Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

କରୋନା ମାଡ: ଯେ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା କାଢିଲେ ଲାଗିବ ନାହିଁ ଚାର୍ଜ

24/03/2020 at 5:36 PM

ନୂଆଦିଲ୍ଲୀ ୨୪।୦୩ :   କରୋନା ଭାଇରସ ସହ ଲଢୁଥିବା ଅର୍ଥନୀତିକୁ ସରକାର କିଛିଟା ଆଶ୍ଵସ୍ତି ଦେବାକୁ ଉଦ୍ୟମ କରିଛନ୍ତି। ରିଟର୍ଣ୍ଣ ଫାଇଲଠୁ ନେଇ ପାନ୍-ଆଧାର ସଂଯୋଗ ପର୍ଯ୍ୟନ୍ତ ଅନେକ ବିତ୍ତୀୟ ନେଣଦେଣର ସମୟ ସୀମାକୁ ଆଗକୁ ବଢାଇ ଜୁନ୍ ୩୦ କରାଯାଇଛି। ଏହା ବ୍ୟତୀତ ଆଉ ଏକ ନିଷ୍ପତ୍ତି ଯାହା ଏହି ମୁସ୍କିଲ ସମୟରେ ଜନତାଙ୍କ ପାଇଁ ଆଶ୍ଵସ୍ତିଭରା ରହିଛି। ଗ୍ରାହକଙ୍କୁ ଏବେ ଯେ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା କାଢିଲେ ଚାର୍ଜ ଲାଗିବ ନାହିଁ। ଏହା ସହିତ ଆଧାର-ପାନ ସଂଯୋଗ କରିବାର ଅନ୍ତିମ ତାରିଖ ବଢାଯାଇ ୨୦୨୦ ଜୁନ ୩୦ କରାଯାଇଛି।

ଅର୍ଥମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଡେବିଟ୍ କାର୍ଡଧାରୀ ଆଗାମୀ ତିନି ମାସ ପର୍ଯ୍ୟନ୍ତ କୌଣସି ବି ବ୍ୟାଙ୍କର ଏଟିଏମରୁ ଟଙ୍କା କାଢି ପାରିବେ ଯାହା ଉପରେ କୌଣସି ଚାର୍ଜ ଲାଗିବ ନାହିଁ। ଏହା ସହିତ କିଛି ମାସ ପର୍ଯ୍ୟନ୍ତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଟଙ୍କା ରଖିବା ସର୍ତ୍ତ ଉପରେ ମଧ୍ୟ କୋହଳ ଦିଆଯାଇଛି। ଆଉ ଏକ ନିଷ୍ପତ୍ତି କ୍ରମେ ମାର୍ଚ୍ଚ, ଏପ୍ରିଲ, ମେ ପାଇଁ ଜିଏସଟି ରିଟର୍ଣ୍ଣ ଭରିବାର ଶେଷ ତାରିଖ ବଢାଯାଇ ଜୁନ ୩୦ କରାଯାଇଛି ।

ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣାରେ ସମସ୍ତ ବ୍ୟାଙ୍କ ଖାତାଧାରୀଙ୍କୁ ଆଶ୍ଵସ୍ତି ମିଳିବ କାରଣ କରୋନା ଭୂତାଣୁରେ ବୃଦ୍ଧି ରୋଗୀ ସଂଖ୍ୟା ଓ ସମଗ୍ର ଦେଶରେ ଲକଡାଉନ୍ ମଧ୍ୟରେ ସେମାନେ ଘରୁ ବାହାରି ପାରୁ ନାହାନ୍ତି। ଏମିତିରେ ଟଙ୍କାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମାନେ ନିକଟତମ ଏଟିଏମରୁ ଟଙ୍କା କାଢି ପାରିବେ, ସେ ଯେ କୌଣସି ବ୍ୟାଙ୍କ ହୋଇଥାଉ ନା କାହିଁକି।

କରୋନାର ପ୍ରକୋପ ମଧ୍ୟରେ  ଅନ୍ୟ ବଡ ନିଷ୍ପତ୍ତି

  • ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ବଢାଯାଇ ଜୁନ ୩୦ କରାଯାଇଛି।
  • ମାର୍ଚ୍ଚ, ଏପ୍ରିଲ, ମେ ପାଇଁ ଜିଏସଟି ରିଟର୍ଣ୍ଣ ଭରିବାର ଶେଷ ତାରିଖ ବଢାଯାଇ ଜୁନ ୩୦ କରାଯାଇଛି।
  • ବିବାଦରୁ ବିଶ୍ଵାସ ସ୍କିମକୁ ମଧ୍ୟ ଏବେ ଜୁନ ୩୦ କରାଯାଇଛି। ମାର୍ଚ୍ଚ ୩୧ ପରେ ଜୁନ ୩୦ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ।
  • ଆଧାର-ପାନ ସଂଯୋଗ କରିବାର ଅନ୍ତିମ ତାରିଖ ବଢାଯାଇ ୨୦୨୦ ଜୁନ ୩୦ କରାଯାଇଛି।

   Related Posts