ଦେବାସ-ଅଣ୍ଟ୍ରିକ୍ସ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ସୀତାରମଣ, 'କ୍ଷମତାର ଦୁରୁପଯୋଗ କରିଥିଲା ୟୁପିଏ ସରକାର'

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ,୧୮/୦୧ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଦେବାସ-ଅଣ୍ଟ୍ରିକ୍ସ ପ୍ରସଙ୍ଗରେ କଂଗ୍ରେସକୁ ନିଣାନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଙ୍ଗଳବାର ସାମ୍ୱାଦିକ ସମ୍ମିଳନୀ କରି ଅର୍ଥ ମନ୍ତ୍ରୀ କହିଛନ୍ତି, ୟୁପିଏସ ୨୦୧୧ ମସିହାରେ ଏହି ଚୁକ୍ତିକୁ ରଦ୍ଦ କରିଥିଲା । ଏହା ଏକ ଜାଲିଆତି ଥିଲା। ଅଣ୍ଟ୍ରିକ୍ସ ଡିଲର ଜାଲିଆତିରୁ ଦେବାସ ଯେପରି ରକ୍ଷା ନପାଏ ସେଥିପାଇଁ ସରକାର ସମସ୍ତ କୋର୍ଟରେ ଲଢେଇ ଲଢିଥିଲେ।

wp:html /wp:html

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୨୦୧୧ ମସିହାରେ ଯେତେବେଳେ ଏହି ଚୁକ୍ତି ରଦ୍ଦ ହୋଇଥିଲା ସେହି ସମୟରେ ଦେବାସ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତାକୁ ଯାଇଥିଲା । ଭାରତ ସରକାର ମଧ୍ୟସ୍ଥତା ପାଇଁ ନିଯୁକ୍ତି କରି ନଥିଲେ, ୨୧ ଦିନ ଭିତରେ ମଧ୍ୟସ୍ଥତା ପାଇଁ ନିୟୁକ୍ତି ଦେବାକୁ କୁହାଯାଇଥିଲା। କିନ୍ତୁ ସରକାର ନିଯୁକ୍ତି ଦେଲେ ନାହିଁ । ଏହାସହ ସେ କହିଛନ୍ତି, ପ୍ରାଇମେରୀ ୱେବଲେନ୍ଥ, ସାଟେଲାଇଟ କିମ୍ୱା ସ୍ପେକ୍ଟ୍ରମ ବିକ୍ରି କରି ଏହାକୁ ଘରୋଇ ସଂସ୍ଥାକୁ ଦେବା ଏବଂ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା କଂଗ୍ରେସ ସରକାର ସ୍ୱତନ୍ତ୍ରତା ରହିଛି ।

wp:html /wp:html

ଅର୍ଥ ମନ୍ତ୍ରୀ ସୀତାରମଣ ଅଭିଯୋଗ କରି କହିଛନ୍ତି, ପୂର୍ବତନ ୟୁପିଏ ସରକାର ୨୦୦୫ରେ ଦେବାସ-ଆଣ୍ଟ୍ରିକ୍ସ ଚୁକ୍ତିରେ ରାଷ୍ଟ୍ରୀୟ ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଏସ-ବ୍ୟାଣ୍ଡର ସ୍ପେକ୍ଟ୍ରମ ବିକ୍ରି କରି ନିଜ ଅଧିକାରର ଦୁରୁପଯୋଗ କରିଥିଲେ। ଏହାସହ ଅର୍ଥ ମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ଦେଇ କହିଛନ୍ତି, ସର୍ବୋଚ୍ଚ କୋର୍ଟ ଦେବାସ ମଲ୍ଟିମିଡିଆର ଲିକ୍ୱିଡେସନ ଅର୍ଥାତ ଏହାକୁ ବିକ୍ରି କରି ରାଶି ଏକାଠି କରିବା ନିଷ୍ପତ୍ତିକୁ କାଏମ ରଖିବା ଏକ ବ୍ୟାପକ ନିଷ୍ପତ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.