ହେବାକୁ ଅନଗ୍ରସରତାକୁ ଅସ୍ତ୍ର କରିଛନ୍ତି ମାଓବାଦୀ । ତେଣୁ ମାଓବାଦୀଙ୍କୁ ଦମନ କରିବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାରେ ଆରମ୍ଭ ହେ।ଇଛି ‘ଫୋକସ କନଷ୍ଟିଚ୍ୟୁଏନସି’ । ନିକଟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆର.ପି. ଶର୍ମ। କେବିକେ ଜିଲ୍ଲା ମାନଙ୍କରେ ବୈଠକ କରି ନକ୍ସଲ ସମସ୍ୟାକୁ  ମିଲିଟାରୀ  ସଲ୍ୟୁସନ ନୁହେଁ, ବରଂ ଅନଗ୍ରସରତାକୁ ଦୂର କରି ସାମଗ୍ରିକ ବିକାଶ ଦ୍ବାରା ସମାଧାନ କରାଯାଇପାରିବ ବୋଲି ଗୁରୁତ୍ବାରୋପ କରିଛନ୍ତି ।

ସାମଗ୍ରିକ ବିକାଶରୁ ବଚିଂତ ଏହି ଅଚଂଳ ମାନଙ୍କରେ ଅନଗ୍ରସରତା ଓ ସରକାରୀ ଯୋଜନାର ଅପହଚଂର ସୁଯୋଗ ନେଉଛନ୍ତି ମାଓବାଦୀ ସଙ୍ଗଠନ । ତେଣୁ ପ୍ରଥମ ଥର ସରକାର ଏସବୁ ଅଞ୍ଚଳରେ ବିକାଶକୁ ଫେ।କସ କରିଛନ୍ତି । ସ୍ବତନ୍ତ୍ର ଭାବେ ଜିଲ୍ଲାସ୍ତରର ଅଧିକାରୀ ଓ ବିଧାୟକଙ୍କୁ ନେଇ ବସିଛି ଯୋଜନା ବୈଠକ । ତିନି ମାସ ଅନ୍ତରାଳରେ ଏହି ଯେ।ଜନାର ସମୀକ୍ଷା କରାଯିବ । ଫଳରେ ବିକାଶରୁ ବଚିଂତ ଅଂଚଳମାନଙ୍କୁ ସାମଗ୍ରିକ ବିକାଶ ସହ ଯୋଡାଯାଇପାରିବ । ସେପଟେ ଯେ।ଜନାକୁ ସ୍ବାଗତ କରିଛନ୍ତି ସାଧାରଣ ଲେ।କ । ହେଲେ ଅଧିକାର ପାଇଁ ଲଢୁଥିବା ଲୋକଙ୍କୁ ସରକାର ଓ ପୋଲିସ ମାଓବାଦୀ ସଜାଉଥିବା ବେଳେ ସାଧାରଣ ଲୋକଙ୍କୁ ସରକାର ବିଶ୍ବାସକୁ ନେବା ଆବଶ୍ୟକ ବେ।ଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଡେରିରେ ହେଲେ ବି ଲେ।କଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ସରକାର । କିନ୍ତୁ ସରକାରୀ ବୈଠକର ନିଷ୍ପତି ଦୁର୍ଗମ ଅଚଂଳ ର ତୃଣମୂସ୍ତରରେ ପହିଂବାର ଆବଶ୍ୟତା ରହିଛି । ନ ହଲେ ନକ୍ସଲ ସମସ୍ୟାର ସମାଧାନ ପାଇଁ କେବଳ ଆଲେ।ଚନା ଚାଲିଥିବା ଆଉ ରାଜ୍ୟରେ କାୟା ବିସ୍ତାର କରିଚାଲିଥିବେ ମାଓବାଦୀ ସଙ୍ଗଠନ ।

   Related Posts