ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଫକୀରମୋହନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

Published By : Prameya-News7 Bureau | November 26, 2019 IST

ବାଲେଶ୍ବର ୨୬।୧୧ : ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ବି.ଏଡ ଆଉ ଏମ.ଏଡ ଛାତ୍ରଛାତ୍ରୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି । ଏହି ଦୁଇ ବିଭାଗରେ ପଢୁଥିବା ଛାତ୍ରଛାତ୍ରୀ ଓଟିଇଟି, ସିଟିଇଟି, ଓଏସଏସଟିଇଟି ପରୀକ୍ଷା ଦେଇ ପାରୁନାହାନ୍ତି । ଏଥିପାଇଁ ସେମାନେ ବାରମ୍ବାର ଦାବି କରୁଥିଲେ ବି କିଛି ସୁଫଳ ମିଳୁନାହିଁ । ସେଥିପାଇଁ ଶହେରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.